ରାଇରଙ୍ଗପୁର ବନଖଣ୍ଡରେ ୪୩ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ଧାର୍ଯ୍ୟ

The Sakala Picture
Published On

ରାଇରଙ୍ଗପୁର: ଜୁଲାଇ ଏକ ତାରିଖରୁ ଆରମ୍ଭ ହେବାକୁ ଥିବା ବନ ମହୋତ୍ସବ ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବନଖଣ୍ଡରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରା ଯାଉଛି। ରାଇରଙ୍ଗପୁର ବନଖଣ୍ଡରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଇରଙ୍ଗପୁର ବନଖଣ୍ଡର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଏସିଏଫ୍ ନବୀନ ଚନ୍ଦ୍ର ନାଏକଙ୍କ ସୂଚନା ଅନୁଯାୟୀ ବନଖଣ୍ଡର ରାଇରଙ୍ଗପୁର, ବହଳଦା, ବିଶୋଇ, ମଣଦା, ବାଦାମପାହାଡ ରେଞ୍ଜରେ କେନ୍ଦ୍ରିୟ ନର୍ସରୀ, ବହଳଦା ରେଞ୍ଜର ମେଗା ନର୍ସରୀ ସମେତ ମୋଟ ୧୫ଟି […]

ରାଇରଙ୍ଗପୁର: ଜୁଲାଇ ଏକ ତାରିଖରୁ ଆରମ୍ଭ ହେବାକୁ ଥିବା ବନ ମହୋତ୍ସବ ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବନଖଣ୍ଡରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରା ଯାଉଛି। ରାଇରଙ୍ଗପୁର ବନଖଣ୍ଡରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଇରଙ୍ଗପୁର ବନଖଣ୍ଡର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଏସିଏଫ୍ ନବୀନ ଚନ୍ଦ୍ର ନାଏକଙ୍କ ସୂଚନା ଅନୁଯାୟୀ ବନଖଣ୍ଡର ରାଇରଙ୍ଗପୁର, ବହଳଦା, ବିଶୋଇ, ମଣଦା, ବାଦାମପାହାଡ ରେଞ୍ଜରେ କେନ୍ଦ୍ରିୟ ନର୍ସରୀ, ବହଳଦା ରେଞ୍ଜର ମେଗା ନର୍ସରୀ ସମେତ ମୋଟ ୧୫ଟି ନର୍ସରୀରେ ଚଳିତ ବର୍ଷ ଶାଳ, ପିଆଶାଳ, ଅସନ, ଶିଶୁ, ଚନ୍ଦନ, ଗମ୍ଭାରୀ, ହରିଡା ଓ ବାହାଡା ଭଳି ସମୁଦାୟ ୮୫ ପ୍ରକାର ଦେଶୀ ଗଛର ମୋଟ ୫୭ ଲକ୍ଷ ୮୧ ହଜାର ୮ଶହ ୪୭ ଚାରା ପ୍ରସ୍ତୁତ କରା ଯାଇଛି। ଏଥି ମଧ୍ୟରୁ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ ପ୍ରାୟ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଚାରା ରୋପଣ କରା ଯିବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ସ୍ଥଳେ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ପ୍ରଭୃତିଙ୍କୁ ୩୧ ଲକ୍ଷ ଚାରା ବଣ୍ଟନ କରାଯିବ ଓ ଆଗାମୀ ବର୍ଷ ପାଇଁ ପ୍ରାୟ ୧୫ ଲକ୍ଷ ଚାରା ମହଜୁଦ ରଖାଯିବ। ବିଭାଗ ତରଫରୁ ୨୨୮ ହେକ୍ଟର ବ୍ଲକ୍, ୧ହଜାର ୭ଶହ ୩୮ ହେକ୍ଟର ଏନ୍.ଆର୍ ଓ ୨୫୬ ରନିଂ କିଲୋମିଟରରେ ଏଭିନିୟୁ ପ୍ଲାନଟେସନ୍ କରାଯିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ନିକଟ ଅତୀତରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଘଟିଥିବା ଭୟଙ୍କର ଅଗ୍ନୀକାଣ୍ଡ ଯୋଗୁ ବ୍ୟାପକ କ୍ଷତି ଘଟିଛି। ଏହାକୁ ଭରଣା କରିବା ଲକ୍ଷ୍ୟରେ ଚଳିତ ବର୍ଷ ବନ ବିଭାଗ ଅଣ୍ଟା ଭିଡିଥିବା ସମୟରେ ଜିଲ୍ଲାର ସମସ୍ତ ବ୍ୟକ୍ତିବିଶେଷ ଏଥିପାଇଁ ସହେଯାଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରା ଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର