ମୋବାଇଲ ଟାଓ୍ବାର ସ୍ଥାପନ କରିବାକୁ କହି ୪.୫ଲକ୍ଷ ଟଙ୍କାର ସାଇବର ଠକେଇ

The Sakala Picture
Published On

ବାରିପଦା: ପୁଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ଥିବା ବେଳେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ (୫୦) ସାଇବର ଠକାମୀର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପାଣ୍ଡେ ଗତ ଅଗଷ୍ଟ ୫ ତାରିଖରୁ ଅଜ୍ଞାତ ସାଇବର ଠକଙ୍କ ଦ୍ଵାରା ଠକାମୀର ଶୀକାର ହୋଇଥିବା ବେଳେ ଚଳିତ ମାସରେ […]

ବାରିପଦା: ପୁଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ଥିବା ବେଳେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ (୫୦) ସାଇବର ଠକାମୀର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପାଣ୍ଡେ ଗତ ଅଗଷ୍ଟ ୫ ତାରିଖରୁ ଅଜ୍ଞାତ ସାଇବର ଠକଙ୍କ ଦ୍ଵାରା ଠକାମୀର ଶୀକାର ହୋଇଥିବା ବେଳେ ଚଳିତ ମାସରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଜଣା ଠକ ମାନେ ଖାଲି କରି ଦେଇଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଗତ ଅଗଷ୍ଟ ୫ ତାରିଖରେ ଏକ ଅଜଣା ବ୍ୟକ୍ତି ଶ୍ରୀ ପାଣ୍ଡେଙ୍କୁ ଫୋନ କରି ଜମିରେ ଏକ ମୋବାଇଲ ଫୋନ ଟାୱାର ବସାଇବା ନିମନ୍ତେ ପ୍ରସ୍ତାବ ଦେବା ସହ ଏଥି ପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କାର ଭଡ଼ା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଜମି ମାଲିକଙ୍କୁ ଅଗ୍ରୀମ ଭାବେ ଅର୍ଥ ରାଶି ପ୍ରଦାନ କରିବା ଆଳରେ ଶ୍ରୀ ପାଣ୍ଡେଙ୍କ ଠାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଜମି ପଟ୍ଟା ନମ୍ବର ନେଇଥିଲେ। ଏଥିପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ମୋଟ ୪ ଲକ୍ଷ ୫୫ ହଜାର ୪୦ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp