ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍‌, ୭ ଯାତ୍ରୀ ଆହତ

The Sakala Picture
Published On

ବାରିପଦା: ବାରିପଦା ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ୬/୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା। ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ […]

ବାରିପଦା: ବାରିପଦା ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ୬/୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା। ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ଜାତୀୟ ରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି ଏକ ପାଣି ନାଳ ଭିତରେ ପଶି ଅଟକି ଯାଇଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ମଧ୍ୟରେ ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବରଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ। ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି। ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସଟି ସଞ୍ଜିତ କୁମାର ବେହେରାଙ୍କ ନାମରେ ପଞ୍ଜିକୃତ ଥିବା ଜଣାଯାଇଛି। ପୁଲିସ ଉଦ୍ଧାରକାର୍ଯ୍ୟ ସହିତ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଚାଳକ ଫେରାର ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର