ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ, ‌‌ଦୁଇ ନାବାଳକ ସମେତ ୪ ଗିରଫ

The Sakala Picture
Published On

ବହଳଦା: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ବାଲିକୁଦା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜନୈକ ନାବାଳିକା ଝିଅ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନେଇ ସ୍ଥାନୀୟ ବହଳଦା ଥାନାରେ ଅଭିଯୋଗ ହେବା ସହ ଏଥିରେ ସମ୍ପୃକ୍ତ ଉକ୍ତ ଗ୍ରାମର ଦୁଇ ନାବାଳକଙ୍କ ସମେତ ମୋଟ ଚାରିଜଣଙ୍କୁ ବହଳଦା ପୋଲିସ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରୋଫ କରି କୋର୍ଟ ଚାଲାଣ କରିଛି। ବହଳଦା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଗତ ବୁଧବାର ଅର୍ଥାତ୍ […]

ବହଳଦା: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ବାଲିକୁଦା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜନୈକ ନାବାଳିକା ଝିଅ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନେଇ ସ୍ଥାନୀୟ ବହଳଦା ଥାନାରେ ଅଭିଯୋଗ ହେବା ସହ ଏଥିରେ ସମ୍ପୃକ୍ତ ଉକ୍ତ ଗ୍ରାମର ଦୁଇ ନାବାଳକଙ୍କ ସମେତ ମୋଟ ଚାରିଜଣଙ୍କୁ ବହଳଦା ପୋଲିସ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରୋଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ବହଳଦା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଗତ ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୧୫ ତାରିଖ ଦିନ ଅପରାହ୍ନ ପାଖାପାଖି ୫ଟା ଘଟିକା ସମୟରେ ନିଜ ନାବାଳକ ବନ୍ଧୁ ସହିତ ଗ୍ରାମ ନିକଟସ୍ଥ ଏକ ଇଟା ଭାଟା ନିକଟରେ ପ୍ରେମାଳାପ କରୁଥିବା ସମୟରେ ଅନ୍ୟ ତିନିଜଣ ଯୁବକ ପହଞ୍ଚି ସେମାନଙ୍କ ଭିଡିଓ ଉତ୍ତୋଳନ କରି ପ୍ରଘଟ କରିବାକୁ କରିବାକୁ ଧମକ ଦେଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଞ୍ଚିବାରୁ ଘଟଣା ସ୍ଥଳରୁ ସମସ୍ତେ ଫେରାର ହୋଇ ଯାଇଥିଲେ। ପରେ ଘଟଣା ସମ୍ବନ୍ଧରେ ନାବାଳିକା ଝିଅଟି ନିଜ ମାଆକୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ଏନେଇ ତା’ ପରଦିନ ଗୁରୁବାର ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ଦିନ ଗ୍ରାମରେ ବୈଠକ ବସି ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା।ହେଲେ ବୈଠକରେ କୌଣସି ସମାଧାନ ହୋଇ ନ ପାରିବାରୁ ଘଟଣାକୁ ନେଇ ଝିଅ ପକ୍ଷରୁ ବହଳଦା ଥାନାରେ ଏତଲା ଦିଆ ଯାଇଥିଲା। ଅଭିଯୋଗ ପାଇବା ପରେ ବହଳଦା ଥାନା ପୋଲିସ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଚାରିଜଣଙ୍କୁ ଗିରଫ କରି ଥିଲେ। ଅଭିଯୁକ୍ତ ଚାରିଜଣଙ୍କର ଚାରୋଟି ମୋବାଇଲ ଫୋନ ମଧ୍ୟ ପୋଲିସ ଦ୍ବାରା ଜବତ କରାଯାଇଛି। ବହଳଦା ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ ସମେତ ଭାଇରୋ ସୋରେନ (୨୬) ଓ ଶ୍ରୀରାମ ହେମ୍ବ୍ରମ (୨୬) ଙ୍କୁ ଜିଲ୍ଲାର ବାରିପଦା ସ୍ଥିତ ଜୁଭେଲାଇନ କୋର୍ଟକୁ ଆଜି ପଠାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର