ମୟୁରଭଞ୍ଜରେ ଆଞ୍ଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

The Sakala Picture
Published On

ବାରିପଦା: ଆଂଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ । ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ , ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସୁଦାମ ମାରାଣ୍ଡି, ରାଜକିଶୋର ଦାସ, ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, […]

ବାରିପଦା: ଆଂଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ । ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ , ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସୁଦାମ ମାରାଣ୍ଡି, ରାଜକିଶୋର ଦାସ, ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ସମେତ ରାଜ୍ୟ କୃଷି ଓ ଅନ୍ୟାନ୍ୟ ବିଭାଗର ନିର୍ଦ୍ଦେଶକ ଓ ବିଭିନ୍ନ ରାଜ୍ୟ ସ୍ତରୀୟ ଅଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଏହି ମେଳା ଆଗାମୀ ୩ ତିନି ଦିନ ଧରି ଚାଲିବ । ରାଜ୍ୟରେ କୃଷକର ବିକାଶ ଏବଂ କୃଷିର ଉନ୍ନତି ପାଇଁ ଏହି ମେଳା ଆୟୋଜନ କରାଯାଇଛି। ଚାଷୀମାନେ ଯଦି କୋୖଣସି ଯନ୍ତ୍ରପାତି କ୍ରୟ କରିବାକୁ ଚାହାଁନ୍ତି ସେମାନେ ସିଧାସଳଖ ଏହି ମେଳାରୁ ସବସିଡ ଯୁକ୍ତ ସାମଗ୍ରୀ ଆବେଦନ କରି ସଙ୍ଗେ ସଙ୍ଗେ କିଣିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ମେଳାରେ ମୟୂରଭଞ୍ଜ ସମେତ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲା ମିଶି ୫ଟି ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ କୃଷି ଯନ୍ତ୍ରପାତି କମ୍ପାନୀ ନିଜର ଷ୍ଟଲରେ ସାମଗ୍ରୀ ପ୍ରଦର୍ଶନ ସହିତ ଯୋଗାଣ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

07 Feb 2023 By The Sakala

ମୟୁରଭଞ୍ଜରେ ଆଞ୍ଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବାରିପଦା: ଆଂଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ । ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ , ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସୁଦାମ ମାରାଣ୍ଡି, ରାଜକିଶୋର ଦାସ, ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ସମେତ ରାଜ୍ୟ କୃଷି ଓ ଅନ୍ୟାନ୍ୟ ବିଭାଗର ନିର୍ଦ୍ଦେଶକ ଓ ବିଭିନ୍ନ ରାଜ୍ୟ ସ୍ତରୀୟ ଅଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।

ଏହି ମେଳା ଆଗାମୀ ୩ ତିନି ଦିନ ଧରି ଚାଲିବ । ରାଜ୍ୟରେ କୃଷକର ବିକାଶ ଏବଂ କୃଷିର ଉନ୍ନତି ପାଇଁ ଏହି ମେଳା ଆୟୋଜନ କରାଯାଇଛି। ଚାଷୀମାନେ ଯଦି କୋୖଣସି ଯନ୍ତ୍ରପାତି କ୍ରୟ କରିବାକୁ ଚାହାଁନ୍ତି ସେମାନେ ସିଧାସଳଖ ଏହି ମେଳାରୁ ସବସିଡ ଯୁକ୍ତ ସାମଗ୍ରୀ ଆବେଦନ କରି ସଙ୍ଗେ ସଙ୍ଗେ କିଣିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ମେଳାରେ ମୟୂରଭଞ୍ଜ ସମେତ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲା ମିଶି ୫ଟି ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ କୃଷି ଯନ୍ତ୍ରପାତି କମ୍ପାନୀ ନିଜର ଷ୍ଟଲରେ ସାମଗ୍ରୀ ପ୍ରଦର୍ଶନ ସହିତ ଯୋଗାଣ କରୁଛନ୍ତି ।

https://www.thesakala.in/latest-odisha-news/mayurbhanj/regional-agricultural-festival-and-district-agricultural-machinery-fair-inaugurated-in-mayurbhanj/article-18746
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର