ଜଙ୍ଗଲରେ ପଡିଥିବା ବସ୍ତା ଭିତରୁ ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Madhusudan Das Picture
Published On

କରଞ୍ଜିଆ: ବସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣଙ୍କ ଗତକାଲି ସଂଧ୍ୟାରୁ ନିଖୋଜ ଥିଲେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଂଚଳର ବନସାହି ୱାର୍ଡ ନମ୍ବର ୧୫ ଠାରେ ଆଜି ସକାଳୁ ଏପରି ଏକ ଦୁଃଖଦ ଘଟଣା ସମଗ୍ର ଅଂଚଳକୁ ଆଚମ୍ବିତ କରିଛି। ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ବସ୍ତା ଭିତରୁ ଉଦ୍ଧାର ହୋଇଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଖବର ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ରୁ ୭ଟା ମଧ୍ୟରେ ଝିଅଟି ନିଖୋଜହୋଇଯାଇଥିଲେ। ଏହାପରେ ଘରଲୋକ ତୁରନ୍ତ କରଞ୍ଜିଆ ଥାନାରେ ଯାଇ ଏଫଆଇଆର ଦାଖଲ କରିଥିଲେ। କିନ୍ତୁ ଘରଲୋକଙ୍କ ଅଭିଯୋଗ ଅନୁଯାୟୀ, ଥାନାର ଅଧିକାରୀମାନେ ଏହି ଘଟଣାକୁ ପ୍ରଥମେ ଗୁରୁତ୍ୱ ଦେଇନଥିଲେ। ଆଜି ସକାଳ ପ୍ରାୟ ୭ଟା ସମୟରେ, ବଣସାହି ଅଞ୍ଚଳର ନିକଟସ୍ଥ ଘଞ୍ଜ ଜଙ୍ଗଲରେ କରଞ୍ଜକାଠି ଆଣିବାକୁ ଯାଇଥିବା ଚନ୍ଦୁ ତିରିଆ ନାମକ ଜଣେ ମହିଳା ଏକ ସନ୍ଦେହଜନକ ବୁରା ପଡ଼ିଥିବା ଦେଖିଥିଲେ। ସେ ଏହା ବିଷୟରେ ତାଙ୍କ ସ୍ୱାମୀ କଇରା ତିରିଆଙ୍କୁ ଜଣାଇଥିଲେ। ପରେ ବୁରା ଭିତରୁ ମୃତଦେହ ମିଳିବା ପରେ ସେମାନେ ମୃତ ନାବାଳିକାଙ୍କ ବାପା ଓ ଦାଦାଙ୍କୁ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ପରିବାରଲୋକ ମୃତଦେହକୁ ଚିହ୍ନଟ କରିଥିଲେ। ମୃତ ନାବାଳିକାଙ୍କ ବେକରେ ନାଲି ରଙ୍ଗର ଦାଗ ଥିବା ଦେଖାଯାଇଛି, ଯାହା ଘଟଣାକୁ ସନ୍ଦେହଜନକ କରୁଛି । ଘଟଣାର ସୂଚନା ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରବର୍ତ୍ତୀ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ଡକାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପରେ ଘଟଣାର ସଠିକ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର