ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

The Sakala Picture
Published On

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍‌ […]

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍‌ ବ୍ୟାନ୍‌ କରାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୁପକ୍ଷ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପର୍ଯ୍ୟଟକମାନଙ୍କ ସୁବିଧାପାଇଁ ସମସ୍ତ ପ୍ରକାର ଅ।ନୁସଂଗିକ ବ୍ୟବସ୍ଥା ଏବଂ ରାସ୍ତାଘାଟ ଇତ୍ୟାଦି ମରାମତି କରାଯାଇ ସାରିଛି । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଅ।କର୍ଷିତ ହୋଇ ଅ।ସିଥାନ୍ତି। ଅନ୍ୟାନ୍ୟ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସାଂଗସାଥୀ ଏବଂ ପରିବାର ଲୋକମାନଂକ ସହ ଅଭୟାରଣ୍ୟ ବୁଲି ନିଅ।ରା ଅନୁଭୂତି ସଂ।ଉଣ୍ଟିବାକୁ ଅ।ସିବାକୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମାତ୍ର ଶିମିଳିପାଳ ଅଭୟାରଣ୍ୟକୁ ବୁଲିଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସ୍ଵତନ୍ତ୍ର ନିୟମକାନୁନ ବ୍ୟବସ୍ଥା ରଖାଯାଇଛି, ଯାହାକୁ ସେମାନେ ପାଳନ କରି ସୁରୁଖୁରୁରେ ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଉଭୟ ପଟରୁ ଅର୍ଥାତ ବାରିପଦା ପଟରୁ ଲୁଲୁଂ ଏବଂ ଯଶିପୁର ପଟରୁ କାଳିଅ।ଣି ଗେଟଦେଇ ପର୍ଯ୍ୟଟକମାନଙ୍କୁ ପ୍ରବେଶ ସମୟରେ ଅନୁମତି ପତ୍ର ସଂଗ୍ରହ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ । ଶିମିଳିପାଳ ଅଭୟାରଣ୍ୟ ଭିତରେ ୫ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅ।ଣି ଏବଂ ବରେହିପାଣି ରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଂକ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା ରଖାଯାଇଥିବା ସଂପର୍କରେ ସୂଚନା ଦିଅଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

17 Oct 2022 By The Sakala

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍‌ ବ୍ୟାନ୍‌ କରାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୁପକ୍ଷ ।

ପର୍ଯ୍ୟଟକମାନଙ୍କ ସୁବିଧାପାଇଁ ସମସ୍ତ ପ୍ରକାର ଅ।ନୁସଂଗିକ ବ୍ୟବସ୍ଥା ଏବଂ ରାସ୍ତାଘାଟ ଇତ୍ୟାଦି ମରାମତି କରାଯାଇ ସାରିଛି । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଅ।କର୍ଷିତ ହୋଇ ଅ।ସିଥାନ୍ତି। ଅନ୍ୟାନ୍ୟ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସାଂଗସାଥୀ ଏବଂ ପରିବାର ଲୋକମାନଂକ ସହ ଅଭୟାରଣ୍ୟ ବୁଲି ନିଅ।ରା ଅନୁଭୂତି ସଂ।ଉଣ୍ଟିବାକୁ ଅ।ସିବାକୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି।

ମାତ୍ର ଶିମିଳିପାଳ ଅଭୟାରଣ୍ୟକୁ ବୁଲିଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସ୍ଵତନ୍ତ୍ର ନିୟମକାନୁନ ବ୍ୟବସ୍ଥା ରଖାଯାଇଛି, ଯାହାକୁ ସେମାନେ ପାଳନ କରି ସୁରୁଖୁରୁରେ ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଉଭୟ ପଟରୁ ଅର୍ଥାତ ବାରିପଦା ପଟରୁ ଲୁଲୁଂ ଏବଂ ଯଶିପୁର ପଟରୁ କାଳିଅ।ଣି ଗେଟଦେଇ ପର୍ଯ୍ୟଟକମାନଙ୍କୁ ପ୍ରବେଶ ସମୟରେ ଅନୁମତି ପତ୍ର ସଂଗ୍ରହ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ । ଶିମିଳିପାଳ ଅଭୟାରଣ୍ୟ ଭିତରେ ୫ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅ।ଣି ଏବଂ ବରେହିପାଣି ରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଂକ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା ରଖାଯାଇଥିବା ସଂପର୍କରେ ସୂଚନା ଦିଅଯାଇଛି।

https://www.thesakala.in/latest-odisha-news/mayurbhanj/similipal-national-park-will-open-from-november-1st/article-15801
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର