ଠାକୁରମୁଣ୍ଡା ବଜାରରେ ୫ ଟି ସ୍ଥାନରେ ଜିଏସଟି ଚଢ଼ାଉ

The Sakala Picture
Published On

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଶୁକ୍ରବାର ଦିନ ସିଟି ଏଣ୍ଡ ଜିଏସଟି ବିଭାଗ ପକ୍ଷରୁ ୫ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି। ବାଲେଶ୍ୱର ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଓ ବାରିପଦା ଜିଏସଟି ବିଭାଗ ର କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ସୁରକ୍ଷା ଦୃଷ୍ଟିରୁ ଚଢ଼ାଉ ସମୟରେ ପୁଲିସ ଫୋର୍ସ ମୃତୟନ ଥିଲେ। ଠାକୁରମୁଣ୍ଡାରେ ଥିବା ନ୍ୟୁ ଫେସନ ପ୍ଳାଜା, ବୋଲବମ ଷ୍ଟୋର, ବୋଲବମ ଏଣ୍ଟରପ୍ରାଇଜ, ଶିବଶକ୍ତି ହାର୍ଡ ଓ୍ବୋୟାର […]

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଶୁକ୍ରବାର ଦିନ ସିଟି ଏଣ୍ଡ ଜିଏସଟି ବିଭାଗ ପକ୍ଷରୁ ୫ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି। ବାଲେଶ୍ୱର ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଓ ବାରିପଦା ଜିଏସଟି ବିଭାଗ ର କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ସୁରକ୍ଷା ଦୃଷ୍ଟିରୁ ଚଢ଼ାଉ ସମୟରେ ପୁଲିସ ଫୋର୍ସ ମୃତୟନ ଥିଲେ। ଠାକୁରମୁଣ୍ଡାରେ ଥିବା ନ୍ୟୁ ଫେସନ ପ୍ଳାଜା, ବୋଲବମ ଷ୍ଟୋର, ବୋଲବମ ଏଣ୍ଟରପ୍ରାଇଜ, ଶିବଶକ୍ତି ହାର୍ଡ ଓ୍ବୋୟାର ଏଣ୍ଡ ଫୋର୍ନିଚର, ସାଇରାମ ହାର୍ଡ ଓ୍ବୋୟାର ବ୍ୟବସାୟୀ ପ୍ରତିଷ୍ଠାନ ଓ ଗୋଦାମ ଗୃହ ଉପରେ ଦିନ ୧୨ ଟା ଠାରୁ ରାତି ପର୍ଯ୍ଯନ୍ତ ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଚଢ଼ାଉ ସମ୍ପର୍କରେ ଜିଏଟି ଡେପୁଟି କମିଶନର କୁଳମଣି ମଲ୍ଲିକ କହିଛନ୍ତି ଯେ, ଏ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଉପରେ ପୂର୍ବରୁ ଟିକସ ଫାଙ୍କି ନେଇ ଅଭିଯୋଗ ରହିଥିଲା। ୨୦୧୭ ମସିହା ଠାରୁ ଆଜି ପର୍ଯ୍ଯନ୍ତ ପ୍ରତିଷ୍ଠାନ ଗୁଡିକ ର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଯାଞ୍ଚ ପରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି ତାହା ଜଣାପଡିବ।ଜିଏସଟି ଚଢ଼ାଉ ଦେଖି ଠାକୁରମୁଣ୍ଡା ବଜାରର ଅନେକ ଦୋକାନ ବନ୍ଦ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର