ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କକାଙ୍କୁ ହାଣିଲା ପୁତୁରା

The Sakala Picture
Published On

ବାରିପଦା: କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ କୋଛିମବିଲ୍ଲା ଗ୍ରାମରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରାର ବାର୍ସି ଆକ୍ରମଣରେ ବୃଦ୍ଧ କାକା ଗୁରୁତର ଆହତ ହୋଇଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ବୃଦ୍ଧଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସଯୋଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଛି l ଗ୍ରାମର ଅନନ୍ତ ଦେହୁରୀର ପୁଅ ଶଙ୍କର କିଛିମାସ ପୂର୍ବରୁ ଜନୈକା ମହିଳାଙ୍କୁ ନେଇ ଫେରାର ହୋଇଯାଥିଲା l ଘଟଣାକୁ ନେଇ ଉଭୟପକ୍ଷ ସେତେବେଳେ ଥାନାର ଦ୍ୱାରସ୍ଥ ମଧ୍ୟ୍ୟ […]

ବାରିପଦା: କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ କୋଛିମବିଲ୍ଲା ଗ୍ରାମରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରାର ବାର୍ସି ଆକ୍ରମଣରେ ବୃଦ୍ଧ କାକା ଗୁରୁତର ଆହତ ହୋଇଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ବୃଦ୍ଧଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସଯୋଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଛି l ଗ୍ରାମର ଅନନ୍ତ ଦେହୁରୀର ପୁଅ ଶଙ୍କର କିଛିମାସ ପୂର୍ବରୁ ଜନୈକା ମହିଳାଙ୍କୁ ନେଇ ଫେରାର ହୋଇଯାଥିଲା l ଘଟଣାକୁ ନେଇ ଉଭୟପକ୍ଷ ସେତେବେଳେ ଥାନାର ଦ୍ୱାରସ୍ଥ ମଧ୍ୟ୍ୟ ହୋଇଥିଲେ l ତେବେ ମହିଳାଙ୍କର ଏକ ୩ବର୍ଷର କନ୍ୟାସନ୍ତାନ ଥିବାବେଳେ ଉକ୍ତ ସନ୍ତାନ ନିଜର ଜେଜେବାପା ତଥା ପରିବାରବର୍ଗଙ୍କ ସହିତ ରହିଆସୁଥିଲା l ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା l ଶନିବାର ଏହି ଘଟଣାକୁ ନେଇ ଉପରୋକ୍ତ କାଣ୍ଡ ଘଟିଥିଲା । ଆକ୍ରମଣକାରୀ ପୁତୁରା ଶତ୍ରୁଘ୍ନକୁ ପୁଲିସ ଗିରଫ କରିଛି l

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

27 Nov 2021 By The Sakala

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କକାଙ୍କୁ ହାଣିଲା ପୁତୁରା

ବାରିପଦା: କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ କୋଛିମବିଲ୍ଲା ଗ୍ରାମରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରାର ବାର୍ସି ଆକ୍ରମଣରେ ବୃଦ୍ଧ କାକା ଗୁରୁତର ଆହତ ହୋଇଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ବୃଦ୍ଧଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସଯୋଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଛି l ଗ୍ରାମର ଅନନ୍ତ ଦେହୁରୀର ପୁଅ ଶଙ୍କର କିଛିମାସ ପୂର୍ବରୁ ଜନୈକା ମହିଳାଙ୍କୁ ନେଇ ଫେରାର ହୋଇଯାଥିଲା l ଘଟଣାକୁ ନେଇ ଉଭୟପକ୍ଷ ସେତେବେଳେ ଥାନାର ଦ୍ୱାରସ୍ଥ ମଧ୍ୟ୍ୟ ହୋଇଥିଲେ l ତେବେ ମହିଳାଙ୍କର ଏକ ୩ବର୍ଷର କନ୍ୟାସନ୍ତାନ ଥିବାବେଳେ ଉକ୍ତ ସନ୍ତାନ ନିଜର ଜେଜେବାପା ତଥା ପରିବାରବର୍ଗଙ୍କ ସହିତ ରହିଆସୁଥିଲା l ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା l ଶନିବାର ଏହି ଘଟଣାକୁ ନେଇ ଉପରୋକ୍ତ କାଣ୍ଡ ଘଟିଥିଲା । ଆକ୍ରମଣକାରୀ ପୁତୁରା ଶତ୍ରୁଘ୍ନକୁ ପୁଲିସ ଗିରଫ କରିଛି l

https://www.thesakala.in/latest-odisha-news/mayurbhanj/son-killed-his-uncle/article-7187
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର