ଦାଦନଗଡ଼ରେ ଆଣ୍ଠେଇଛି ‘ମନରେଗା’, ସରକାର ବଦଳିବା ପରେ କମିଲା ସଫଳତା ହାର

The Sakala Picture
Published On

ଭୁବନେଶ୍ବର/ବଲାଙ୍ଗିର: ଦାଦନ ଜିଲ୍ଲାରେ ଝୁଣ୍ଟିଛି ମନରେଗା ଯୋଜନା। ଯେଉଁ ମନରେଗାକୁ ଦିନେ ବିଜେପି ଦାଦନ ରୋକିବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ତତ୍କାଳୀନ ସରକାରଙ୍କୁ ପରାମର୍ଶ ଦେଉଥିଲା, ସେହି ଦଳର ସରକାର ସମୟରେ ଆଜି ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟ ସଂପୂର୍ଣ୍ଣ ହାର ମାତ୍ର ୧୪ ପ୍ରତିଶତ। ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ ଶ୍ରମିକମାନଙ୍କ କର୍ମସଂସ୍ଥାନ ବ୍ୟବସ୍ଥା କରିବାର ଏକମାତ୍ର ରାସ୍ତା ହେଉଛି ମନରେଗା। ଏହି ଯୋଜନାରେ ପ୍ରତିବର୍ଷ ପଞ୍ଚାୟତସ୍ତରରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଥାଏ। […]

ଭୁବନେଶ୍ବର/ବଲାଙ୍ଗିର: ଦାଦନ ଜିଲ୍ଲାରେ ଝୁଣ୍ଟିଛି ମନରେଗା ଯୋଜନା। ଯେଉଁ ମନରେଗାକୁ ଦିନେ ବିଜେପି ଦାଦନ ରୋକିବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ତତ୍କାଳୀନ ସରକାରଙ୍କୁ ପରାମର୍ଶ ଦେଉଥିଲା, ସେହି ଦଳର ସରକାର ସମୟରେ ଆଜି ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟ ସଂପୂର୍ଣ୍ଣ ହାର ମାତ୍ର ୧୪ ପ୍ରତିଶତ। ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ ଶ୍ରମିକମାନଙ୍କ କର୍ମସଂସ୍ଥାନ ବ୍ୟବସ୍ଥା କରିବାର ଏକମାତ୍ର ରାସ୍ତା ହେଉଛି ମନରେଗା। ଏହି ଯୋଜନାରେ ପ୍ରତିବର୍ଷ ପଞ୍ଚାୟତସ୍ତରରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଥାଏ। କିନ୍ତୁ ରାଜ୍ୟରେ ସରକାର ପରିର୍ତ୍ତନ ହେବା ପରେ ମନରେଗାକୁ ସଂପୂର୍ଣ୍ଣ ଅଣଦେଖା କରି ରଖାଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗାଁରେ ଶ୍ରମିକମାନଙ୍କୁ କର୍ମସଂସ୍ଥାନର ବ୍ୟବସ୍ଥା କରାଯାଇଥିଲା। କୋଭିଡ ସମୟରେ ମଧ୍ୟ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକଙ୍କ ନିଜ ଭିଟାମାଟିରେ କାମ ଦେଇ ନିୟୋଜିତ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାରେ କୌଣସି ଶିଳ୍ପ ନଥିବାରୁ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇବା ପାଇଁ ମନରେଗା ବା ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାକୁ ସରକାର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ।ଏହି ଯୋଜନାରେ ହେଉଥିବା ପ୍ରକଳ୍ପ ମାନଙ୍କରେ ପ୍ରାୟ ୬୦ ପ୍ରତିଶତ ରାଶି ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଏହି ଯୋଜନା ବଲାଙ୍ଗିର ଜିଲ୍ଲାରେ ଆଣ୍ଠେଇ ପଡିଥିବା ଦେଖିବାକୁ ମିଳିିଛି। ପୂର୍ବବର୍ଷ ମାନଙ୍କରେ ହେଉଥିବା କାମ ଓ ତାହାର ସଂପୂର୍ଣ୍ଣତା ହାର ୫୦ ଉପରେ ରହୁଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ହାର ୧୫ ପ୍ରତିଶତରୁ ବି କମ ରହିଛି। ମନରେଗା ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷ ତାହାର ପୂର୍ବ ବର୍ଷମାନଙ୍କରେ ବଲାଙ୍ଗିର ଜିଲ୍ଲାରେ ଏହି ଯୋଜନାରେ ୨୩ ଲକ୍ଷ ୯୪ ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ସେହିବର୍ଷ ପର୍ଯ୍ୟନ୍ତ ୨୧ ଲକ୍ଷ ୮ହଜାର ୧୧୭ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ୧୧ ହଜାର ୯୭୭ କାମ ଅସଂପୂର୍ଣ୍ଣ ହୋଇ ରହିଥିଲା।ଯାହାର କି ସଫଳତା ହାର ୯୪.୭୯ ରହିଥିଲା।ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲାରେ ୧୨ ହଜାର ୩୨୩ ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ୬୫୬୩ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା। ୫୭୬୦ ପ୍ରକଳ୍ପ କାମ ଅସଂପୂର୍ଣ୍ଣ ରହିଥିବା ବେଳେ ସେହି ବର୍ଷ ଜିଲ୍ଲାର ପ୍ରଦର୍ଶନ ହାର ୫୩.୨୬ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାରେ ଅଧିକ ସଂଖ୍ୟାରେ ପ୍ରକଳ୍ପକୁ ମଞ୍ଜୁରି ମିଲିଥିଲା। ଏହି ବର୍ଷ ୪୪ ହଜାର ୬୧୩ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ୨୪ହଜାର ୧୪୪ କାମ ସଂପୂର୍ଣ୍ଣ କରାଯାଇଥିଲା। ୨୦ହଜାର ୪୬୯ ପ୍ରକଳ୍ପ କାମ ଅସଂପୂର୍ଣ୍ଣ ରହିଥିବା ବେଳେ ଏହି ବର୍ଷ ମଧ୍ୟ ଜିଲ୍ଲାର ସଫଳତା ହାର ୫୪.୧୨ ରହିଥିଲା। କିନ୍ତୁ ଚଳିତ ବର୍ଷ ଅର୍ଥାତ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାର ସଫଳତା ହାର ଅତି ନୈରାଶ୍ୟଜନକ ରହିଛି। ଏହି ବର୍ଷ ମାତ୍ର ୧୪ ହଜାର ୬୦୦ ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ମାତ୍ର ୧୯୮୯ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇପାରିଛି। ଏବେବି ୧୨ ହଜାର ୬୧୧ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇପଡି ରହିଥିବା ବେଳେ ସଫଳତା ହାର ମାତ୍ର ୧୩.୬୨ ରହିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଯାହାକି ପୂର୍ବ ବର୍ଷ ଅପେକ୍ଷା ବହୁତ କମ ରହିଛି। ଆଉ କିଛି ଦିନ ପରେ ଚଳିତ ଆର୍ଥିକ ବର୍ଷ ସଂପୂର୍ଣ୍ଣ ହୋଇଯିବ। ଫଳରେ ଏହି ସଂଖ୍ୟା ଆଗକୁ ଆଉ ବିଶେଷ ବଢିବାର ନାହିଁ। ଫଳରେ ଏଥିରୁ ହିଁ ଚିନ୍ତା କରାଯାଇପାରେ ବର୍ତ୍ତମାନର ସରକାର ଶ୍ରମିକଙ୍କ ପ୍ରତି କେତେ ଦରଦ ରଖିଛନ୍ତି। ଗୋଟିଏ ପଟେ ବଜେଟରେ କେନ୍ଦ୍ର ସରକାର ମନରେଗା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରିନଥିବା ବେଳେ ଅନ୍ୟପଟେ ତାଙ୍କରି ଦଳ ରାଜ୍ୟରେ ରହି କାମ ସଂପୂର୍ଣ୍ଣ କରିବାରେ ବିଫଳ ହୋଇଛି।ତେବେ ଦାଦନ ରୋକିବା ପାଇଁ ଡବଲ ଇଞ୍ଜିନ ସରକାର ବଡ ବଡ ଭାଷଣ ମାରୁଥିବା ବେଳେ ଯେଉଁ ଯୋଜନାକୁ ଅଧିକ ଗୁରୁତ୍ୱ ଦେବା କଥା ତାକୁ ପଙ୍ଗୁ କରି ରଖିଥିବା ଆଲୋଚନା ହୋଇଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର