ଓଡ଼ିଶାର ଆଗୁଆ ପଦକ୍ଷେପ: କେନ୍ଦ୍ରୀୟ ଅନୁଦାନ ଠିକ୍‍ ସମୟରେ ନ ମିଳିଲେ ମଧ୍ୟ ରାଜ୍ୟରେ ମନରେଗା କାର୍ଯ୍ୟ ନିରନ୍ତର ଜାରି ରହିବ

The Sakala Picture
Published On

ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକଙ୍କୁ କାମ ଯୋଗାଇ ଦେବା ଓ ସେମାନଙ୍କର ଆର୍ଥିକ ସ୍ଥିତିକୁ ସନ୍ତୁଳନ ରଖିବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ପୁଣି ଥରେ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ରାଜ୍ୟରେ ବର୍ଷକୁ ଅନ୍ୟୂନ ୨୫ କୋଟି ଶ୍ରମ ଦିବସର ଆବଶ୍ୟକତା ଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଲାଗି କେନ୍ଦ୍ର ସରକାର ମାତ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁରୀ ଦେଇଛନ୍ତି। ଯାହା ଗତ ଆର୍ଥିକ ବର୍ଷ […]

ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକଙ୍କୁ କାମ ଯୋଗାଇ ଦେବା ଓ ସେମାନଙ୍କର ଆର୍ଥିକ ସ୍ଥିତିକୁ ସନ୍ତୁଳନ ରଖିବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ପୁଣି ଥରେ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ରାଜ୍ୟରେ ବର୍ଷକୁ ଅନ୍ୟୂନ ୨୫ କୋଟି ଶ୍ରମ ଦିବସର ଆବଶ୍ୟକତା ଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଲାଗି କେନ୍ଦ୍ର ସରକାର ମାତ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁରୀ ଦେଇଛନ୍ତି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୩୦% କମ୍‍ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୨୦୨୧-୨୨ରେ ପ୍ରାୟ ୨୦.୨୪ କୋଟି ଊର୍ଦ୍ଧ୍ବ ଶ୍ରମ ଦିବସ ସୃଷ୍ଟି କରି ଓଡ଼ିଶା ରେକର୍ଡ଼ କରିଥିଳା। ଏହାର ପୂର୍ବବର୍ଷ ଓଡ଼ିଶାରେ ୨୦.୫ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ସ୍ୱାଭାବିକ ଭାବରେ ବର୍ଷକୁ ବର୍ଷ ଏହି ଶ୍ରମଦିବସ ପରିମାଣ ବୃଦ୍ଧି କରାଯିବା ପରିବର୍ତ୍ତେ ଓଡ଼ିଶାକୁ ପୂର୍ବବର୍ଷ ତୁଳନାରେ କମ୍‍ ଶ୍ରମ ଦିବସ ମଞ୍ଜୁରୀ ଓଡ଼ିଶା ପ୍ରତି କେନ୍ଦ୍ରର ନକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଏକ ପକ୍ଷରେ କେନ୍ଦ୍ର ଉପରେ ସାମଗ୍ରୀ ବାବଦ ପ୍ରାୟ ୯୦୦ କୋଟି ଟଙ୍କା ବକେୟା ଗଡ଼଼ୁଥିବାବେଳେ ଏବେ ଶ୍ରମ ଦିବସ ହ୍ରାସ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସବୁ ସମୟରେ ସମାଜର ଦୁର୍ବଳ ଆର୍ଥିକ ଶ୍ରେଣୀକୁ ରୋଜଗାର ଯୋଗାଇ ଦେବାରେ ସହାୟକ ହୋଇଥାଏ। କେନ୍ଦ୍ରୀୟ ଯୋଜନା ହୋଇଥିଲେ ବି ରାଜ୍ୟ ସରକାର ଏହାକୁ ପରିଚାଳନା କରିଥାନ୍ତି। ପ୍ରତିବର୍ଷ କେଉଁ ରାଜ୍ୟ କେତେ ଅନୁଦାନ ଏବଂ କେତେ ଶ୍ରମ ଦିବସ ପାଇବ, ତା’ ଏକପାଖିଆ ଭାବେ କେନ୍ଦ୍ର ନିଷ୍ପତ୍ତି ନେଇଥାଏ। କରୋନା ମହାମାରୀ ପରେ ରାଜ୍ୟ ତଥା ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଉପାଦେୟ ଏହି ଯୋଜନାକୁ ଅଧିକ ଗତିଶୀଳ କରିବା ପରିବର୍ତ୍ତେ ଏହାକୁ ନିରୁତ୍ସାହିତ କରାଯାଉଛି। ଗତବର୍ଷର ମନରେଗା ସାମଗ୍ରୀ ବାବଦ ଖର୍ଚ୍ଚ ପ୍ରାୟ ୧୫୦୦ କୋଟି ଛୁଇଁଥିଲା। ଏହି ବାବଦକୁ କିଛିଦିନ ତଳେ ପ୍ରାୟ ୬୦୦ କୋଟି ଟଙ୍କା କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଛି। ପ୍ରାୟ ୯୦୦ କୋଟି ପାଖାପାଖି ମନରେଗା ସାମଗ୍ରୀ ବାବଦ ଦେୟ ଏବେ ବି କେନ୍ଦ୍ର ଉପରେ ବକେୟା ରହିଛି। ଯେଉଁ ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରାଯାଇଛି; ତାହା ଆର୍ଥିକ ବର୍ଷ ପୂରଣ କରିବା ଦୂରର କଥା, ଚଳିତ ବର୍ଷ କ୍ୟାଲେଣ୍ଡର ବର୍ଷ ଶେଷ ଯାଏଁ ଯିବନି ବୋଲି ମତ ପ୍ରକାର ପାଇଛି। ରାଜ୍ୟ ନିଜ ଆବଶ୍ୟକତା ଠାରୁ ୧୧ରୁ ୧୨ କୋଟି ଶ୍ରମ ଦିବସ ଆବଣ୍ଟନରୁ ହରାଇଥିବା ରାଜ୍ୟର କେତେକ ଅଧିକାରୀ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଭାରତ ସରକାର ମନରେଗାରେ ୯୮,୦୦୦ କୋଟି ଟଙ୍କା ଅଟକଳ କରିଥିବାବେଳେ ବାସ୍ତବ ବ୍ୟୟ ୧,୧୧,୧୭୦ କୋଟି ଟଙ୍କାରେ ପହଞ୍ଚିଛି। ଅଧିକ ବ୍ୟୟ ହୋଇଥିବା ପ୍ରାୟ ୧୩,୧୭୦ କୋଟି ଟଙ୍କା ମଧ୍ୟରୁ ୧୮୪୦ କୋଟି ମଜୁରୀ ବାବଦ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟ ୧୧,୩୩୦ କୋଟି ସାମଗ୍ରୀ ବାବଦ ବ୍ୟୟ ରହିଛି। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ଚଳିତ ବର୍ଷ ଆବଣ୍ଟିତ ୭୩୦୦୦ କୋଟି ଟଙ୍କାରୁ ପୂର୍ବବର୍ଷର ସାମଗ୍ରୀ ବ୍ୟୟ ୧୧,୩୩୦ କୋଟି ଭରଣା କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବାରୁ ସାରା ଦେଶ ପାଇଁ ମୋଟ ମନରେଗା ବ୍ୟୟ ଅଟକଳ ଚଳିତ ବର୍ଷ ୬୧,୬୭୦ କୋଟି ଟଙ୍କା ରହିବ। ତେଣୁ ଓଡ଼ିଶା ଗତବର୍ଷ ଠାରୁ ପାଖାପାଖି ୩୦% କମ୍‍ ମନରେଗା କର୍ମ ଦିବସ ପାଇବ ବୋଲି ସ୍ୱାଭାବିକ ଯେଉଁ ଆକଳନ ହେଉଥିଲା କାର୍ଯ୍ୟତ ତାହା ସତ୍ୟରେ ପରିଣତ ହୋଇଛି।
ଗତ ଆର୍ଥିକ ବର୍ଷରେ ରାଜ୍ୟ ୨୫ କୋଟି ଶ୍ରମ ଦିବସ ଲାଗି ଦାବି କରିଥିଲା। ମାତ୍ର ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ମୋଟ ୨୦.୨୪ ଲକ୍ଷ ଶ୍ରମ ଦିବସ ମିଳିଥିଲା। ମାତ୍ର ଚଳିତ ବର୍ଷ ଏହାକୁ ହ୍ରାସ କରାଯିବା ଦ୍ୱାରା ରାଜ୍ୟର ଶ୍ରମଜୀବୀଙ୍କ ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟ ବାରି ହୋଇ ପଡ଼ିଛି।

ଓଡ଼ିଶାର ଆଗୁଆ ପଦକ୍ଷେପ

-ମଜୁରୀ କର୍ପସ ପାଣ୍ଠି ୫୦୦ କୋଟିରୁ ହଜାରେ କୋଟିକୁ ବୃଦ୍ଧି

ଗତ ମାସ ୩୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪ ମାସିଆ କାମଚଳା ବଜେଟ୍‍ ଓଡ଼ିଶା ବିଧାନସଭାରେ ଗୃହୀତ କରାଯାଇଛି। କେନ୍ଦ୍ରୀୟ ସହାୟତା ଠିକ୍‍ ସମୟରେ ପ୍ରଦାନ କରିବା ସହ ପୂର୍ବ ବକେୟା ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ରାଜ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାର କେବଳ ମନରେଗାର ସାମଗ୍ରୀ ବାବଦରେ ୨୦୦୧ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ସେହିପରି ମଜୁରୀ ରୋଜଗାରର ଚାହିଦାକୁ ଦୃଷ୍ଟିରେ ରଖି, ମଜୁରୀର ଠିକ୍‍ ସମୟରେ ଦେୟ ପାଇଁ ମନରେଗା ରିଭଲିଭିଂ ପାଣ୍ଠିର କର୍ପସ ଆକାରକୁ ୫୦୦ କୋଟି ଟଙ୍କାରୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା କେନ୍ଦ୍ରୀୟ ଅନୁଦାନ ଠିକ୍‍ ସମୟରେ ନ ମିଳିଲେ ମଧ୍ୟ ରାଜ୍ୟରେ ମନରେଗା କାର୍ଯ୍ୟ ନିରନ୍ତର ଜାରି ରହିପାରିବ।
ଗତଥର ମନରେଗା ସାମଗ୍ରୀ ବାବଦ ବକେୟା ଆର୍ଥିକ ବର୍ଷ ଶେଷ ପୂର୍ବରୁ ରାଜ୍ୟରେ ପହଞ୍ଚି ନ ଥିଲା। ନିକଟରେ ପଞ୍ଚାୟତସ୍ତରରେ ନୂତନ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ମୌସୁମୀ ପୂର୍ବରୁ ଗ୍ରାମାଞ୍ଚଳର କିଛି ଭିତ୍ତିଭୂମି କାର୍ଯ୍ୟ ସରିବ। ବିଭିନ୍ନ ବିଭାଗର ୨୧୬ ପ୍ରକାର କାର୍ଯ୍ୟ ମନରେଗା ଦ୍ୱାରା ସମ୍ପାଦିତ ହୋଇଥାଏ। ତେଣୁ ଆର୍ଥିକ ବର୍ଷ ପ୍ରାରମ୍ଭରୁ ହେଉଥିବା କୌଣସି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହେବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

04 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର