ବିଜେପିରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

The Sakala Picture
Published On

ବାରିପଦା : ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବଡ଼ସାହି ନୂତନ […]

ବାରିପଦା : ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ

ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା । ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପରନ୍ତୁ ସେଠାରେ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । ଦିନକୁ ଦିନ ବିଜେପି ତାଙ୍କୁ ଅଣଦେଖା କରିଚାଲିଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା । ପୂର୍ବ ନିଷ୍ପତ୍ତି ଏକ ଭୁଲ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ବିଜେପି ଛାଡିଛନ୍ତି ବୋଲି ତାଙ୍କର ସମର୍ଥକ କହିଛନ୍ତି । ଖୁବଶୀଘ୍ର ସମର୍ଥକଙ୍କ ସହିତ ସେ ବିଜେଡିକୁ ଫେରିବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

22 Feb 2024 By The Sakala

ବିଜେପିରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

ବାରିପଦା : ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା । ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପରନ୍ତୁ ସେଠାରେ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । ଦିନକୁ ଦିନ ବିଜେପି ତାଙ୍କୁ ଅଣଦେଖା କରିଚାଲିଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା । ପୂର୍ବ ନିଷ୍ପତ୍ତି ଏକ ଭୁଲ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ବିଜେପି ଛାଡିଛନ୍ତି ବୋଲି ତାଙ୍କର ସମର୍ଥକ କହିଛନ୍ତି । ଖୁବଶୀଘ୍ର ସମର୍ଥକଙ୍କ ସହିତ ସେ ବିଜେଡିକୁ ଫେରିବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର