ହାତୀ ଉପଦ୍ରବ: କାନ୍ଥ ପଡି ଶିଶୁପୁତ୍ର ମୃତ, ଅଳ୍ପକେ ବର୍ତ୍ତିଲେ ଜେଜେମା’

The Sakala Picture
Published On

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରତିରେ ବଣୁଆ ହାତୀପଲ ଗାଁକୁ ପଶିଆସି ଘର ଉପରେ ଉପଦ୍ରବ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ଯୁଧିଷ୍ଠିର କିସ୍କୁ ଏବଂ ରୀନା କିସ୍କୁଙ୍କ ଏକମାତ୍ର ଶିଶୁପୁତ୍ର ଦିବ୍ୟପ୍ରକାଶ। ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ୭ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ। ତନ୍ମଧ୍ୟରୁ […]

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରତିରେ ବଣୁଆ ହାତୀପଲ ଗାଁକୁ ପଶିଆସି ଘର ଉପରେ ଉପଦ୍ରବ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ଯୁଧିଷ୍ଠିର କିସ୍କୁ ଏବଂ ରୀନା କିସ୍କୁଙ୍କ ଏକମାତ୍ର ଶିଶୁପୁତ୍ର ଦିବ୍ୟପ୍ରକାଶ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ୭ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ। ତନ୍ମଧ୍ୟରୁ ଦୁଇଟି ହାତୀ ଯୁଧିଷ୍ଠିରଙ୍କ ଘର ଉପରେ ଘନଘନ ଆକ୍ରମଣ କରିଥିଲେ। ଘର ଭିତରେ ଜେଜେମା ସାଲଗେ କିସ୍କୁ ଓ ମାଆ ରୀନା କିସ୍କୁଙ୍କ ସହିତ ଚଟାଣରେ ଶୋଇଥିବା ଦିବ୍ୟପ୍ରକାଶଙ୍କ ଉପରେ କାନ୍ଥ ଗଡି ପଡ଼ିଥିଲା। ମାଆ ଓ ଜେଜେମା ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଦିବ୍ୟପ୍ରକାଶ କିନ୍ତୁ କାନ୍ଥତଳେ ଚାପିହୋଇ ରହିଯାଇଥିଲେ। ହାତୀ ଭୟ ଥମିବା ପରେ କୌଣସି ପ୍ରକାରେ କାନ୍ଥତଳୁ ଦିବ୍ୟପ୍ରକାଶଙ୍କୁ ଉଦ୍ଧାରକରି ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ର ଦିବ୍ୟପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଜେଜେମା ଓ ମା’ ଆଗରେ ଦୁଇବର୍ଷ ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁକୁ ନେଇ ପୁରା ପରିବାର ସ୍ତବ୍ଧ ହୋଇପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୈଶିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

03 Aug 2024 By The Sakala

ହାତୀ ଉପଦ୍ରବ: କାନ୍ଥ ପଡି ଶିଶୁପୁତ୍ର ମୃତ, ଅଳ୍ପକେ ବର୍ତ୍ତିଲେ ଜେଜେମା’

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରତିରେ ବଣୁଆ ହାତୀପଲ ଗାଁକୁ ପଶିଆସି ଘର ଉପରେ ଉପଦ୍ରବ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ଯୁଧିଷ୍ଠିର କିସ୍କୁ ଏବଂ ରୀନା କିସ୍କୁଙ୍କ ଏକମାତ୍ର ଶିଶୁପୁତ୍ର ଦିବ୍ୟପ୍ରକାଶ।

ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ୭ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ। ତନ୍ମଧ୍ୟରୁ ଦୁଇଟି ହାତୀ ଯୁଧିଷ୍ଠିରଙ୍କ ଘର ଉପରେ ଘନଘନ ଆକ୍ରମଣ କରିଥିଲେ। ଘର ଭିତରେ ଜେଜେମା ସାଲଗେ କିସ୍କୁ ଓ ମାଆ ରୀନା କିସ୍କୁଙ୍କ ସହିତ ଚଟାଣରେ ଶୋଇଥିବା ଦିବ୍ୟପ୍ରକାଶଙ୍କ ଉପରେ କାନ୍ଥ ଗଡି ପଡ଼ିଥିଲା। ମାଆ ଓ ଜେଜେମା ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଦିବ୍ୟପ୍ରକାଶ କିନ୍ତୁ କାନ୍ଥତଳେ ଚାପିହୋଇ ରହିଯାଇଥିଲେ। ହାତୀ ଭୟ ଥମିବା ପରେ କୌଣସି ପ୍ରକାରେ କାନ୍ଥତଳୁ ଦିବ୍ୟପ୍ରକାଶଙ୍କୁ ଉଦ୍ଧାରକରି ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ର ଦିବ୍ୟପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଜେଜେମା ଓ ମା’ ଆଗରେ ଦୁଇବର୍ଷ ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁକୁ ନେଇ ପୁରା ପରିବାର ସ୍ତବ୍ଧ ହୋଇପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୈଶିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର