ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦୁଇବର୍ଷ ପରେ ଗଡ଼ିଲା ରଥ; ମାଉସୀ ମା’ ମନ୍ଦିରରେ ତାଳଧ୍ୱଜ ଓ ବାଟରେ ଦର୍ପଦଳନ, କାଲି ଗଡ଼ିବ ନନ୍ଦିଘୋଷ

The Sakala Picture
Published On

ବାରିପଦା: ଦୁଇବର୍ଷ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ତଦନୁଯାୟୀ ଅପରାହ୍ନ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ôଚଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ(ଟାଉନ ଥାନା) ନିକଟରେ ଅଟକିଛି । ରବିବାର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥଟଣା ଆରମ୍ଭ ହୋଇ ଶେଷ ହେବ […]

ବାରିପଦା: ଦୁଇବର୍ଷ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ତଦନୁଯାୟୀ ଅପରାହ୍ନ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ôଚଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ(ଟାଉନ ଥାନା) ନିକଟରେ ଅଟକିଛି । ରବିବାର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥଟଣା ଆରମ୍ଭ ହୋଇ ଶେଷ ହେବ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଶୁକ୍ରବାର ରଥାଋଢ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବିଜେ ବାରିପଦାର ଚତୁର୍ଦ୍ଧାମୂର୍ତ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ଶନିବାର ଅପରାହ୍ଣ ୨ଟା୩୦ ମିନିଟରେ ଗୁଣ୍ଡିଚାଯାତ୍ରା ଆରମ୍ଭ ହୋଇଥିଲା । ଜିଲ୍ଲା, ଜିଲ୍ଲା ଓ ରାଜ୍ୟ ବାହରୁ ହଜାର ହଜାର ଜନସାଧାରଣଙ୍କର ବଡ଼ଦାଣ୍ଡକୁ ସୁଅ ଛୁଟିଥିଲା । ବାରିପଦା ସହର ତଥା ସହର ଉପକଣ୍ଠର ଦେକାନ ବଜାର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ପ୍ରାୟତଃ ବନ୍ଦ ହୋଇଥିଲା । ସମସ୍ତେ ବଡ଼ଦାଣ୍ଡ ଅଭିମୁଖେ ଚାଲିଥିଲେ । ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ପ୍ରଥମେ ଭକ୍ତମାନେ ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ସହସ୍ରାଧିକ ଭକ୍ତ ରଥ ଦଉଡିକୁ ଆନନ୍ଦର ସହ ଟାଣି ନେଇ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ତେବେ ମହିଳା ଭକ୍ତ ମାନେ ବଳଭଦ୍ରଙ୍କ ରଥ ସହିତ ନଯାଇ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ଅପେକ୍ଷା କରିଥିଲେ ଦର୍ପଦଳନ ନିକଟରେ । ଅପରାହ୍ନ ପ୍ରାୟ ୪ଟା ପରେ ଆରମ୍ଭ ହୋଇଥିଲା ସୁଭଦ୍ରାଙ୍କ ରଥଟଣା । ମହିଳା ପୁଲିସ, ମହିଳା ସ୍କାଉଟ୍‌ ଆଣ୍ଡ ଗାଇଡ ଓ ମହିଳା ଏନ୍‌ଏସ୍‌ଏସ୍‌ର ସଦସ୍ୟାମାନଙ୍କ କଡର଼୍ନ ବା ସୁରକ୍ଷା ବଳୟରେ ମହିଳାମାନେ ରଥକୁ ଟାଣି ଟାଣି ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

୧୯୭୫ ମସିହା ଅନ୍ତର୍ଜାତିକ ମହିଳା ବର୍ଷ ଠାରୁ ଚାଲିଥିବା ଏହି ପରମ୍ପରା ପାଇଁ ବାରିପଦା ରଥଯାତ୍ରାରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ହୋଇଥାଏ । ଶନିବାର ୫୦ହଜାରରୁ ଅଧିକ ମହିଳା ଭକ୍ତଙ୍କ ସମାଗମ ଏହାକୁ ପ୍ରମାଣିତ କରିଥିଲା । ସୁଭଦ୍ରାଙ୍କ ରଥ ଟାଉନ ଥାନା ପାଖରେ ପରମ୍ପରା ଅନୁଯାୟୀ ଅଟକି ଥିଲା । ରବିବାର ମଙ୍ଗଳବାର ଅପରାହ୍ଣରେ ପ୍ରଥମେ ମହିଳାମାନେ ଏହି ରଥକୁ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇବା ପରେ ଆରମ୍ଭ ହେବ ଜଗନ୍ନାଥଙ୍କ ରଥଯାତ୍ରା । ଅପରାହ୍ଣରେ ରଥଟଣା ସମୟରେ ପାଗ ଅନୁକୂଳ ଥିଲା । ରଥର ସୁରକ୍ଷା ତଥା ପାଇଁ ପୁଲିସବାହିନୀ ଦ୍ୱାରା ରଥର ଚାରିପଟେ କର୍ଡନ କରାଯାଇଥିଲା । କର୍ଡନ ଭିତରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ରଥ ଦଉଡି ଟାଣିଥିବା ବେଳେ କର୍ଡନ ବାହାରେ ଭକ୍ତମାନେ ଟାଣିଥିଲେ । ଶାନ୍ତିପୂର୍ଣ୍ଣ ଭାବେ କୋଭିଡ଼ ନିୟମ ପାଳନ ପୂର୍ବକ ରଥଟଣା କାର୍ଯ୍ୟ ସମାପନ ପାଇଁ ପୁଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ବଡଦାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଜିଲ୍ଲପାଳ, ଏସପି, ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ପଦାଧିକାରୀ ବଡ଼ଦାଣ୍ଡରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିନି ଦିଅଁ ନିଜନିଜ ରଥରେ ପୂଜା ପାଉଥିବା ବେଳେ ଭକ୍ତଙ୍କ ଗହଳି ଲାଗିଛି । ରବିବାର ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ପହଞ୍ଚିବା ପରେ ସମସ୍ତ ଦିଅଁ ପହଣ୍ଡିରେ ମାଉସୀ ମା’ଙ୍କ ମନ୍ଦିରକୁ ଯିବେ ।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

02 Jul 2022 By The Sakala

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦୁଇବର୍ଷ ପରେ ଗଡ଼ିଲା ରଥ; ମାଉସୀ ମା’ ମନ୍ଦିରରେ ତାଳଧ୍ୱଜ ଓ ବାଟରେ ଦର୍ପଦଳନ, କାଲି ଗଡ଼ିବ ନନ୍ଦିଘୋଷ

ବାରିପଦା: ଦୁଇବର୍ଷ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ତଦନୁଯାୟୀ ଅପରାହ୍ନ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ôଚଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ(ଟାଉନ ଥାନା) ନିକଟରେ ଅଟକିଛି । ରବିବାର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥଟଣା ଆରମ୍ଭ ହୋଇ ଶେଷ ହେବ ।

ଶୁକ୍ରବାର ରଥାଋଢ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବିଜେ ବାରିପଦାର ଚତୁର୍ଦ୍ଧାମୂର୍ତ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ଶନିବାର ଅପରାହ୍ଣ ୨ଟା୩୦ ମିନିଟରେ ଗୁଣ୍ଡିଚାଯାତ୍ରା ଆରମ୍ଭ ହୋଇଥିଲା । ଜିଲ୍ଲା, ଜିଲ୍ଲା ଓ ରାଜ୍ୟ ବାହରୁ ହଜାର ହଜାର ଜନସାଧାରଣଙ୍କର ବଡ଼ଦାଣ୍ଡକୁ ସୁଅ ଛୁଟିଥିଲା । ବାରିପଦା ସହର ତଥା ସହର ଉପକଣ୍ଠର ଦେକାନ ବଜାର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ପ୍ରାୟତଃ ବନ୍ଦ ହୋଇଥିଲା । ସମସ୍ତେ ବଡ଼ଦାଣ୍ଡ ଅଭିମୁଖେ ଚାଲିଥିଲେ । ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ପ୍ରଥମେ ଭକ୍ତମାନେ ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ସହସ୍ରାଧିକ ଭକ୍ତ ରଥ ଦଉଡିକୁ ଆନନ୍ଦର ସହ ଟାଣି ନେଇ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ତେବେ ମହିଳା ଭକ୍ତ ମାନେ ବଳଭଦ୍ରଙ୍କ ରଥ ସହିତ ନଯାଇ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ଅପେକ୍ଷା କରିଥିଲେ ଦର୍ପଦଳନ ନିକଟରେ । ଅପରାହ୍ନ ପ୍ରାୟ ୪ଟା ପରେ ଆରମ୍ଭ ହୋଇଥିଲା ସୁଭଦ୍ରାଙ୍କ ରଥଟଣା । ମହିଳା ପୁଲିସ, ମହିଳା ସ୍କାଉଟ୍‌ ଆଣ୍ଡ ଗାଇଡ ଓ ମହିଳା ଏନ୍‌ଏସ୍‌ଏସ୍‌ର ସଦସ୍ୟାମାନଙ୍କ କଡର଼୍ନ ବା ସୁରକ୍ଷା ବଳୟରେ ମହିଳାମାନେ ରଥକୁ ଟାଣି ଟାଣି ନେଇଥିଲେ ।

୧୯୭୫ ମସିହା ଅନ୍ତର୍ଜାତିକ ମହିଳା ବର୍ଷ ଠାରୁ ଚାଲିଥିବା ଏହି ପରମ୍ପରା ପାଇଁ ବାରିପଦା ରଥଯାତ୍ରାରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ହୋଇଥାଏ । ଶନିବାର ୫୦ହଜାରରୁ ଅଧିକ ମହିଳା ଭକ୍ତଙ୍କ ସମାଗମ ଏହାକୁ ପ୍ରମାଣିତ କରିଥିଲା । ସୁଭଦ୍ରାଙ୍କ ରଥ ଟାଉନ ଥାନା ପାଖରେ ପରମ୍ପରା ଅନୁଯାୟୀ ଅଟକି ଥିଲା । ରବିବାର ମଙ୍ଗଳବାର ଅପରାହ୍ଣରେ ପ୍ରଥମେ ମହିଳାମାନେ ଏହି ରଥକୁ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇବା ପରେ ଆରମ୍ଭ ହେବ ଜଗନ୍ନାଥଙ୍କ ରଥଯାତ୍ରା । ଅପରାହ୍ଣରେ ରଥଟଣା ସମୟରେ ପାଗ ଅନୁକୂଳ ଥିଲା । ରଥର ସୁରକ୍ଷା ତଥା ପାଇଁ ପୁଲିସବାହିନୀ ଦ୍ୱାରା ରଥର ଚାରିପଟେ କର୍ଡନ କରାଯାଇଥିଲା । କର୍ଡନ ଭିତରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ରଥ ଦଉଡି ଟାଣିଥିବା ବେଳେ କର୍ଡନ ବାହାରେ ଭକ୍ତମାନେ ଟାଣିଥିଲେ । ଶାନ୍ତିପୂର୍ଣ୍ଣ ଭାବେ କୋଭିଡ଼ ନିୟମ ପାଳନ ପୂର୍ବକ ରଥଟଣା କାର୍ଯ୍ୟ ସମାପନ ପାଇଁ ପୁଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ବଡଦାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଜିଲ୍ଲପାଳ, ଏସପି, ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ପଦାଧିକାରୀ ବଡ଼ଦାଣ୍ଡରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିନି ଦିଅଁ ନିଜନିଜ ରଥରେ ପୂଜା ପାଉଥିବା ବେଳେ ଭକ୍ତଙ୍କ ଗହଳି ଲାଗିଛି । ରବିବାର ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ପହଞ୍ଚିବା ପରେ ସମସ୍ତ ଦିଅଁ ପହଣ୍ଡିରେ ମାଉସୀ ମା’ଙ୍କ ମନ୍ଦିରକୁ ଯିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର