ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣଦୁଷ୍କର୍ମ !

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲଜ୍ଜା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଦୁର୍ବୁତ୍ତ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଏକୋଇଶିଆ ଭୋଜି ଖାଇ ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଛି। ବୋଲେରୋରେ ଆସି ୩ ଜଣ ଦୁର୍ବୃତ୍ତ ଏକ ବାଇକକୁ ଧକ୍କା ଦେଇଥିଲେ। ପରେ ଦୁର୍ବୃତ୍ତମାନେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲେ। ବାଇକରେ ଥିବା ଅନ୍ୟମାନେ ଦୌଡ଼ି ପଳାଇଥିଲେ। […]

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲଜ୍ଜା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଦୁର୍ବୁତ୍ତ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଅଭିଯୋଗ ଅନୁଯାୟୀ, ଏକୋଇଶିଆ ଭୋଜି ଖାଇ ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଛି। ବୋଲେରୋରେ ଆସି ୩ ଜଣ ଦୁର୍ବୃତ୍ତ ଏକ ବାଇକକୁ ଧକ୍କା ଦେଇଥିଲେ। ପରେ ଦୁର୍ବୃତ୍ତମାନେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲେ। ବାଇକରେ ଥିବା ଅନ୍ୟମାନେ ଦୌଡ଼ି ପଳାଇଥିଲେ। ଜଙ୍ଗଲରେ ଦୁଷ୍କର୍ମ କରି ରାତିରେ ରାସ୍ତାରେ ଛାଡି ଦୁର୍ବୃତ୍ତ ଫେରାର ମାରିଥିଲେ। ଏ ନେଇ ତଲସରା ଥାନାରେ ମାମଲା ହୋଇଛି । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିବା ସୁନ୍ଦରଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର