ଜିଏସ୍‌ଟି ଠକେଇ ମାମଲାରେ ୭ଟି ସ୍ଥାନରେ ଚଢ଼ାଉ

The Sakala Picture
Published On

ବାରିପଦା: ଜିଏସ୍‌ଟି ଠକେଇ ମାମଲାରେ ବାରିପଦା ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଯାଞ୍ଚ ଚାଲିଛି। ଦୁଇ ବ୍ୟବସାୟ ପ୍ରତିଷ୍ଠାନ ୪ଟି ଫାର୍ମ ନାମରେ ବ୍ୟବସାୟ ଚଳାଉଥିବା ଜଣା ପଡିଛି । ସେମାନଙ୍କ ଦୋକାନ ଓ ଗୋଦାମ ଗୃହକୁ ମିଶାଇ ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ବାରିପଦା ସହରର ମୁଖ୍ୟ ମାର୍କେଟର ଇଲେକ୍ଟ୍ରିକ୍ ଦୋକାନ କେ କେ ଏ ରପ୍ରାଇସ୍ ଓ ଟେକ୍ନୋ ଟ୍ରେଡିଂର ଦୁଇଟି ଦୋକାନ ଏବଂ ୩ ଟି ଗୋଦାମ […]

ବାରିପଦା: ଜିଏସ୍‌ଟି ଠକେଇ ମାମଲାରେ ବାରିପଦା ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଯାଞ୍ଚ ଚାଲିଛି। ଦୁଇ ବ୍ୟବସାୟ ପ୍ରତିଷ୍ଠାନ ୪ଟି ଫାର୍ମ ନାମରେ ବ୍ୟବସାୟ ଚଳାଉଥିବା ଜଣା ପଡିଛି । ସେମାନଙ୍କ ଦୋକାନ ଓ ଗୋଦାମ ଗୃହକୁ ମିଶାଇ ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ବାରିପଦା ସହରର ମୁଖ୍ୟ ମାର୍କେଟର ଇଲେକ୍ଟ୍ରିକ୍ ଦୋକାନ କେ କେ ଏ ରପ୍ରାଇସ୍ ଓ ଟେକ୍ନୋ ଟ୍ରେଡିଂର ଦୁଇଟି ଦୋକାନ ଏବଂ ୩ ଟି ଗୋଦାମ ଗୃହରେ ରେଡ ଚାଲିଥିବା ବେଳେ ବାରିପଦା ୱାର୍ଡ ନମ୍ବର ୯ ଉଦଳା ରୋଡ୍‌ର ଏସ୍ଏସ୍ ଇଲେକ୍ଟ୍ରିକାଲ ଦୋକାନ ଓ ଗୋଦାମ ଗୃହରେ ଏକକାଳୀନ ଚଢାଉ ଜାରି ରହିଛି । ବାଲେଶ୍ବର ସିଟି ଜିଏସ୍‌ଟି ପ୍ରବର୍ତ୍ତନ ବା ଏନ୍‌ଫୋରର୍ସମେଣ୍ଟ ୟୁନିଟର ୭ଟି ଦଳ ଏହି ଚଢାଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ବାରିପଦା କାର୍ଯ୍ୟାଳୟର ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ସୂଚନା ଅନୁସାରେ, ଚଢାଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରାଯିବା ସହ ଲକ୍ଷାଧିକ ଟଙ୍କାର ଟ୍ୟାକ୍ଟ ଠକେଇ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ବିଭିନ୍ନ ନାମିଦାମୀ କମ୍ପାନୀର ବିଦ୍ୟୁତ ସାମଗ୍ରୀ ଉଭୟ ପ୍ରତିଷ୍ଠାନ ବହୁଳ ପରିମାଣରେ ଗୋଦାମ ମାନଙ୍କରେ ଗଚ୍ଛିତ ରଖିଥିବାରୁ ସେ ସବୁ ଯାଞ୍ଚ ପାଇଁ ବିଳମ୍ବ ହେଉଛି । ଯାଞ୍ଚ ପ୍ରକ୍ରିୟା ସରିଲେ ଉଭୟ ବ୍ୟବସାୟୀ କେତେ ପରିମାଣ ଟ୍ୟାକ୍ସ ଫାଙ୍କି ଛନ୍ତି ଜଣାପଡିବ । ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର