ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ

Madhusudan Das Picture
Published On

ବାରିପଦା: ଭାଇ ହେଲା ଭଗାରୀ, ଲୁହା ପାଇପରେ ମାରି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ହତ୍ୟାକାରୀ ଭାଇ ଗିରଫ। ବାପାଙ୍କ ଟଙ୍କା ପାଇଁ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଓ ପିଟାମରା ଆଉ ଶେଷରେ ହତ୍ୟା। ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ବୀରକିଶୋର ମହାନ୍ତ (୨୩) । ଅଭିଯୁକ୍ତ ବଡ଼ ଭାଇ ରାଜକିଶୋର ମହାନ୍ତ (୩୨)କୁ ଗିରଫ କଲା ସଦର ଥାନା ପୁଲିସ। 

ଆହୁରି ପଢ଼ନ୍ତୁ: ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲିଙ୍କ୍

ସୂଚନା ମୁତାବକ କିଛିଦିନ ପୂର୍ବରୁ ଏକ ବିଦ୍ୟୁତ୍ ଆଘାତରେ ସେମାନଙ୍କ ବାପା ମହେନ୍ଦ୍ର ମହାନ୍ତ ମୃତ୍ୟୁ ବରଣ କରିଥିଲେ ଏବଂ ପରିବାରକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ଟଙ୍କା ମିଳିଥିଲା ଏବଂ ଏହି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହିଥିଲା । ଗତକାଲି ବାଇକ୍ କିଣିବା ପାଇଁ ବଡ଼ ଭାଇକୁ ସାନଭାଇ ଟଙ୍କା ମାଗିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହିତ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ରାଗିଯାଇ ବଡ଼ଭାଇ ରାଜକିଶୋର ଏକ ଲୁହା ପାଇପ୍ ଆଣି ବୀରକିଶୋରଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି  । ଭଉଣୀ ମନୋରମା ମହାନ୍ତ ଲିଖିତ ଅଭିଯୋଗ କ୍ରମେ ଅଭିଯୁକ୍ତ ବଡଭାଇ ରାଜକିଶୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାରିପଦା ସଦର ଥାନା ଆଇଆଇସି ସସ୍ମିତା ମହାନ୍ତ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌: ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ବିଜେଡିର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର