ହାଇଓ୍ବା ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା; ୫ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନା ଶାଳ ନିକଟରେ ଥିବା ଗ୍ରିଡ ସବ୍ ଷ୍ଟେସନ ସମ୍ମୁଖରେ ଏକ ବାଲି ବୋଝେଇ ହଇୱାକୁ କଲ୍ୟାଣୀ ନାମକ ଏକ ଘରୋଇ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ସମ୍ପୂର୍ଣ ଗୁରୁତର ହେଇଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାଯାଇଛି। ସୂଚନା ଅନୁସାରେ, କଲ୍ୟାଣୀ ନାମକ ଘରୋଇ ବସ ଆଜି କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର […]

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନା ଶାଳ ନିକଟରେ ଥିବା ଗ୍ରିଡ ସବ୍ ଷ୍ଟେସନ ସମ୍ମୁଖରେ ଏକ ବାଲି ବୋଝେଇ ହଇୱାକୁ କଲ୍ୟାଣୀ ନାମକ ଏକ ଘରୋଇ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ସମ୍ପୂର୍ଣ ଗୁରୁତର ହେଇଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁସାରେ, କଲ୍ୟାଣୀ ନାମକ ଘରୋଇ ବସ ଆଜି କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବାବେଳେ ଏକ ବାଲି ବୋଝେଇ ହାଇୱା ନମ୍ୱର ଓଡି ୧୬ ଏ ୦୭୯୦ କୁ ଗ୍ରିଡ୍ ସବ୍ ଷ୍ଟେସନ ସମ୍ମୁଖରେ ପଛ ପଟୁ ଧକ୍କା ଦେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ପାଇ ୩ ଟି ୧୦୮ ଆମ୍ବୁଲାନ୍ସ ସହିତ ପୁଲିସ ମଧ୍ୟ ନିଜ ଗାଡିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର