ପ୍ରବାସୀ ଶ୍ରମିକ କେମିତି କରିବେ ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌, ମନ୍ତ୍ରୀଙ୍କ କଥା ପାଲଟିଛି ପାଣିର ଗାର

The Sakala Picture
Published On

ଭୁବନେଶ୍ୱର : ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଓଡ଼ିଶା ଆସିବାକୁ ପଡ଼ିବନି। ଯିଏ ଯେଉଁଠି ଅଛନ୍ତି, ସେଇଠି ରହି ଜନସେବା କେନ୍ଦ୍ର ଜରିଆରେ ଆଧାରକାର୍ଡ ବାଓମେଟ୍ରିକ୍‌‌କୁ ବ୍ୟବହାର କରି ଅପ୍‌‌ଡେଟ୍‌‌ କରିପାରିବେ। ରାସନ କାର୍ଡରେ ଇ-କେୱାଇସି ପାଇଁ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବା ସହ ଏହି ପ୍ରକ୍ରିୟାକୁ ନେଇ ବିଭିନ୍ନ ସମସ୍ୟାର ଉପୁଜିବା ପରେ ଗତ ୧୧ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା କହିଥିଲେ। ମନ୍ତ୍ରୀଙ୍କ କହିବାକୁ ୯ଦିନ ସମୟ ବିତିଗଲାଣି। […]

ଭୁବନେଶ୍ୱର : ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଓଡ଼ିଶା ଆସିବାକୁ ପଡ଼ିବନି। ଯିଏ ଯେଉଁଠି ଅଛନ୍ତି, ସେଇଠି ରହି ଜନସେବା କେନ୍ଦ୍ର ଜରିଆରେ ଆଧାରକାର୍ଡ ବାଓମେଟ୍ରିକ୍‌‌କୁ ବ୍ୟବହାର କରି ଅପ୍‌‌ଡେଟ୍‌‌ କରିପାରିବେ। ରାସନ କାର୍ଡରେ ଇ-କେୱାଇସି ପାଇଁ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବା ସହ ଏହି ପ୍ରକ୍ରିୟାକୁ ନେଇ ବିଭିନ୍ନ ସମସ୍ୟାର ଉପୁଜିବା ପରେ ଗତ ୧୧ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା କହିଥିଲେ। ମନ୍ତ୍ରୀଙ୍କ କହିବାକୁ ୯ଦିନ ସମୟ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଅବା ଚିଠି ଜାରି କରାଯାଉନି। ଫଳରେ ବାହାର ରାଜ୍ୟରେ କାମଧନ୍ଦା କରି ପେଟ ପୋଷିବାକୁ ଯାଇଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆସିବେ ନା ନାହିଁ, ସେନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଗୋଟିଏପଟେ କାମ ନ କଲେ ପରିବାର ପ୍ରତିପୋଷଣ ନେଇ ଭୟ ଘାରୁଥିବା ବେଳେ ଅନ୍ୟପଟେ ରାସନ କାର୍ଡ କଟିଗଲେ, ଚାଉଳ ନମିଳିବା ଭୟ ଏବେ ହଜାର ହଜାର ଶ୍ରମିକଙ୍କୁ ଘାରୁଛି। ତେଣୁ ଏନେଇ ସରକାରଙ୍କ ପକ୍ଷରୁ ଚିତ୍ର ସ୍ପଷ୍ଟ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ରାସନ୍‌ କାର୍ଡରେ ଇ-କେୱାଇସି ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହୋଇଛି। ଏହା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଲକ୍ଷ ଭୂତ ତଥା ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା କଥା ଖୋଦ୍‌‌ ମନ୍ତ୍ରୀ କୁହାଯାଉଛି। ହେଲେ ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରାଯାଉନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇ-କେୱାସି ଅପ୍‌‌ଡେଟ୍‌‌ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନେ ଧାଡ଼ି ବାନ୍ଧି ସରକାରୀ ଖୁଚୁରା କେନ୍ଦ୍ର ସାମ୍ନାରେ ଦିନ ଦିନ ଧରି ଛିଡ଼ା ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି, ସେମାନେ କେତେ ଶୀଘ୍ର ଆସି ଇ-କେୱାସି ଅପ୍‌‌ଡେଟ୍‌‌ କରିବେ, ସେମାନଙ୍କୁ ସେହି ଚିନ୍ତା ଘାରୁଛି। ରାଜ୍ୟରେ ୩୦ଟା ଜିଲ୍ଲାରୁ ପାଖାପାଖି ୨୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାହାରକୁ କାମ ଧନ୍ଦା ପାଇଁ ଯାଇଛନ୍ତି। ବିଶେଷକରି ସୁରତ, ଚେନ୍ନଇ, ବେଙ୍ଗାଲୁରୁ, ଦିଲ୍ଲୀ ଭଳି ସହରରେ ଓଡ଼ିଶା ଲୋକ କାମ କରୁଛନ୍ତି। ରାସନ କାର୍ଡ ଇ-କେୱାଇସି ଯୋଗୁଁଁ ପରିବାରର ସମସ୍ତ ସଦସ୍ୟ ଟିପ ଦେବାକୁ ଥିବାରୁ ସେମାନଙ୍କୁ ବାଧ୍ୟ ହୋଇ ନିଜ ରାଜ୍ୟକୁ ଫେରିବାକୁ ପଡ଼ୁଛି। ନଚେତ ତାଙ୍କ ନାମରେ ମିଳୁଥିବା ୫ କେଜି ଚାଉଳ କଟିଯିବାର ଭୟ ରହୁଛି। ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରିବାକୁ ବିଭିନ୍ନ ଆଡ଼ୁ ଦାବି ଉଠିଲା, ଏହା ପରେ ମନ୍ତ୍ରୀ ଏଭଳି ଗଣମାଧ୍ୟମରେ ଏଭଳି ବିବୃତ୍ତି ରଖିଥିଲେ। ଫଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଆଶ୍ୱସ୍ତି ହୋଇଥିଲେ। ହେଲେ ମନ୍ତ୍ରୀ ବିବୃତ୍ତି ପରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସୁନି। ଜନସେବା କେନ୍ଦ୍ରରେ ପଚାରିଲେ, ସେ ପ୍ରକ୍ରିୟା ବିଷୟରେ ଆମକୁ ଅବଗତ କରାଯାଇନି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ବାବଦରେ ବିଭାଗ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ସେ ଆହୁରି କହିଛନ୍ତି, ଯେଉଁମାନେ ଅସୁବିଧାରେ ଅଛନ୍ତି, ସେମାନେ ଇ-କେୱାସି ନକଲେ କୌଣସି ଅସୁବିଧା ନାହିଁ। ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା ଦ୍ୱାରା କେଉଁମାନେ ଅଯୋଗ୍ୟ ହିତାଧିକାରୀ ଅଥବା ଭୂତ ହିତାଧିକାରୀ, ତାଙ୍କର ଏକ ସଂକ୍ଷିପ୍ତ ତାଲିକ ପ୍ରସ୍ତୁତ କରାଯିବ। ତା’ପରେ ପ୍ରତି ହିତାଧିକାରୀଙ୍କ ଘରକୁ ଯାଇ ସର୍ଭେ କରାଯାଇ ଅଯୋଗ୍ୟଙ୍କୁ ଚିହ୍ନଟ କରାଯିବ। ଯେଉଁମାନେ ବାସ୍ତବରେ ଯୋଗ୍ୟ, ହେଲେ ଅନିର୍ବାଯ୍ୟ କାରଣ ପାଇଁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ କ୍ଷେତ୍ରରେ ଏ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ତେଣୁ ଏଥିପାଇଁ ବ୍ୟସ୍ତବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ସେ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର