ଟ୍ରାକ୍ଟର ଧକ୍କାରେ ଚାଷୀ ମୃତ

The Sakala Picture
Published On

ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା, ବଡସାହି ଥାନା ଅଧୀନ ମାଣତ୍ରୀ-ବେତନଟୀ ପ୍ରଧାନମନ୍ତ୍ରୀ ସଡକର ପଣ୍ଡୁପାଳ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଆସ୍କନ୍ଦ ଗ୍ରାମର ଭୀମଚରଣ ସିଂ(୭୩) । ସେ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର୍ଶ୍ଵ ଗଛ ଛାଇ ତଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ପଣ୍ଡୁପାଳ ଗ୍ରାମର ଗୌତମ ସେଠୀ ନିଜର ଟ୍ରାକ୍ଟର ନେଇ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇ […]

ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା, ବଡସାହି ଥାନା ଅଧୀନ ମାଣତ୍ରୀ-ବେତନଟୀ ପ୍ରଧାନମନ୍ତ୍ରୀ ସଡକର ପଣ୍ଡୁପାଳ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଆସ୍କନ୍ଦ ଗ୍ରାମର ଭୀମଚରଣ ସିଂ(୭୩) । ସେ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର୍ଶ୍ଵ ଗଛ ଛାଇ ତଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ପଣ୍ଡୁପାଳ ଗ୍ରାମର ଗୌତମ ସେଠୀ ନିଜର ଟ୍ରାକ୍ଟର ନେଇ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇ ଘୋଷାରି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ଦେବାରୁ ଭୀମଚରଣ ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଟିଏ ଗୋଡ କଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ପରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲେ ହେଁ ମୃତ୍ୟୁ ଘଟିଛି । ୮ମାସ ତଳେ କିଣାଯାଇଥିବା ଟ୍ରାକ୍ଟରଟିରେ ରେଜିଷ୍ଟ୍ରେସନ ନମ୍ବର ଉଲ୍ଲେଖ ନାହିଁ । ବଡସାହି ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

26 Sep 2023 By The Sakala

ଟ୍ରାକ୍ଟର ଧକ୍କାରେ ଚାଷୀ ମୃତ

ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା, ବଡସାହି ଥାନା ଅଧୀନ ମାଣତ୍ରୀ-ବେତନଟୀ ପ୍ରଧାନମନ୍ତ୍ରୀ ସଡକର ପଣ୍ଡୁପାଳ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଆସ୍କନ୍ଦ ଗ୍ରାମର ଭୀମଚରଣ ସିଂ(୭୩) । ସେ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର୍ଶ୍ଵ ଗଛ ଛାଇ ତଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ପଣ୍ଡୁପାଳ ଗ୍ରାମର ଗୌତମ ସେଠୀ ନିଜର ଟ୍ରାକ୍ଟର ନେଇ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇ ଘୋଷାରି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ଦେବାରୁ ଭୀମଚରଣ ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଟିଏ ଗୋଡ କଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ପରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲେ ହେଁ ମୃତ୍ୟୁ ଘଟିଛି । ୮ମାସ ତଳେ କିଣାଯାଇଥିବା ଟ୍ରାକ୍ଟରଟିରେ ରେଜିଷ୍ଟ୍ରେସନ ନମ୍ବର ଉଲ୍ଲେଖ ନାହିଁ । ବଡସାହି ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର