ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ୍; ଦୁଇ ଭାଇ ମୃତ, ଜଣେ ଗୁରୁତର

The Sakala Picture
Published On

କୁଆମରା/ଖୁଣ୍ଟା: ଆଜି ଅପରାହ୍ନ ସମୟରେ  ଦାମାସାହି – ଖୁଣ୍ଟା ରାସ୍ତାର କୁଶଳଦା ପୁରୁଣା ପଞ୍ଚାୟତ ଅଫିସ ସମ୍ମୁଖ ପୋଖରୀ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଦୁଇ ଭାଇ ରାମ ଚନ୍ଦ୍ର ସିଂ (୨୭) ଓ ଶରତ ଚନ୍ଦ୍ର ସିଂ(୨୮) ଏବଂ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ପୁଡୁଗୁ ମାରାଣ୍ଡି(୩୦)। ସମସ୍ତଙ୍କ ଘର ଗୋପବନ୍ଧୁ ନଗର ବ୍ଲକ କୁଶଳଦା ଗ୍ରାମରେ। ସୂଚନା […]

କୁଆମରା/ଖୁଣ୍ଟା: ଆଜି ଅପରାହ୍ନ ସମୟରେ  ଦାମାସାହି – ଖୁଣ୍ଟା ରାସ୍ତାର କୁଶଳଦା ପୁରୁଣା ପଞ୍ଚାୟତ ଅଫିସ ସମ୍ମୁଖ ପୋଖରୀ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଦୁଇ ଭାଇ ରାମ ଚନ୍ଦ୍ର ସିଂ (୨୭) ଓ ଶରତ ଚନ୍ଦ୍ର ସିଂ(୨୮) ଏବଂ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ପୁଡୁଗୁ ମାରାଣ୍ଡି(୩୦)। ସମସ୍ତଙ୍କ ଘର ଗୋପବନ୍ଧୁ ନଗର ବ୍ଲକ କୁଶଳଦା ଗ୍ରାମରେ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ଅନୁଯାୟୀ, ପ୍ରାୟ ଦିନ ଗୋଟାଏ ବେଳେ (ଓଡ଼ି -୧୧ଏବି- ୨୧୯୮) ନମ୍ୱର୍ ବିଶିଷ୍ଟ ବାଇକରେ ଉକ୍ତ ତିନି ଜଣ କୌଣସି କାମରେ ଜୟପୁର ଆସିଥିଲେ। କାମ ସାରି ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବାଇକ୍ ସହ ସଡକ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୁଣ୍ଟା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପୁଡୁଗୁ ଏବେ ଚିକିତ୍ସାଧୀନ ଅଛନ୍ତି। କୁଶଳଦା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ବାଇକ୍ ଟିକୁ ଜବତ କରିଛନ୍ତି। ମୃତ ଦୁଇ ଭାଇଙ୍କୁ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠା ଯାଇଛି। ଉକ୍ତ ଘଟଣା କୁଶଳଦା ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଛି। ଉଦଳା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

09 Mar 2023 By The Sakala

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ୍; ଦୁଇ ଭାଇ ମୃତ, ଜଣେ ଗୁରୁତର

କୁଆମରା/ଖୁଣ୍ଟା: ଆଜି ଅପରାହ୍ନ ସମୟରେ  ଦାମାସାହି – ଖୁଣ୍ଟା ରାସ୍ତାର କୁଶଳଦା ପୁରୁଣା ପଞ୍ଚାୟତ ଅଫିସ ସମ୍ମୁଖ ପୋଖରୀ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଦୁଇ ଭାଇ ରାମ ଚନ୍ଦ୍ର ସିଂ (୨୭) ଓ ଶରତ ଚନ୍ଦ୍ର ସିଂ(୨୮) ଏବଂ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ପୁଡୁଗୁ ମାରାଣ୍ଡି(୩୦)। ସମସ୍ତଙ୍କ ଘର ଗୋପବନ୍ଧୁ ନଗର ବ୍ଲକ କୁଶଳଦା ଗ୍ରାମରେ।

ସୂଚନା ଅନୁଯାୟୀ, ପ୍ରାୟ ଦିନ ଗୋଟାଏ ବେଳେ (ଓଡ଼ି -୧୧ଏବି- ୨୧୯୮) ନମ୍ୱର୍ ବିଶିଷ୍ଟ ବାଇକରେ ଉକ୍ତ ତିନି ଜଣ କୌଣସି କାମରେ ଜୟପୁର ଆସିଥିଲେ। କାମ ସାରି ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବାଇକ୍ ସହ ସଡକ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୁଣ୍ଟା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପୁଡୁଗୁ ଏବେ ଚିକିତ୍ସାଧୀନ ଅଛନ୍ତି। କୁଶଳଦା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ବାଇକ୍ ଟିକୁ ଜବତ କରିଛନ୍ତି। ମୃତ ଦୁଇ ଭାଇଙ୍କୁ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠା ଯାଇଛି। ଉକ୍ତ ଘଟଣା କୁଶଳଦା ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଛି। ଉଦଳା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର