୭୫ବର୍ଷ ପରେ ପୂରଣ ହେଲା ଶିମିଳିପାଳ ବନବାସୀଙ୍କ ବିଜୁଳି ସ୍ବପ୍ନ, ୬ ହଜାର ପରିବାର ଉପକୃତ

The Sakala Picture
Published On

ବାରିପଦା/ଯଶିପୁର: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଏଠାକାର ବନବାସୀଙ୍କ ଘରେ ବିଜୁଳି ସଂଯୋଗ ହୋଇପାରି ନ ଥିଲା। ସୂର୍ଯ୍ୟାସ୍ତ ପରେ ଏଠାରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। କିରାସିନି ଦର ମହଙ୍ଗା ଥିବାରୁ ରାତିସାରା ସେମାନେ କାଠଗଣ୍ଡି ଜାଳି ଉଜାଗର ରହୁଥିଲେ। ଏବେ ସୂର୍ଯ୍ୟାସ୍ତ ପରେ ବି ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଛି ବନବାସୀଙ୍କ ଅନ୍ଧାରୀ ଘର। ଶିମିଳିପାଳ ବନବାସୀଙ୍କ ଘରେ ପହଞ୍ଚିଛି ବିଜୁଳି। ସୋଲାର ମାଇକ୍ରୋ ଗ୍ରୀଡ୍‌ରୁ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌‌ ଖୁଣ୍ଟ ସାହାଯ୍ୟରେ ବିଜୁଳି […]

ବାରିପଦା/ଯଶିପୁର: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଏଠାକାର ବନବାସୀଙ୍କ ଘରେ ବିଜୁଳି ସଂଯୋଗ ହୋଇପାରି ନ ଥିଲା। ସୂର୍ଯ୍ୟାସ୍ତ ପରେ ଏଠାରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। କିରାସିନି ଦର ମହଙ୍ଗା ଥିବାରୁ ରାତିସାରା ସେମାନେ କାଠଗଣ୍ଡି ଜାଳି ଉଜାଗର ରହୁଥିଲେ। ଏବେ ସୂର୍ଯ୍ୟାସ୍ତ ପରେ ବି ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଛି ବନବାସୀଙ୍କ ଅନ୍ଧାରୀ ଘର।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଶିମିଳିପାଳ ବନବାସୀଙ୍କ ଘରେ ପହଞ୍ଚିଛି ବିଜୁଳି। ସୋଲାର ମାଇକ୍ରୋ ଗ୍ରୀଡ୍‌ରୁ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌‌ ଖୁଣ୍ଟ ସାହାଯ୍ୟରେ ବିଜୁଳି ସଂଯୋଗ ହୋଇଛି। ଯେଉଁ ଘର ଦୂରରେ ରହିଛି, ସେଠାକୁ ବ୍ୟକ୍ତିଗତ ଭାବେ ସୋଲାର ଯୋଗେ ବିଜୁଳି ଯୋଗାଇ ଦିଆଯାଇଛି। ଗାଁରେ ବିଜୁଳି ଆଲୁଅ ଜଳିବା ଦେଖି ବନବାସୀ ଖୁସିରେ ଆତ୍ମବିଭୋର୍‌ ହୋଇଛନ୍ତି। ଅଭୟାରଣ୍ୟର ଯଶିପୁର ବ୍ଲକର ଅସ୍ତକୁଅଁର, ଗୁଡ଼ଗୁଡ଼ିଆ ଏବଂ ବରେଇପାଣି ପଞ୍ଚାୟତର ୪୨ଟି ଗାଁର ୫ ହଜାର ୯୦୦ ପରିବାର ଏହାଦ୍ବାରା ଉପକୃତ ହେଇଛନ୍ତି। ବର୍ତ୍ତମାନ ବନବାସୀ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସୁବିଧା ପାଇବା ସହ ଟିଭି, ରେଫ୍ରିଜେଟର, ଫ୍ୟାନ ଓ କୁଲର ଆଦି ବ୍ୟବହାର କରିପାରିବେ। ଏହି ୫, ୯୦୦ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ହିଁ ୧୭ଟି ମାଇକ୍ରୋ ଗ୍ରୀଡ୍‌ ସ୍ଥାପନ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ୨୫ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଚାଲିପାରିବ। ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି ସୋଲାର ପ୍ରକଳ୍ପର ଜେନେରାଲ ମ୍ୟାନେଜର ରାଜୀବ କୁମାର ନାଏକ କହିଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

21 Jan 2024 By The Sakala

୭୫ବର୍ଷ ପରେ ପୂରଣ ହେଲା ଶିମିଳିପାଳ ବନବାସୀଙ୍କ ବିଜୁଳି ସ୍ବପ୍ନ, ୬ ହଜାର ପରିବାର ଉପକୃତ

ବାରିପଦା/ଯଶିପୁର: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଏଠାକାର ବନବାସୀଙ୍କ ଘରେ ବିଜୁଳି ସଂଯୋଗ ହୋଇପାରି ନ ଥିଲା। ସୂର୍ଯ୍ୟାସ୍ତ ପରେ ଏଠାରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। କିରାସିନି ଦର ମହଙ୍ଗା ଥିବାରୁ ରାତିସାରା ସେମାନେ କାଠଗଣ୍ଡି ଜାଳି ଉଜାଗର ରହୁଥିଲେ। ଏବେ ସୂର୍ଯ୍ୟାସ୍ତ ପରେ ବି ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଛି ବନବାସୀଙ୍କ ଅନ୍ଧାରୀ ଘର।

ଶିମିଳିପାଳ ବନବାସୀଙ୍କ ଘରେ ପହଞ୍ଚିଛି ବିଜୁଳି। ସୋଲାର ମାଇକ୍ରୋ ଗ୍ରୀଡ୍‌ରୁ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌‌ ଖୁଣ୍ଟ ସାହାଯ୍ୟରେ ବିଜୁଳି ସଂଯୋଗ ହୋଇଛି। ଯେଉଁ ଘର ଦୂରରେ ରହିଛି, ସେଠାକୁ ବ୍ୟକ୍ତିଗତ ଭାବେ ସୋଲାର ଯୋଗେ ବିଜୁଳି ଯୋଗାଇ ଦିଆଯାଇଛି। ଗାଁରେ ବିଜୁଳି ଆଲୁଅ ଜଳିବା ଦେଖି ବନବାସୀ ଖୁସିରେ ଆତ୍ମବିଭୋର୍‌ ହୋଇଛନ୍ତି। ଅଭୟାରଣ୍ୟର ଯଶିପୁର ବ୍ଲକର ଅସ୍ତକୁଅଁର, ଗୁଡ଼ଗୁଡ଼ିଆ ଏବଂ ବରେଇପାଣି ପଞ୍ଚାୟତର ୪୨ଟି ଗାଁର ୫ ହଜାର ୯୦୦ ପରିବାର ଏହାଦ୍ବାରା ଉପକୃତ ହେଇଛନ୍ତି। ବର୍ତ୍ତମାନ ବନବାସୀ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସୁବିଧା ପାଇବା ସହ ଟିଭି, ରେଫ୍ରିଜେଟର, ଫ୍ୟାନ ଓ କୁଲର ଆଦି ବ୍ୟବହାର କରିପାରିବେ। ଏହି ୫, ୯୦୦ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ହିଁ ୧୭ଟି ମାଇକ୍ରୋ ଗ୍ରୀଡ୍‌ ସ୍ଥାପନ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ୨୫ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଚାଲିପାରିବ। ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି ସୋଲାର ପ୍ରକଳ୍ପର ଜେନେରାଲ ମ୍ୟାନେଜର ରାଜୀବ କୁମାର ନାଏକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର