ନାବାଳିକା ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ; ଡାକ୍ତର ଥାନାରେ ଅଟକ

The Sakala Picture
Published On

ବାରିପଦା: ହଷ୍ଟେଲ ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ସ୍ଥାନୀୟ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକା ହଷ୍ଟେଲ ଛାତ୍ରୀକୁ ଚିକିତ୍ସା ସମୟରେ ଅସଦାଚରଣ କରିବା ଅଭିଯୋଗକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମାମଲାରେ ସମ୍ପୃକ୍ତି ଥିବା ଡାକ୍ତରଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ଆଜି ପୀଡିତ […]

ବାରିପଦା: ହଷ୍ଟେଲ ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ସ୍ଥାନୀୟ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକା ହଷ୍ଟେଲ ଛାତ୍ରୀକୁ ଚିକିତ୍ସା ସମୟରେ ଅସଦାଚରଣ କରିବା ଅଭିଯୋଗକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମାମଲାରେ ସମ୍ପୃକ୍ତି ଥିବା ଡାକ୍ତରଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ଆଜି ପୀଡିତ ନାବାଳିକା ଓ ତାଙ୍କ ପରିବାରକୁ ଥାନାକୁ ଡାକି ବୟାନ ରେକର୍ଡ କରିବା ସହ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ଅନୁସାରେ, ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ଉକ୍ତ ନାବାଳିକା ଛାତ୍ରୀକୁ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ବାହାରକୁ ଆସି ଅଭିଯୋଗ କରିଥିଲେ। ଏହାକୁ ନେଇ ଛାତ୍ରୀର ପରିବାର ଲୋକ ଓ ହଷ୍ଟେଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଉତ୍ତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନାରେ ଟାଉନ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଏ ଘଟଣାକୁ ଖଣ୍ଡନ କରିଛନ୍ତି। ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି। କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଛନ୍ତି। ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର