ପରୀକ୍ଷା ହଲରେ ଟଳିପଡିଲେ ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାର୍ଥୀ

The Sakala Picture
Published On

ବାରିପଦା: ପରୀକ୍ଷା ହଲରେ ଟଳି ପଡିଲେ ପରୀକ୍ଷାର୍ଥୀ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷା ଦେବା ବେଳେ ଘଟିଛି ଅଘଟଣ। ପରୀକ୍ଷା ଦେଉଥିବା ବେଳେ ଘଟଣା ସ୍ଥଳରେହିଁ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ପଟଶାଣୀପୁରର କୈଳାସ ସିଂଙ୍କ ପୁଅ ଦିନବନ୍ଧୁ ରବିବାର ସକାଳେ ତକତପୁର ସ୍ଥିତ ଆଇନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଆସିଥିଲେ। ଓଏସ୍ଏସ୍‌ର ପ୍ରଭିଜନାଲ ଏକ୍ସାମିନେସନ ଫୋର ଟେକନିକାଲ ସର୍ଭିସେସ ପରୀକ୍ଷା ଥିଲା। ରବିବାର ସକାଳ ୮ଟା ସମୟରେ […]

ବାରିପଦା: ପରୀକ୍ଷା ହଲରେ ଟଳି ପଡିଲେ ପରୀକ୍ଷାର୍ଥୀ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷା ଦେବା ବେଳେ ଘଟିଛି ଅଘଟଣ। ପରୀକ୍ଷା ଦେଉଥିବା ବେଳେ ଘଟଣା ସ୍ଥଳରେହିଁ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ପଟଶାଣୀପୁରର କୈଳାସ ସିଂଙ୍କ ପୁଅ ଦିନବନ୍ଧୁ ରବିବାର ସକାଳେ ତକତପୁର ସ୍ଥିତ ଆଇନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଆସିଥିଲେ। ଓଏସ୍ଏସ୍‌ର ପ୍ରଭିଜନାଲ ଏକ୍ସାମିନେସନ ଫୋର ଟେକନିକାଲ ସର୍ଭିସେସ ପରୀକ୍ଷା ଥିଲା। ରବିବାର ସକାଳ ୮ଟା ସମୟରେ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଆରମ୍ଭରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ଦିନବନ୍ଧୁ ଅସୁସୁତା ଅନୁଭବ କରିବା ସହ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ହସ୍ପିଟାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି। କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣା ପଡିବାକୁ ଥିବା ବେଳେ ପ୍ରବଳ ଗରମ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର