ଟ୍ରାଙ୍କୁଲାଇଜ ପରେ କପିଳାସକୁ ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା, ନେଇଥିଲା ୪ ଜୀବନ

The Sakala Picture
Published On

ବାରିପଦା: ଶେଷରେ ନରହନ୍ତା ଦନ୍ତାହାତୀକୁ ବନବିଭାଗ କାବୁ କରିଛି। ବାରିପଦା ବନଖଣ୍ଡ ତଥା ରେଞ୍ଜ ଅଧୀନ ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରେ ୭ଘଣ୍ଟା ପରିଶ୍ରମ କରି ତାକୁ ଟ୍ରାଙ୍କୁଲାଇଜ କରିବାପରେ କ୍ରେନ ଦ୍ବାରା ହାଇଓ୍ବାରେ ବାନ୍ଧି ତାକୁ ଗତରାତିରେ କପିଳାସ ଜଙ୍ଗଲ ଅଭିମୁଖେ ନିଆଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି। ସେଠାକାର ଚିଡିଆଖାନାରେ ହିଂସ୍ର ବନ୍ୟପ୍ରାଣୀଙ୍କ ଚିକିତ୍ସା ସୁବିଧା ଥିବାରୁ ପିସିସିଏଫଙ୍କ ନିର୍ଦ୍ଦେଶରେ ଦନ୍ତାକୁ ସ୍ଥାନାନ୍ତର କରାଯାଇଛି। […]

ବାରିପଦା: ଶେଷରେ ନରହନ୍ତା ଦନ୍ତାହାତୀକୁ ବନବିଭାଗ କାବୁ କରିଛି। ବାରିପଦା ବନଖଣ୍ଡ ତଥା ରେଞ୍ଜ ଅଧୀନ ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରେ ୭ଘଣ୍ଟା ପରିଶ୍ରମ କରି ତାକୁ ଟ୍ରାଙ୍କୁଲାଇଜ କରିବାପରେ କ୍ରେନ ଦ୍ବାରା ହାଇଓ୍ବାରେ ବାନ୍ଧି ତାକୁ ଗତରାତିରେ କପିଳାସ ଜଙ୍ଗଲ ଅଭିମୁଖେ ନିଆଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି। ସେଠାକାର ଚିଡିଆଖାନାରେ ହିଂସ୍ର ବନ୍ୟପ୍ରାଣୀଙ୍କ ଚିକିତ୍ସା ସୁବିଧା ଥିବାରୁ ପିସିସିଏଫଙ୍କ ନିର୍ଦ୍ଦେଶରେ ଦନ୍ତାକୁ ସ୍ଥାନାନ୍ତର କରାଯାଇଛି। ହାତୀ ସହିତ ଅଭିଜ୍ଞ ବନ ଅଧିକାରୀ, ପ୍ରାଣୀ ଚିକିତ୍ସକ, ଆସାମର ୪ଜଣ ତାଲିମପ୍ରାପ୍ତ ମାହୁନ୍ତ ଓ କର୍ମଚାରୀ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ପ୍ରକାଶ ଥାଉକି, ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ୪ଜଣଙ୍କ ମୃତ୍ୟୁ ଓ ୩ଗୁରୁତର ଆହାତ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଥିଲା। ଅମାନିଆ ଦନ୍ତାହାତୀଟି ଶିମିଳିପାଳରୁ ପଶ୍ଚିମବଙ୍ଗ ଯାଇଥିବା ବେଳେ ସେଠାକାର ଜନସାଧାରଣ ନିଆଁହୁଳା ଫିଙ୍ଗିବା ସହିତ ତତଲା ରଡରେ ଚେଙ୍କ ଦେବା ଓ ଡାଇନାମା ଦ୍ବାରା ଆଘାତ ଦେବା ଭଳି ଜଘନ୍ୟ କାଣ୍ଡ ଭିଆଇବା ପରେ ଦନ୍ତା ହାତୀଟି ହିଂସ୍ର ହୋଇ ଉପରୋକ୍ତ ଘଟଣା ଭିଆଇଥିଲା । ଏନେଇ ଗୁରୁବାର ବନବିଭାଗ ପକ୍ଷରୁ ସ୍ଵତନ୍ତ୍ର ବୈଠକ ବସିବା ପରେ ହାତୀକୁ ଆୟତ୍ତ କରି ସ୍ବଭାବ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଙ୍କୁଲାଇଜ କରି ତାକୁ କାବୁ କରି ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଗତରାତିରେ ଦନ୍ତାକୁ କାବୁ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର