ମଦଭାଟିରେ ହାତୀପଲ ଆକ୍ରମଣ: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

The Sakala Picture
Published On

ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା। ସେଠାରେ ଥିବା […]

ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା। ସେଠାରେ ଥିବା ଏକ ଦେଶୀ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚିଥିଲେ। ଭାଟିରେ ଯୁବକ ଜଣଙ୍କ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଏହାସହ ଗତକାଲି ରାତିରେ ହାତିପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏବେ ହାତୀ ପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

06 Jun 2022 By The Sakala

ମଦଭାଟିରେ ହାତୀପଲ ଆକ୍ରମଣ: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା। ସେଠାରେ ଥିବା ଏକ ଦେଶୀ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚିଥିଲେ। ଭାଟିରେ ଯୁବକ ଜଣଙ୍କ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଏହାସହ ଗତକାଲି ରାତିରେ ହାତିପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏବେ ହାତୀ ପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/mayurbhanj/young-man-killed-in-elephant-attack/article-12201
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର