ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ଯ ଅଭିଯୁକ୍ତ ଗିରଫ, ମୁମ୍ବାଇ ତାଜ ହୋଟେଲରୁ ଚୋରି କରିଥିଲା ୯ଲକ୍ଷ ଟଙ୍କା

The Sakala Picture
Published On

ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ ହାଟସାହିର ହେମନ୍ତ ଦାସ(୫୮) । ବର୍ତ୍ତମାନ ସେ ଭୁବନେଶ୍ୱର ବଡ଼ଗଡ଼ ଥାନା ଗ୍ୟାରେଜ ଛକ ନିକଟରେ ରହୁଛନି । ସୋମବାର ଗିରଫ ସମୟରେ ନିଜର ପରିଚୟ ଭଦ୍ରକ […]

ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ ହାଟସାହିର ହେମନ୍ତ ଦାସ(୫୮) । ବର୍ତ୍ତମାନ ସେ ଭୁବନେଶ୍ୱର ବଡ଼ଗଡ଼ ଥାନା ଗ୍ୟାରେଜ ଛକ ନିକଟରେ ରହୁଛନି । ସୋମବାର ଗିରଫ ସମୟରେ ନିଜର ପରିଚୟ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଚନ୍ଦ୍ରକାନ୍ତ ନାୟକ ବୋଲି ପୁଲିସକୁ ସୂଚନା ଦେଇଥିଲେ । ତେବେ ରାତିରେ ପଚରାଉଚୁରା ପରେ ଘଟଣା ସମ୍ବନ୍ଧରେ ଜାଣି ପୁଲିସ ମଧ୍ୟ ତାଜୁବ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଗିରଫ ଅଭିଯୁକ୍ତ ୧୯୮୬ମସିହାରେ ମୁମ୍ବାଇର ତାଜ ହୋଟେଲରୁ ୯ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ରହିଥିଲା। ଓଡ଼ିଶାର ବିଭିନ୍ନ ଥାନାରେ ହେମନ୍ତଙ୍କ ନାମରେ ୯୫ଟି ମାମଲା ଥିବା ବେଳେ ସେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହିତ ବିଭିନ୍ନ ବାହାର ରାଜ୍ୟରେ ୫ଶହରୁ ଉର୍ଦ୍ଧ୍ବ ମାମଲାରେ ଜଡ଼ିତ ଏବଂ ୧୭ଟି ମାମଲାରେ ସେ ବର୍ତ୍ତମାନ ଜାମିନ ପାଇଛନ୍ତି ବୋଲି ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡ଼ିପିଓ କେକେ ହରିପ୍ରସାଦ ପ୍ରକାଶ କରିଛନ୍ତି। ହେମନ୍ତଙ୍କ ନିକଟରୁ ନଗଦ ୧ଲକ୍ଷ ଚୋରି ଟଙ୍କା, ମୋବାଇଲ ଫୋନ, ହେକ୍ସ ବ୍ଲେଡ଼ ଓ ଗୋଟିଏ ମଦ ବୋତଲ ଉଦ୍ଧାର କରାଯାଇଛି । ହେମନ୍ତଙ୍କ ଚୋରି କୌଶଳରେ ସିଦ୍ଧହସ୍ତ ପାଇଁ ତାଙ୍କୁ ରାଜ୍ୟ ବିଭିନ୍ନ ଚୋରି ଗ୍ୟାଙ୍ଗ ଖୋଜିଥାନ୍ତି । ଅପରେସନ ସରିବା ପରେ ହେମନ୍ତଙ୍କୁ ପାଉଣା ଦେଇ ବିଦା କରିଦେଇଥାନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏପରି ଏକ ଘଟଣା ଭିଆଇବା ପାଇଁ ହେମନ୍ତ ଅନ୍ୟ ଜଣେ ସହଯୋଗୀ ଅସିତ ଓରଫ ଅଜିତ କର ନାମକ ଯୁବକଙ୍କ ସହିତ ବସରେ ବାରିପଦା ସହରରେ ପହଞ୍ଚି ବସଷ୍ଟାଣ୍ଡ ନିକଟ ଏକ ହୋଟେଲରେ ରହି ଚୋରି ଯୋଜନାର ରୂପରେଖ ଚୁଡ଼ାନ୍ତ କରିବା ପରେ ରବିବାର ରାତିରେ କୃଷ୍ଣଚନ୍ଦ୍ରଗୋଲେଇରେ ଥିବା ୩ନମ୍ବର ବିଦେଶୀ ମଦ ଦୋକାନ ଗ୍ରୀଲ ଓ ତାଲା କାଟି ଚୋରି କରିଥିଲେ। ୪ଲକ୍ଷ ୬୦ହଜାର ଟଙ୍କାରେ ବିଭିନ୍ନ ବ୍ରାଣ୍ଡର୨୧୩ଟି ବିଦେଶୀ ମଦ ବୋତଲ ଚୋରି କରିବା ସହିତ ନଗଦ ୧ଲକ୍ଷ ୭ହଜାର ୬୩୦ ଟଙ୍କା ଚୋରାଇ ନେଇଥିଲେ । ଦୋକନ ମାଲିକ ରଘୁନାଥପୁରର ସଞ୍ଜିବ କୁମାର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ପରେ ଅଭିଯୁକ୍ତ ହେମନ୍ତଙ୍କୁ ବାରିପଦା ରେଳ ଷ୍ଟେସନ ପାଖରୁ ଗିରଫ କରିଥିଲା । ରହୁଥିବା ହୋଟେଲର ସିସି କେମେରାରୁ ସହଯୋଗୀ ସମ୍ବନ୍ଧରେ ସମସ୍ତ ତଥ୍ୟ ପୁଲିସ ହାସଲ କରିଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିବା ସେମନ୍ତଙ୍କୁ ପରବର୍ତ୍ତୀ ସମୟରେ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

23 Aug 2022 By The Sakala

ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ଯ ଅଭିଯୁକ୍ତ ଗିରଫ, ମୁମ୍ବାଇ ତାଜ ହୋଟେଲରୁ ଚୋରି କରିଥିଲା ୯ଲକ୍ଷ ଟଙ୍କା

ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ ହାଟସାହିର ହେମନ୍ତ ଦାସ(୫୮) । ବର୍ତ୍ତମାନ ସେ ଭୁବନେଶ୍ୱର ବଡ଼ଗଡ଼ ଥାନା ଗ୍ୟାରେଜ ଛକ ନିକଟରେ ରହୁଛନି । ସୋମବାର ଗିରଫ ସମୟରେ ନିଜର ପରିଚୟ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଚନ୍ଦ୍ରକାନ୍ତ ନାୟକ ବୋଲି ପୁଲିସକୁ ସୂଚନା ଦେଇଥିଲେ । ତେବେ ରାତିରେ ପଚରାଉଚୁରା ପରେ ଘଟଣା ସମ୍ବନ୍ଧରେ ଜାଣି ପୁଲିସ ମଧ୍ୟ ତାଜୁବ ହୋଇଯାଇଥିଲା ।

ଗିରଫ ଅଭିଯୁକ୍ତ ୧୯୮୬ମସିହାରେ ମୁମ୍ବାଇର ତାଜ ହୋଟେଲରୁ ୯ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ରହିଥିଲା। ଓଡ଼ିଶାର ବିଭିନ୍ନ ଥାନାରେ ହେମନ୍ତଙ୍କ ନାମରେ ୯୫ଟି ମାମଲା ଥିବା ବେଳେ ସେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହିତ ବିଭିନ୍ନ ବାହାର ରାଜ୍ୟରେ ୫ଶହରୁ ଉର୍ଦ୍ଧ୍ବ ମାମଲାରେ ଜଡ଼ିତ ଏବଂ ୧୭ଟି ମାମଲାରେ ସେ ବର୍ତ୍ତମାନ ଜାମିନ ପାଇଛନ୍ତି ବୋଲି ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡ଼ିପିଓ କେକେ ହରିପ୍ରସାଦ ପ୍ରକାଶ କରିଛନ୍ତି। ହେମନ୍ତଙ୍କ ନିକଟରୁ ନଗଦ ୧ଲକ୍ଷ ଚୋରି ଟଙ୍କା, ମୋବାଇଲ ଫୋନ, ହେକ୍ସ ବ୍ଲେଡ଼ ଓ ଗୋଟିଏ ମଦ ବୋତଲ ଉଦ୍ଧାର କରାଯାଇଛି । ହେମନ୍ତଙ୍କ ଚୋରି କୌଶଳରେ ସିଦ୍ଧହସ୍ତ ପାଇଁ ତାଙ୍କୁ ରାଜ୍ୟ ବିଭିନ୍ନ ଚୋରି ଗ୍ୟାଙ୍ଗ ଖୋଜିଥାନ୍ତି । ଅପରେସନ ସରିବା ପରେ ହେମନ୍ତଙ୍କୁ ପାଉଣା ଦେଇ ବିଦା କରିଦେଇଥାନ୍ତି ।

ଏପରି ଏକ ଘଟଣା ଭିଆଇବା ପାଇଁ ହେମନ୍ତ ଅନ୍ୟ ଜଣେ ସହଯୋଗୀ ଅସିତ ଓରଫ ଅଜିତ କର ନାମକ ଯୁବକଙ୍କ ସହିତ ବସରେ ବାରିପଦା ସହରରେ ପହଞ୍ଚି ବସଷ୍ଟାଣ୍ଡ ନିକଟ ଏକ ହୋଟେଲରେ ରହି ଚୋରି ଯୋଜନାର ରୂପରେଖ ଚୁଡ଼ାନ୍ତ କରିବା ପରେ ରବିବାର ରାତିରେ କୃଷ୍ଣଚନ୍ଦ୍ରଗୋଲେଇରେ ଥିବା ୩ନମ୍ବର ବିଦେଶୀ ମଦ ଦୋକାନ ଗ୍ରୀଲ ଓ ତାଲା କାଟି ଚୋରି କରିଥିଲେ। ୪ଲକ୍ଷ ୬୦ହଜାର ଟଙ୍କାରେ ବିଭିନ୍ନ ବ୍ରାଣ୍ଡର୨୧୩ଟି ବିଦେଶୀ ମଦ ବୋତଲ ଚୋରି କରିବା ସହିତ ନଗଦ ୧ଲକ୍ଷ ୭ହଜାର ୬୩୦ ଟଙ୍କା ଚୋରାଇ ନେଇଥିଲେ । ଦୋକନ ମାଲିକ ରଘୁନାଥପୁରର ସଞ୍ଜିବ କୁମାର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ପରେ ଅଭିଯୁକ୍ତ ହେମନ୍ତଙ୍କୁ ବାରିପଦା ରେଳ ଷ୍ଟେସନ ପାଖରୁ ଗିରଫ କରିଥିଲା । ରହୁଥିବା ହୋଟେଲର ସିସି କେମେରାରୁ ସହଯୋଗୀ ସମ୍ବନ୍ଧରେ ସମସ୍ତ ତଥ୍ୟ ପୁଲିସ ହାସଲ କରିଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିବା ସେମନ୍ତଙ୍କୁ ପରବର୍ତ୍ତୀ ସମୟରେ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କରିଛନ୍ତି ।

https://www.thesakala.in/latest-odisha-news/mayurbhanj/baripada-foreign-liquor-shop-robbery-main-accused-arrested/article-14372
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର