ଦୈନିକ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଅନୁଷ୍ଠିତ ହେବ ମିନି ମାରାଥନ, ଆପଣ ବି ହୁଅନ୍ତୁ ସାମିଲ…
ଭୁବନେଶ୍ୱର: ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି(ଡିସେମ୍ବର ୧) ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ସୋମବାର)ରେ ଏକାସଙ୍ଗେ ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ସମ୍ବଲପୁର, ଜୟପୁର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।
ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନ ସଚେତନତା ସୃଷ୍ଟି ପାଇଁ ଏ ମାରାଥନ ଦୌଡ଼ ଆୟୋଜନ କରାଯାଉଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ୧ ଡିସେମ୍ବର(ସୋମବାର) ସକାଳ ୬ଟାରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ ।
ଏହି ମାରାଥନର ଗତ ଚାରୋଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି।





