କୋଭିଡ ରୋଗୀଙ୍କ ପାଇଁ ଅମୃତଧାରା : ଭୁବନେଶ୍ୱରରେ ଖୋଲିଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

The Sakala Picture
Published On

ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍କାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଓ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍ପ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ‘ଅମୃତଧାରା’ ନାମରେ ଏହି ନିଶୁଳ୍କ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ବିଗବଜାର ସ୍ଥିତ ତ୍ରୀସନା ବ୍ୟାଙ୍କୁଟ ଠାରେ ଆରମ୍ଭ ହୋଇଛି ଏହି ଆଶ୍ରୟସ୍ଥଳୀ ।ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏହି ସେବା […]

ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍କାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଓ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍ପ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ‘ଅମୃତଧାରା’ ନାମରେ ଏହି ନିଶୁଳ୍କ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ବିଗବଜାର ସ୍ଥିତ ତ୍ରୀସନା ବ୍ୟାଙ୍କୁଟ ଠାରେ ଆରମ୍ଭ ହୋଇଛି ଏହି ଆଶ୍ରୟସ୍ଥଳୀ ।ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏହି ସେବା ମିଳିବ । କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳୀରେ ଅମ୍ଳଜାନ ଯୋଗାଇ ଦିଆଯିବ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ଆରମ୍ଭ ହୋଇଛି । ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଏବଂ ୮୦୯୩୮୨୨୩୨୨ ଜାରି କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ଵର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧିର୍, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

03 Jun 2021 By The Sakala

କୋଭିଡ ରୋଗୀଙ୍କ ପାଇଁ ଅମୃତଧାରା : ଭୁବନେଶ୍ୱରରେ ଖୋଲିଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍କାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଓ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍ପ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ‘ଅମୃତଧାରା’ ନାମରେ ଏହି ନିଶୁଳ୍କ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ବିଗବଜାର ସ୍ଥିତ ତ୍ରୀସନା ବ୍ୟାଙ୍କୁଟ ଠାରେ ଆରମ୍ଭ ହୋଇଛି ଏହି ଆଶ୍ରୟସ୍ଥଳୀ ।ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏହି ସେବା ମିଳିବ । କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳୀରେ ଅମ୍ଳଜାନ ଯୋଗାଇ ଦିଆଯିବ ।

ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ଆରମ୍ଭ ହୋଇଛି । ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଏବଂ ୮୦୯୩୮୨୨୩୨୨ ଜାରି କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ଵର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧିର୍, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

https://www.thesakala.in/latest-odisha-news/mega-free-oxygen-shelter-amruta-dhara-launched-in-bhubaneswar/article-2630
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର