ମାଈହାତୀ ମୃତ୍ୟୁ ଘଟଣା, ଗଜସାଥୀ ସମେତ ୩ ଗିରଫ

The Sakala Picture
Published On

ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ଜାମଶୁଳୀ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ୍ୟୁ ଘଟଣାରେ ଜଣେ ଗଜସାଥୀଙ୍କ ସହିତ ୩ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଧାନଫସଲକୁ ହାତୀପଲ ଦାଉରୁ ରକ୍ଷା କରିବାକୁ ବିଛାଯାଇଥିବା ବିଦ୍ୟୁତତାର ଆଘାତରେ ଗୁରୁବାର ମାଈହାତୀର ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଗଜସାଥୀ ସମେତ ମୋଟ ୩ଜଣ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ବନବିଭାଗ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବନ […]

ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ଜାମଶୁଳୀ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ୍ୟୁ ଘଟଣାରେ ଜଣେ ଗଜସାଥୀଙ୍କ ସହିତ ୩ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଧାନଫସଲକୁ ହାତୀପଲ ଦାଉରୁ ରକ୍ଷା କରିବାକୁ ବିଛାଯାଇଥିବା ବିଦ୍ୟୁତତାର ଆଘାତରେ ଗୁରୁବାର ମାଈହାତୀର ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଗଜସାଥୀ ସମେତ ମୋଟ ୩ଜଣ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ବନବିଭାଗ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବନ ବିଭାଗରେ ୨ବର୍ଷ ଧରି ଗଜସାଥୀ ଭାବେ କାର୍ଯ୍ୟ କରିଥିବା ପୂର୍ଣ୍ଣଚନ୍ଦ୍ର ମହାନ୍ତ (୩୮), ଦୁଃଖୀଆ ମୁର୍ମୁ (୪୪) ଓ ସୁନ୍ଦର ହେମ୍ବ୍ରମ (୩୫)। ଗିରଫ ସମସ୍ତ ଅଭିଯୁକ୍ତ ଜାମଶୂଳୀ ଗ୍ରାମର ହୋଇଥିବା ବେଳେ ଏହି ଘଟଣାରେ ଏକ କିଲୋମିଟର ଦୂରତା ପର୍ଯ୍ୟନ୍ତ ପୋତାଯାଇଥିବା ଶତାଧିକ ଖୁଣ୍ଟ ଏବଂ ଏଥିରେ ବନ୍ଧାଯାଇଥିବା ଜିଆଇ ତାରକୁ ବନବିଭାଗ ଜବତ କରିଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଶୁକ୍ରବାର ପୂର୍ବାହ୍ନରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଏସିଏଫ ରବିନାରାୟଣ ମହାନ୍ତି ପହଞ୍ଚି ଗିରଫ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିଥିଲେ। ରେଞ୍ଜରମନୁୱର ଖାଁ, ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ବଡାମପୁର ବନପାଳ ଦୀପକ କୁମାର ପାତ୍ର ପ୍ରମୁଖ ଶୁକ୍ରବାର ଦିନତମାମ ଗିରଫ ଅଭିଯୁକ୍ତ ମାନଙ୍କୁ ଜେରା ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପଚରା ଉଚରା କରିବାରୁ ଉକ୍ତ ଘଟଣାରେ ଅନ୍ୟ ମାନେ ସଂପୃକ୍ତ ଥିବା ନେଇ ସୂଚନା ମିଳିଛି। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବା ନେଇ ବନ ବିଭାଗ ପକ୍ଷରୁ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

13 Sep 2024 By The Sakala

ମାଈହାତୀ ମୃତ୍ୟୁ ଘଟଣା, ଗଜସାଥୀ ସମେତ ୩ ଗିରଫ

ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ଜାମଶୁଳୀ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ୍ୟୁ ଘଟଣାରେ ଜଣେ ଗଜସାଥୀଙ୍କ ସହିତ ୩ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଧାନଫସଲକୁ ହାତୀପଲ ଦାଉରୁ ରକ୍ଷା କରିବାକୁ ବିଛାଯାଇଥିବା ବିଦ୍ୟୁତତାର ଆଘାତରେ ଗୁରୁବାର ମାଈହାତୀର ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଗଜସାଥୀ ସମେତ ମୋଟ ୩ଜଣ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ବନବିଭାଗ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବନ ବିଭାଗରେ ୨ବର୍ଷ ଧରି ଗଜସାଥୀ ଭାବେ କାର୍ଯ୍ୟ କରିଥିବା ପୂର୍ଣ୍ଣଚନ୍ଦ୍ର ମହାନ୍ତ (୩୮), ଦୁଃଖୀଆ ମୁର୍ମୁ (୪୪) ଓ ସୁନ୍ଦର ହେମ୍ବ୍ରମ (୩୫)। ଗିରଫ ସମସ୍ତ ଅଭିଯୁକ୍ତ ଜାମଶୂଳୀ ଗ୍ରାମର ହୋଇଥିବା ବେଳେ ଏହି ଘଟଣାରେ ଏକ କିଲୋମିଟର ଦୂରତା ପର୍ଯ୍ୟନ୍ତ ପୋତାଯାଇଥିବା ଶତାଧିକ ଖୁଣ୍ଟ ଏବଂ ଏଥିରେ ବନ୍ଧାଯାଇଥିବା ଜିଆଇ ତାରକୁ ବନବିଭାଗ ଜବତ କରିଛି।

ଶୁକ୍ରବାର ପୂର୍ବାହ୍ନରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଏସିଏଫ ରବିନାରାୟଣ ମହାନ୍ତି ପହଞ୍ଚି ଗିରଫ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିଥିଲେ। ରେଞ୍ଜରମନୁୱର ଖାଁ, ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ବଡାମପୁର ବନପାଳ ଦୀପକ କୁମାର ପାତ୍ର ପ୍ରମୁଖ ଶୁକ୍ରବାର ଦିନତମାମ ଗିରଫ ଅଭିଯୁକ୍ତ ମାନଙ୍କୁ ଜେରା ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପଚରା ଉଚରା କରିବାରୁ ଉକ୍ତ ଘଟଣାରେ ଅନ୍ୟ ମାନେ ସଂପୃକ୍ତ ଥିବା ନେଇ ସୂଚନା ମିଳିଛି। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବା ନେଇ ବନ ବିଭାଗ ପକ୍ଷରୁ ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର