ବରଦାନ ସାଜିଲା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ: କର୍କଟରୁ ହେଲେ ଆରୋଗ୍ୟ, ଡାକ୍ତରଖାନାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମିଲି ପ୍ରଧାନ

The Sakala Picture
Published On

ପାଇକମାଳ: ପାଇକମାଳ ବ୍ଲକ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ର ସରେଇକେଲା ଗାଁର ମିଲି ପ୍ରଧାନ। ହଠାତ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଚିକିତ୍ସା ପାଇଁ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା ଯାଇ ପରାମର୍ଶ ନେଇଥିଲେ। ଡାକ୍ତର ତାଙ୍କ ଗର୍ଭାଶୟରେ ମାଂସ ପିଣ୍ଡୁଳା ବଢ଼ିଥିବା ସହ କର୍କଟ ଜନିତ ବୋଲି ରୋଗ ଚି଼ହ୍ନଟ କରିଥିଲେ।ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇ ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ କହିଥିଲେ। କର୍କଟ ଜନିତ ଟ୍ୟୁମର ଜଣାପଡିବା […]

ପାଇକମାଳ: ପାଇକମାଳ ବ୍ଲକ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ର ସରେଇକେଲା ଗାଁର ମିଲି ପ୍ରଧାନ। ହଠାତ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଚିକିତ୍ସା ପାଇଁ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା ଯାଇ ପରାମର୍ଶ ନେଇଥିଲେ। ଡାକ୍ତର ତାଙ୍କ ଗର୍ଭାଶୟରେ ମାଂସ ପିଣ୍ଡୁଳା ବଢ଼ିଥିବା ସହ କର୍କଟ ଜନିତ ବୋଲି ରୋଗ ଚି଼ହ୍ନଟ କରିଥିଲେ।ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇ ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ କହିଥିଲେ। କର୍କଟ ଜନିତ ଟ୍ୟୁମର ଜଣାପଡିବା ପରେ ଗରିବ ମିଲିଙ୍କ ପରିଜନଙ୍କ ପାଦ ତଳୁ ମାଟି ଖସି ଗଲା । କେମିତି ଚିକିତ୍ସା କରାଯିବ, ଟଙ୍କା କେଉଁଠୁ ଆସିବ ସେନେଇ ପୁରା ପରିବାର ଚିନ୍ତାରେ ଥିଲେ। କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନ ଥିଲା । କୌଣସି ମତେ ରୋଗୀଙ୍କ ପରିଜନ ସମାଜସେବୀ ଦୀପା ବାରିକ ଓ ଦିବସ କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟ ସାମାଜିକ କର୍ମୀ ପ୍ରଚଳିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଉନ୍ନତ ମାନର ଚିକିତ୍ସା ହୋଇପାରିବ ବୋଲି ଆଶ୍ୱାସନା ଦେବା ସହ ଜାନୁଆରୀ ୨୬ ତାରିଖ ଦିନ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଛତିଶଗଡ ରାଜ୍ୟ ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର (ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର )କୁ ପଠେଇଥିଲେ । ସେଠାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ପରୀକ୍ଷା ମାଗଣାରେ କରିବା ସହ ତୁରନ୍ତ ଭର୍ତ୍ତି କରାଯାଇଥିଲା ଏବଂ ଗତ ୧୦ ଫେବୃୟାରୀ ୨୦୨୨ ଦିନ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଅସ୍ତ୍ରୋପଚାର ସଫଳ ହେବା ସହ ପରବର୍ତ୍ତୀ ପରୀକ୍ଷଣ ରୁ ମିଲି କର୍କଟ ରୋଗକୁ ପ୍ରତିହତ କରି କର୍କଟ ମୁକ୍ତ ହୋଇ ଆରୋଗ୍ୟ ହୋଇପାରିଛନ୍ତି । ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ସଞ୍ଜିବନୀ ସଦୃଶ ଉଭା ହୋଇ ଭୟଙ୍କର କର୍କଟ ରୋଗରୁ ବଞ୍ଚେଇ ଥିବାରୁ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକ୍ତରଖାନାରୁ ଥାଇ କୃତଜ୍ଞତା ଜଣାଇଛନ୍ତି ଚିକିତ୍ସିତା ମିଲି ଓ ତାଙ୍କ ପରିବାର ଲୋକେ । ଏହା ସହିତ ସାମାଜିକ କର୍ମୀ ଦିବସ କୁମାର ସାହୁ ଓ ଦୀପା ବାରିକ ସହାୟତା ଓ ପରାମର୍ଶ ଯୋଗୁଁ ଉନ୍ନତ ଚିକିତ୍ସା ମିଳୁଥିବା ବାଲକୋ ମେଡିକାଲ ଭଳିଆ ଡାକ୍ତର ଖାନା ପହଞ୍ଚି ସଠିକ ସମୟ ରେ ଚିକିତ୍ସା ପାଇ ପାରିଥିବାରୁ ଉଭୟ ଙ୍କୁ କୋଟି ଧନ୍ୟବାଦ ଜଣାଇଛନ୍ତି ପୀଡିତା ମିଲି ପ୍ରଧାନ । ସଠିକ ସମୟରେ, ପରୀକ୍ଷଣ ଓ ଉଚିତ ଚିକିତ୍ସା ହେଲେ କର୍କଟକୁ ପ୍ରତିହତ କରିହେବ ବୋଲି ସେ ସମାଜକୁ ବାର୍ତ୍ତା ଦେଇଛନ୍ତି ମିଲି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର