ମନୋରଞ୍ଜନ
ଓଡ଼ିଶା
ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ, ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର
ମୟୂରଭଞ୍ଜ: ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ। ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣକ ଘରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ଦୁର୍ବୃତ୍ତଙ୍କ ଗତିବିଧି ଦେଖିବା ପରେ ପରିବାର ଲୋକ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୌରବ ଦାସ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ସ୍ବାଇଁ ଆହତ ହୋଇଥିଲେ। ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ […]
ମୟୂରଭଞ୍ଜ: ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ। ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣକ ଘରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ଦୁର୍ବୃତ୍ତଙ୍କ ଗତିବିଧି ଦେଖିବା ପରେ ପରିବାର ଲୋକ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୌରବ ଦାସ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ସ୍ବାଇଁ ଆହତ ହୋଇଥିଲେ।
ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଖସି ପଳାଇବା ବେଳେ ଜଣଙ୍କୁ କାବୁ କରି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ସେମାନଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣାସ୍ଥଳରୁ ଏକ ମାଉଜର ଜବତ କରିଛି ପୋଲିସ।