ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା ପୁଅ

The Sakala Picture
Published On

ନୀଳଗିରି: ବିରିୟାନି ଖାଇବା ପାଇଁ ବାରମ୍ବାର ଅଳି କରିଥିଲା ନାବାଳକ ପୁଅ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା ବିରିୟାନି ନ ଆଣି ପାରିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗ୍ରାମର ମନରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ, ଅଷ୍ଟମ ଶ୍ରେଣୀରେ ପଢୁଥୁଲା । ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲା ବିରିୟାନି ଆଣିବାକୁ […]

ନୀଳଗିରି: ବିରିୟାନି ଖାଇବା ପାଇଁ ବାରମ୍ବାର ଅଳି କରିଥିଲା ନାବାଳକ ପୁଅ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା ବିରିୟାନି ନ ଆଣି ପାରିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗ୍ରାମର ମନରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ, ଅଷ୍ଟମ ଶ୍ରେଣୀରେ ପଢୁଥୁଲା । ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲା ବିରିୟାନି ଆଣିବାକୁ । ସେପଟେ ବାପା ୱାର୍ଡ ସଭ୍ୟ ପାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତରେ ରହୁଥିଲେ, ତେଣୁ ବିରିୟାନି ଆଣି ପାରିନଥିଲେ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବିରିୟାନି ପାଇଁ ଗତକାଲି ପୁଅ ଅଧିକ ଅଳି କରିଥିଲା । ବାପା ଯେହେତୁ ଏକ କମ୍ପାନୀରେ ସିକ୍ୟୁରୁଟି କାର୍ଯ୍ୟ କରନ୍ତି ତେଣୁ ବ୍ୟସ୍ତତା ପାଇଁ ବିରିୟାନି ଆଣି ପାରିନଥିବା କହିଛନ୍ତି । ବାପା ବିରିୟାନି ନଆଣିବାରୁ ରାଗି ଯାଇଥିଲା ୧୩ ବର୍ଷର ନାବାଳକ ପୁଅ । ପରେ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି । ପରିବାର ଲୋକେ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିଲେ, ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ପରବର୍ତ୍ତୀ ସମୟରେ ବାଲେଶ୍ଵର ମେଡିକାଲରେ ପୋଷ୍ଟମର୍ଟମ କରାଯାଇ, ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

24 Feb 2022 By The Sakala

ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା ପୁଅ

ନୀଳଗିରି: ବିରିୟାନି ଖାଇବା ପାଇଁ ବାରମ୍ବାର ଅଳି କରିଥିଲା ନାବାଳକ ପୁଅ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା ବିରିୟାନି ନ ଆଣି ପାରିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗ୍ରାମର ମନରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ, ଅଷ୍ଟମ ଶ୍ରେଣୀରେ ପଢୁଥୁଲା । ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲା ବିରିୟାନି ଆଣିବାକୁ । ସେପଟେ ବାପା ୱାର୍ଡ ସଭ୍ୟ ପାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତରେ ରହୁଥିଲେ, ତେଣୁ ବିରିୟାନି ଆଣି ପାରିନଥିଲେ ।

ବିରିୟାନି ପାଇଁ ଗତକାଲି ପୁଅ ଅଧିକ ଅଳି କରିଥିଲା । ବାପା ଯେହେତୁ ଏକ କମ୍ପାନୀରେ ସିକ୍ୟୁରୁଟି କାର୍ଯ୍ୟ କରନ୍ତି ତେଣୁ ବ୍ୟସ୍ତତା ପାଇଁ ବିରିୟାନି ଆଣି ପାରିନଥିବା କହିଛନ୍ତି । ବାପା ବିରିୟାନି ନଆଣିବାରୁ ରାଗି ଯାଇଥିଲା ୧୩ ବର୍ଷର ନାବାଳକ ପୁଅ । ପରେ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି । ପରିବାର ଲୋକେ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିଲେ, ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ପରବର୍ତ୍ତୀ ସମୟରେ ବାଲେଶ୍ଵର ମେଡିକାଲରେ ପୋଷ୍ଟମର୍ଟମ କରାଯାଇ, ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି ।

https://www.thesakala.in/latest-odisha-news/minor-son-suicide-due-to-biriyani/article-9493
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର