ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ, ୩ ଗୁରୁତର

The Sakala Picture
Published On

ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ ନିଆଯିବା ରାସ୍ତାରେ ମନ୍ଦୋଦରୀ ପାତ୍ର (୫୫)ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା […]

ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ ନିଆଯିବା ରାସ୍ତାରେ ମନ୍ଦୋଦରୀ ପାତ୍ର (୫୫)ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଅନ୍ୟ ୩ ଜଣ ମହିଳା ଶ୍ରମିକ ସୋମବାରୀ ମାରାଣ୍ଡି (୪୮), ବୁଦୁଇ ମାରାଣ୍ଡି(୫୨) ଓ ପୁଦି ମାରାଣ୍ଡି (୩୮)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଇଛି l ମୃତକ ଓ ଗୁରୁତର ମହିଳା ଶ୍ରମିକ ସମସ୍ତେ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକିର ବାସିନ୍ଦା ବୋଲି ଜଣା ପଡିଛି l ସୁଲେଇପାଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପାତ୍ର ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛନ୍ତି l ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି l

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

26 Jul 2022 By The Sakala

ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ, ୩ ଗୁରୁତର

ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ ନିଆଯିବା ରାସ୍ତାରେ ମନ୍ଦୋଦରୀ ପାତ୍ର (୫୫)ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଅନ୍ୟ ୩ ଜଣ ମହିଳା ଶ୍ରମିକ ସୋମବାରୀ ମାରାଣ୍ଡି (୪୮), ବୁଦୁଇ ମାରାଣ୍ଡି(୫୨) ଓ ପୁଦି ମାରାଣ୍ଡି (୩୮)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଇଛି l ମୃତକ ଓ ଗୁରୁତର ମହିଳା ଶ୍ରମିକ ସମସ୍ତେ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକିର ବାସିନ୍ଦା ବୋଲି ଜଣା ପଡିଛି l ସୁଲେଇପାଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପାତ୍ର ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛନ୍ତି l ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର