ମୟୁରଭଞ୍ଜର ଗୋପବନ୍ଧୁ ନଗର ବ୍ଲକରେ ସାପ କାମୁଡାରେ ବର୍ଷକୁ ଯାଉଛି ୧୦ରୁ ଅଧିକ ଜୀବନ

The Sakala Picture
Published On

କୁଆମରା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏବଂ ଜଙ୍ଗଲ ପରିବେଷ୍ଟିତ ଓ ପାହାଡ଼ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ସଚେତନ ଅଭାବରୁ ଏଠାରେ ସର୍ପାଘାତରେ ପ୍ରତି ବର୍ଷ ୧୦ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟୁଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି। ବିଶେଷ କରି ବର୍ଷା ଋତୁରେ ଏହି ପ୍ରାକୃତିକ ବିପର୍ଯ୍ଯୟରେ ବିଶେଷ ଶିକାର ହୋଇଥିବାର ଦେଖିବାକୁ ମିଳୁଛି। ବର୍ଷା ଋତୁରେ ମୁଖ୍ୟତଃ ବାଡି ବଗିଚା […]

କୁଆମରା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏବଂ ଜଙ୍ଗଲ ପରିବେଷ୍ଟିତ ଓ ପାହାଡ଼ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ସଚେତନ ଅଭାବରୁ ଏଠାରେ ସର୍ପାଘାତରେ ପ୍ରତି ବର୍ଷ ୧୦ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟୁଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି। ବିଶେଷ କରି ବର୍ଷା ଋତୁରେ ଏହି ପ୍ରାକୃତିକ ବିପର୍ଯ୍ଯୟରେ ବିଶେଷ ଶିକାର ହୋଇଥିବାର ଦେଖିବାକୁ ମିଳୁଛି। ବର୍ଷା ଋତୁରେ ମୁଖ୍ୟତଃ ବାଡି ବଗିଚା ମାନଙ୍କରେ ସରୀସୃପ ମାନଙ୍କୁ ଦେଖିବାକୁ ମିଳିଥାଏ। ଉକ୍ତ ବ୍ଲକ ଦେଇ ପ୍ରବାହିତ ନଦୀ, ନାଳ ଏବଂ ଜଙ୍ଗଲ ମାନଙ୍କରେ ବିଷଧର ସର୍ପ ଚନ୍ଦ୍ର ମଣ୍ଡଳ ବୋଡା, ଜାତିୟା, ଚିତି, ଅଜଗର, ଗୋଖର ଭଳି ବିଷାକ୍ତ ସର୍ପ ମାନଙ୍କୁ ଦେଖିବାକୁ ମିଳିଛି। ପ୍ରାୟତଃ ବର୍ଷା ଋତୁ ଆରମ୍ଭ ବେଳକୁ ଏହି ସରିସୃପ ମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି ଓ ସ୍ଥାନୀୟ ଗାଁ ଗଣ୍ଡା ମାନଙ୍କୁ ଖସିଆସି ଘରବାଡି ମାନଙ୍କରେ ଆଶ୍ରୟ ନେଇଥାନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଅଧିକ ବର୍ଷା ହେଲେ ସେମାନଙ୍କ ଗାତ ଭିତରକୁ ପାଣି ପଶିବାରୁ ଆଶ୍ରୟ ପାଇଁ ଶେଷରେ ମଣିଷ ମାନଙ୍କ ବାସଗୃହ ମଧ୍ୟକୁ ପଶି ଆସନ୍ତି। ସାପ ମାନଙ୍କର ଶ୍ରବଣ ଶକ୍ତି କମ୍ ଥିବାରୁ ଅଜାଣତରେ କେହି ପାଦ ପକାଇଲେ ସାପ ଦଂଶନ କରିଥାଏ। ଲୋକେ ଅନ୍ଧାରରେ ଶୋଇଥିବା କିମ୍ବା ବସିଥିବା ବେଳେ ସର୍ପାଘାତରେ ଶିକାର ହେଉଥିବାର ଦେଖିବାକୁ ମିଳୁଛି। ଗ୍ରାମା ଅଞ୍ଚଳ ମାନଙ୍କରେ ଥିବା ଡାକ୍ତରଖାନା ଗୁଡିକରେ ସେପରି ସୁବିଧା ଉପଲବ୍ଧ ନ ଥିବା ବେଳେ ଲୋକେ ବାରିପଦା କିମ୍ବା ବାଲେଶ୍ଵର ୫୦ କିମି ରାସ୍ତା ଅତିକ୍ରମ କରି ପହଞ୍ଚିବା ବେଳକୁ ପ୍ରାୟ ଦୁଇରୁ ତିନି ଘଣ୍ଟା ସମୟ ଲାଗେ। ଏଣୁ ଲୋକେ ପ୍ରାୟତଃ ଗ୍ରାମାଞ୍ଚଳ ମାନଙ୍କରେ ଗୁଣି ଗାରେଡ଼ି ଉପରେ ଭରସା କରି ଶେଷରେ ମୃତ୍ୟୁ ବରଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଯେଉଁ ମାନେ ଡାକ୍ତର ଖାନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ବିପର୍ଯ୍ଯୟ ପାଣ୍ଠି ରୁ ୪ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ବ୍ୟବସ୍ଥା ରହିଛି। ମାତ୍ର ବିଭାଗୀୟ ଅବହେଳା ଯୋଗୁଁ ଦୀର୍ଘ ଦୁଇ ତିନି ବର୍ଷ ଧରି ଅନେକ ଏହି ଅନୁକମ୍ପା ରାଶି ପାଇପାରି ନ ଥିବାର ଅଭିଯୋଗ ହୋଇଛି। କେତେକ ସଚେତନତା ନ ଥିବା ବ୍ୟକ୍ତି ମୃତ୍ୟୁବରଣ ପରେ ପୋଡି ଦେବା ଯୋଗୁଁ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। ତେବେ ଗ୍ରାମାଞ୍ଚଳ ଗୁଡିକରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ତେବେ ବିଶେଷ କରି ବର୍ଷା ଦିନେ ଘର ନିକଟରେ ଅଳିଆ ଆବର୍ଜନା ଓ ଅନାବନା ଗଛ ମାନଙ୍କୁ ସଫା କରିବା ସହ ଶୋଇବା ଘର ନିକଟରୁ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ଦୁରେଇ ରଖିବା, ଘର ମଧ୍ୟରେ ମୂଷା ଗାତ ଗୁଡିକୁ ବନ୍ଦ କରିବା ଉପରେ ସଚେତନ ରହିଲେ ସର୍ପାଘାତରୁ ରକ୍ଷା ମିଳିପାରିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

28 Jun 2022 By The Sakala

ମୟୁରଭଞ୍ଜର ଗୋପବନ୍ଧୁ ନଗର ବ୍ଲକରେ ସାପ କାମୁଡାରେ ବର୍ଷକୁ ଯାଉଛି ୧୦ରୁ ଅଧିକ ଜୀବନ

କୁଆମରା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏବଂ ଜଙ୍ଗଲ ପରିବେଷ୍ଟିତ ଓ ପାହାଡ଼ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ସଚେତନ ଅଭାବରୁ ଏଠାରେ ସର୍ପାଘାତରେ ପ୍ରତି ବର୍ଷ ୧୦ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟୁଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି। ବିଶେଷ କରି ବର୍ଷା ଋତୁରେ ଏହି ପ୍ରାକୃତିକ ବିପର୍ଯ୍ଯୟରେ ବିଶେଷ ଶିକାର ହୋଇଥିବାର ଦେଖିବାକୁ ମିଳୁଛି। ବର୍ଷା ଋତୁରେ ମୁଖ୍ୟତଃ ବାଡି ବଗିଚା ମାନଙ୍କରେ ସରୀସୃପ ମାନଙ୍କୁ ଦେଖିବାକୁ ମିଳିଥାଏ। ଉକ୍ତ ବ୍ଲକ ଦେଇ ପ୍ରବାହିତ ନଦୀ, ନାଳ ଏବଂ ଜଙ୍ଗଲ ମାନଙ୍କରେ ବିଷଧର ସର୍ପ ଚନ୍ଦ୍ର ମଣ୍ଡଳ ବୋଡା, ଜାତିୟା, ଚିତି, ଅଜଗର, ଗୋଖର ଭଳି ବିଷାକ୍ତ ସର୍ପ ମାନଙ୍କୁ ଦେଖିବାକୁ ମିଳିଛି। ପ୍ରାୟତଃ ବର୍ଷା ଋତୁ ଆରମ୍ଭ ବେଳକୁ ଏହି ସରିସୃପ ମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି ଓ ସ୍ଥାନୀୟ ଗାଁ ଗଣ୍ଡା ମାନଙ୍କୁ ଖସିଆସି ଘରବାଡି ମାନଙ୍କରେ ଆଶ୍ରୟ ନେଇଥାନ୍ତି।

ଅଧିକ ବର୍ଷା ହେଲେ ସେମାନଙ୍କ ଗାତ ଭିତରକୁ ପାଣି ପଶିବାରୁ ଆଶ୍ରୟ ପାଇଁ ଶେଷରେ ମଣିଷ ମାନଙ୍କ ବାସଗୃହ ମଧ୍ୟକୁ ପଶି ଆସନ୍ତି। ସାପ ମାନଙ୍କର ଶ୍ରବଣ ଶକ୍ତି କମ୍ ଥିବାରୁ ଅଜାଣତରେ କେହି ପାଦ ପକାଇଲେ ସାପ ଦଂଶନ କରିଥାଏ। ଲୋକେ ଅନ୍ଧାରରେ ଶୋଇଥିବା କିମ୍ବା ବସିଥିବା ବେଳେ ସର୍ପାଘାତରେ ଶିକାର ହେଉଥିବାର ଦେଖିବାକୁ ମିଳୁଛି। ଗ୍ରାମା ଅଞ୍ଚଳ ମାନଙ୍କରେ ଥିବା ଡାକ୍ତରଖାନା ଗୁଡିକରେ ସେପରି ସୁବିଧା ଉପଲବ୍ଧ ନ ଥିବା ବେଳେ ଲୋକେ ବାରିପଦା କିମ୍ବା ବାଲେଶ୍ଵର ୫୦ କିମି ରାସ୍ତା ଅତିକ୍ରମ କରି ପହଞ୍ଚିବା ବେଳକୁ ପ୍ରାୟ ଦୁଇରୁ ତିନି ଘଣ୍ଟା ସମୟ ଲାଗେ। ଏଣୁ ଲୋକେ ପ୍ରାୟତଃ ଗ୍ରାମାଞ୍ଚଳ ମାନଙ୍କରେ ଗୁଣି ଗାରେଡ଼ି ଉପରେ ଭରସା କରି ଶେଷରେ ମୃତ୍ୟୁ ବରଣ କରୁଛନ୍ତି।

ଯେଉଁ ମାନେ ଡାକ୍ତର ଖାନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ବିପର୍ଯ୍ଯୟ ପାଣ୍ଠି ରୁ ୪ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ବ୍ୟବସ୍ଥା ରହିଛି। ମାତ୍ର ବିଭାଗୀୟ ଅବହେଳା ଯୋଗୁଁ ଦୀର୍ଘ ଦୁଇ ତିନି ବର୍ଷ ଧରି ଅନେକ ଏହି ଅନୁକମ୍ପା ରାଶି ପାଇପାରି ନ ଥିବାର ଅଭିଯୋଗ ହୋଇଛି। କେତେକ ସଚେତନତା ନ ଥିବା ବ୍ୟକ୍ତି ମୃତ୍ୟୁବରଣ ପରେ ପୋଡି ଦେବା ଯୋଗୁଁ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। ତେବେ ଗ୍ରାମାଞ୍ଚଳ ଗୁଡିକରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ତେବେ ବିଶେଷ କରି ବର୍ଷା ଦିନେ ଘର ନିକଟରେ ଅଳିଆ ଆବର୍ଜନା ଓ ଅନାବନା ଗଛ ମାନଙ୍କୁ ସଫା କରିବା ସହ ଶୋଇବା ଘର ନିକଟରୁ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ଦୁରେଇ ରଖିବା, ଘର ମଧ୍ୟରେ ମୂଷା ଗାତ ଗୁଡିକୁ ବନ୍ଦ କରିବା ଉପରେ ସଚେତନ ରହିଲେ ସର୍ପାଘାତରୁ ରକ୍ଷା ମିଳିପାରିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର