ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସାମ୍ବାଦିକଙ୍କ ସୂଚନା ଆଧାରରେ ଧରିଲା ପୁଲିସ: ଦୀର୍ଘ ବର୍ଷ ଧରି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ କରୁଥିଲେ ଲେଡି ନେଟୱର୍କ

The Sakala Picture
Published On

ସାରସକଣା: ଧରାପଡିଲା ଗଞ୍ଜେଇ ଚାଲାଣକାରୀ ଲେଡି ନେଟୱର୍କ। ଲଗାତାର ଯାତ୍ରୀବାହୀ ବସ ମାଧ୍ୟମରେ ଚାଲିଥିଲା ଗଞ୍ଜେଇ ଚାଲାଣ। ଓଡିଶାରୁ କମ ଦରରେ କିଣି ପଶ୍ଚିମବଙ୍ଗ କଲିକତା ଅଞ୍ଚଳରେ ଚଢା ଦାମରେ କରୁଥିଲେ ବିକ୍ରି। ବଡ଼ ବଡ଼ କୋଟିପତିଙ୍କ ମାଫିଆ ମାନଙ୍କ ଛତ୍ରଛାୟା ତଳେ ରହି କାରବାରକୁ ଚଳାଇଛନ୍ତି ମହିଳା ଗ୍ରୁପ। ମାସରେ ଦୁଇଥର ବସ ମାଧ୍ୟମରେ ହେଉଛି ଗଞ୍ଜେଇ ଚାଲାଣ ଏକଥା କହିଛନ୍ତି ଖୋଦ ଚାଲାଣକାରୀ ତିନିଜଣ ବଙ୍ଗୀୟ ମହିଳା । ପୁଲିସର ଆଖିରେ ଧୂଳିଦେଇ ବର୍ଷବର୍ଷ […]

ସାରସକଣା: ଧରାପଡିଲା ଗଞ୍ଜେଇ ଚାଲାଣକାରୀ ଲେଡି ନେଟୱର୍କ। ଲଗାତାର ଯାତ୍ରୀବାହୀ ବସ ମାଧ୍ୟମରେ ଚାଲିଥିଲା ଗଞ୍ଜେଇ ଚାଲାଣ। ଓଡିଶାରୁ କମ ଦରରେ କିଣି ପଶ୍ଚିମବଙ୍ଗ କଲିକତା ଅଞ୍ଚଳରେ ଚଢା ଦାମରେ କରୁଥିଲେ ବିକ୍ରି। ବଡ଼ ବଡ଼ କୋଟିପତିଙ୍କ ମାଫିଆ ମାନଙ୍କ ଛତ୍ରଛାୟା ତଳେ ରହି କାରବାରକୁ ଚଳାଇଛନ୍ତି ମହିଳା ଗ୍ରୁପ। ମାସରେ ଦୁଇଥର ବସ ମାଧ୍ୟମରେ ହେଉଛି ଗଞ୍ଜେଇ ଚାଲାଣ ଏକଥା କହିଛନ୍ତି ଖୋଦ ଚାଲାଣକାରୀ ତିନିଜଣ ବଙ୍ଗୀୟ ମହିଳା । ପୁଲିସର ଆଖିରେ ଧୂଳିଦେଇ ବର୍ଷବର୍ଷ ଧରି ଚାଲିଛି ଏହି କାରବାର। ପୁଲିସର ଗୁଇନ୍ଦା ନେଟୱର୍କ ସମ୍ପୂର୍ଣ୍ଣ ବିଫଳ ରହିଥିବାରୁ ବେଧଡ଼କ ଚାଲିଥିଲା ଏହି କାରବାର । ହେଲେ ପୋଲିସକୁ ମିଳୁ ନ ଥିଲା ତଥ୍ୟ। ଅଥବା ପୁଲିସ ଜାଣି ଶୁଣି ଏହି ଗଞ୍ଜେଇ ଚାଲାଣ ଉପରେ ପରଦା ପକେଇ ଚାଲିଥିଲେ ତାହା ଏବେର ସବୁଠାରୁ ବଡ଼ ପ୍ରଶ୍ନପାଲଟିଛି ଲୋକଙ୍କ ପାଇଁ। ପୁଲିସର କରାମତି ନୁହେ, ଗଣମାଧ୍ୟମ ପ୍ରତିନିଧିଙ୍କ ନେଟୱର୍କ ପାଇଁ ଧରାପଡିଥିଲେ ଏହି ଲେଡି ଗ୍ୟାଙ୍ଗ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନା ଅନୁଯାୟୀ, ଗତକାଲି ମଙ୍ଗଳବାର ରାତି ୧୧.୩୦ ସମୟରେ ଦେବଗଡ କେନ୍ଦୁଝରରୁ କଲିକତା ଯାଉଥିବା ଓଡ଼ି-୧୧ଇ-୯୪୬୦ ନମ୍ବର ବିଶିଷ୍ଟ ଅଗ୍ରୱାଲା ନାମକ ବସକୁ ଝାରପୋଖରୀଆ ପୁଲିସ, ଥାନା ସମ୍ମୁଖରେ ଜାତୀୟ ରାଜପଥ ୪୯ ଓଭରବ୍ରିଜ ବାଇପାସଠାରେ ପୂର୍ବ ସୂଚନା ମୁତାବକ ଅଟକାଇ ଯାଞ୍ଚ କରିଥିଲେ। ଅଗ୍ରୱାଲା ବସରୁ ୫ଟି ବ୍ୟାଗରେ ୩୩ଟି ପ୍ୟାକେଟରେ ୩୪ କିଗ୍ରାରୁ ଉର୍ଦ୍ଧ୍ବ ସିଲ ପ୍ୟାକେଟ ଗଞ୍ଜେଇ ଜବତ କରାଯିବା ସହ ୩ ବଙ୍ଗୀୟ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ଝାରପୋଖରୀଆ ପୁଲିସ।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ମିଳିଥିବା ସୂଚନାକୁ ଆଧାର କରି ଥାନାଧିକାରୀ ମୁକ୍ତିକାନ୍ତ କୁଲୁଙ୍କ ଯୋଜନା ମୁତାବକ ଏସ.ଆଇ. ମୋନାଲିସା ବେହେରା ସଦଳବଳେ ଚଢ଼ାଉ କରି ୨୭ଜଣ ଯାତ୍ରୀଙ୍କ ମଧ୍ୟରୁ ଏହି ଗଞ୍ଜେଇ ନେଟୱାର୍କ ସହିତ ଜଡିତ ଥିବା ୩ ମହିଳାଙ୍କୁ ବସ ଭିତରୁ ଚିହ୍ନଟ କରି ତାଙ୍କୁ ଗିରଫ କରିଥିଲେ। ତେବେ ଥାନାକୁ ଆସିବା କ୍ଷଣି ଦୀର୍ଘଦିନ ଧରି ଗଞ୍ଜେଇ କାରବାର ଚଳାଇଥିବା ଏହି ତିନି ମହିଳା ଗଞ୍ଜେଇ କାରବାର କରୁଥିବା କଥାକୁ ସ୍ୱୀକାର କରିଥିଲେ। ଘଟଣାକୁ ଆଧାରକରି ଥାନାରେ ୧୬୩/୨୨ ଅନୁସାରେ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଥିବା ଏସଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ

ସେହିପରି ଧରାପଡିଥିବା ତିନି ମହିଳା ହୁଗୁଳି ଜିଲ୍ଲା ବଲାଗୋଡ଼ ଥାନା ଅନ୍ତର୍ଗତ ଖମାରକାଶୀ ଗ୍ରାମର ମୃଣାଳ ବିଶ୍ଵାସଙ୍କ ସ୍ତ୍ରୀ ଶର୍ମିଳା ବିଶ୍ୱାସ, ଭଜନ ଗାୟନଙ୍କ ସ୍ତ୍ରୀ ଗଙ୍ଗା ଗାୟନ, ଓ ହାୱଡା ଜିଲ୍ଲାର ଉଳବେରିଆ ଥାନା ଅନ୍ତର୍ଗତ ଅଜୟ ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ବ୍ୟବହୃତ ୫ଟି ମୋବାଇଲ, ଏଟିଏମ କାର୍ଡ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଥିବା ବେଳେ,ଏମାନଙ୍କ ଡାକ୍ତରୀ ମଇନା କରାଯାଇ କୋର୍ଟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସେହିପରି ଉକ୍ତ ଘଟଣା ଜଣାପଡିବା ପଛରେ ଅନ୍ୟ ଏକ ବିରୋଧୀ ଗଞ୍ଜେଇ ବ୍ୟବସାୟୀଙ୍କ ହାତ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲେ ହେଁ ଏହି ଗଞ୍ଜେଇ କାରବାର ନେଟୱାର୍କ ସହିତ ବାଙ୍ଗିରିପୋଷି ତଥା ଜାମଶଳା ଅଞ୍ଚଳର କିଛି ଲୋକ ସାମିଲ ଥିବା ଅନୁମାନ କରାଯାଇଛି। ସେହିପରି ବସର ଷ୍ଟାଫ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିବା ସ୍ପଷ୍ଟ ହୋଇଛି, ତିନି ମହିଳା ଲଗାତାର ଦେବଗଡ଼ ଅଞ୍ଚଳରୁ ଗଞ୍ଜେଇ ନେଇ କଲିକତା ଯିବା ଏବଂ ଏହା ଗପ ଗପନ ରହିବା ଚାଲିଥିବା କାରବାରର ସମ୍ପୃକ୍ତି କୁ ପ୍ରମାଣିତ କରୁଛି।।ଏମାନଙ୍କ ତଥ୍ୟକୁ ଆଧାର କରି ଜିଲ୍ଲା ପୁଲିସ ମୂଳ ଚେର କେତେଯାଏଁ ଲମ୍ବିଛି ତାହାକୁ ବାହାର କରିବାରେ ସକ୍ଷମ ହେଉଛନ୍ତି ଅଥବା ନିରବ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

13 Jul 2022 By The Sakala

ସାମ୍ବାଦିକଙ୍କ ସୂଚନା ଆଧାରରେ ଧରିଲା ପୁଲିସ: ଦୀର୍ଘ ବର୍ଷ ଧରି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ କରୁଥିଲେ ଲେଡି ନେଟୱର୍କ

ସାରସକଣା: ଧରାପଡିଲା ଗଞ୍ଜେଇ ଚାଲାଣକାରୀ ଲେଡି ନେଟୱର୍କ। ଲଗାତାର ଯାତ୍ରୀବାହୀ ବସ ମାଧ୍ୟମରେ ଚାଲିଥିଲା ଗଞ୍ଜେଇ ଚାଲାଣ। ଓଡିଶାରୁ କମ ଦରରେ କିଣି ପଶ୍ଚିମବଙ୍ଗ କଲିକତା ଅଞ୍ଚଳରେ ଚଢା ଦାମରେ କରୁଥିଲେ ବିକ୍ରି। ବଡ଼ ବଡ଼ କୋଟିପତିଙ୍କ ମାଫିଆ ମାନଙ୍କ ଛତ୍ରଛାୟା ତଳେ ରହି କାରବାରକୁ ଚଳାଇଛନ୍ତି ମହିଳା ଗ୍ରୁପ। ମାସରେ ଦୁଇଥର ବସ ମାଧ୍ୟମରେ ହେଉଛି ଗଞ୍ଜେଇ ଚାଲାଣ ଏକଥା କହିଛନ୍ତି ଖୋଦ ଚାଲାଣକାରୀ ତିନିଜଣ ବଙ୍ଗୀୟ ମହିଳା । ପୁଲିସର ଆଖିରେ ଧୂଳିଦେଇ ବର୍ଷବର୍ଷ ଧରି ଚାଲିଛି ଏହି କାରବାର। ପୁଲିସର ଗୁଇନ୍ଦା ନେଟୱର୍କ ସମ୍ପୂର୍ଣ୍ଣ ବିଫଳ ରହିଥିବାରୁ ବେଧଡ଼କ ଚାଲିଥିଲା ଏହି କାରବାର । ହେଲେ ପୋଲିସକୁ ମିଳୁ ନ ଥିଲା ତଥ୍ୟ। ଅଥବା ପୁଲିସ ଜାଣି ଶୁଣି ଏହି ଗଞ୍ଜେଇ ଚାଲାଣ ଉପରେ ପରଦା ପକେଇ ଚାଲିଥିଲେ ତାହା ଏବେର ସବୁଠାରୁ ବଡ଼ ପ୍ରଶ୍ନପାଲଟିଛି ଲୋକଙ୍କ ପାଇଁ। ପୁଲିସର କରାମତି ନୁହେ, ଗଣମାଧ୍ୟମ ପ୍ରତିନିଧିଙ୍କ ନେଟୱର୍କ ପାଇଁ ଧରାପଡିଥିଲେ ଏହି ଲେଡି ଗ୍ୟାଙ୍ଗ।

ସୂଚନା ଅନୁଯାୟୀ, ଗତକାଲି ମଙ୍ଗଳବାର ରାତି ୧୧.୩୦ ସମୟରେ ଦେବଗଡ କେନ୍ଦୁଝରରୁ କଲିକତା ଯାଉଥିବା ଓଡ଼ି-୧୧ଇ-୯୪୬୦ ନମ୍ବର ବିଶିଷ୍ଟ ଅଗ୍ରୱାଲା ନାମକ ବସକୁ ଝାରପୋଖରୀଆ ପୁଲିସ, ଥାନା ସମ୍ମୁଖରେ ଜାତୀୟ ରାଜପଥ ୪୯ ଓଭରବ୍ରିଜ ବାଇପାସଠାରେ ପୂର୍ବ ସୂଚନା ମୁତାବକ ଅଟକାଇ ଯାଞ୍ଚ କରିଥିଲେ। ଅଗ୍ରୱାଲା ବସରୁ ୫ଟି ବ୍ୟାଗରେ ୩୩ଟି ପ୍ୟାକେଟରେ ୩୪ କିଗ୍ରାରୁ ଉର୍ଦ୍ଧ୍ବ ସିଲ ପ୍ୟାକେଟ ଗଞ୍ଜେଇ ଜବତ କରାଯିବା ସହ ୩ ବଙ୍ଗୀୟ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ଝାରପୋଖରୀଆ ପୁଲିସ।

ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ମିଳିଥିବା ସୂଚନାକୁ ଆଧାର କରି ଥାନାଧିକାରୀ ମୁକ୍ତିକାନ୍ତ କୁଲୁଙ୍କ ଯୋଜନା ମୁତାବକ ଏସ.ଆଇ. ମୋନାଲିସା ବେହେରା ସଦଳବଳେ ଚଢ଼ାଉ କରି ୨୭ଜଣ ଯାତ୍ରୀଙ୍କ ମଧ୍ୟରୁ ଏହି ଗଞ୍ଜେଇ ନେଟୱାର୍କ ସହିତ ଜଡିତ ଥିବା ୩ ମହିଳାଙ୍କୁ ବସ ଭିତରୁ ଚିହ୍ନଟ କରି ତାଙ୍କୁ ଗିରଫ କରିଥିଲେ। ତେବେ ଥାନାକୁ ଆସିବା କ୍ଷଣି ଦୀର୍ଘଦିନ ଧରି ଗଞ୍ଜେଇ କାରବାର ଚଳାଇଥିବା ଏହି ତିନି ମହିଳା ଗଞ୍ଜେଇ କାରବାର କରୁଥିବା କଥାକୁ ସ୍ୱୀକାର କରିଥିଲେ। ଘଟଣାକୁ ଆଧାରକରି ଥାନାରେ ୧୬୩/୨୨ ଅନୁସାରେ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଥିବା ଏସଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି।

ସେହିପରି ଧରାପଡିଥିବା ତିନି ମହିଳା ହୁଗୁଳି ଜିଲ୍ଲା ବଲାଗୋଡ଼ ଥାନା ଅନ୍ତର୍ଗତ ଖମାରକାଶୀ ଗ୍ରାମର ମୃଣାଳ ବିଶ୍ଵାସଙ୍କ ସ୍ତ୍ରୀ ଶର୍ମିଳା ବିଶ୍ୱାସ, ଭଜନ ଗାୟନଙ୍କ ସ୍ତ୍ରୀ ଗଙ୍ଗା ଗାୟନ, ଓ ହାୱଡା ଜିଲ୍ଲାର ଉଳବେରିଆ ଥାନା ଅନ୍ତର୍ଗତ ଅଜୟ ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ବ୍ୟବହୃତ ୫ଟି ମୋବାଇଲ, ଏଟିଏମ କାର୍ଡ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଥିବା ବେଳେ,ଏମାନଙ୍କ ଡାକ୍ତରୀ ମଇନା କରାଯାଇ କୋର୍ଟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସେହିପରି ଉକ୍ତ ଘଟଣା ଜଣାପଡିବା ପଛରେ ଅନ୍ୟ ଏକ ବିରୋଧୀ ଗଞ୍ଜେଇ ବ୍ୟବସାୟୀଙ୍କ ହାତ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲେ ହେଁ ଏହି ଗଞ୍ଜେଇ କାରବାର ନେଟୱାର୍କ ସହିତ ବାଙ୍ଗିରିପୋଷି ତଥା ଜାମଶଳା ଅଞ୍ଚଳର କିଛି ଲୋକ ସାମିଲ ଥିବା ଅନୁମାନ କରାଯାଇଛି। ସେହିପରି ବସର ଷ୍ଟାଫ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିବା ସ୍ପଷ୍ଟ ହୋଇଛି, ତିନି ମହିଳା ଲଗାତାର ଦେବଗଡ଼ ଅଞ୍ଚଳରୁ ଗଞ୍ଜେଇ ନେଇ କଲିକତା ଯିବା ଏବଂ ଏହା ଗପ ଗପନ ରହିବା ଚାଲିଥିବା କାରବାରର ସମ୍ପୃକ୍ତି କୁ ପ୍ରମାଣିତ କରୁଛି।।ଏମାନଙ୍କ ତଥ୍ୟକୁ ଆଧାର କରି ଜିଲ୍ଲା ପୁଲିସ ମୂଳ ଚେର କେତେଯାଏଁ ଲମ୍ବିଛି ତାହାକୁ ବାହାର କରିବାରେ ସକ୍ଷମ ହେଉଛନ୍ତି ଅଥବା ନିରବ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp