ଭାରସାମ୍ୟ ହରାଇ ଓଲଟିଲା କାର: ଭଉଣୀ ମୃତ, ଭାଇ ଓ ଭାଣିଜୀ ଗୁରୁତର

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଏହି ଦୁଇଜଣକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ସଦରରୁ ଏକ ମାରୁତି ଦୁଷ୍ମନ୍ତ ମାହାଲା ନାମକ ଜଣେ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଏହି ଦୁଇଜଣକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ, ଭଦ୍ରକ ସଦରରୁ ଏକ ମାରୁତି ଦୁଷ୍ମନ୍ତ ମାହାଲା ନାମକ ଜଣେ ଯୁବକ ନିଜ ଭଉଣୀ ଓ ଭାଣିଜୀଙ୍କୁ ନେଇ କରଞ୍ଜିଆ ବଣସାହିକୁ କାର ଯୋଗେ ଯାଉଥିଲେ। ଏି ସମୟରେ ସୁନାରିପୋଷି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାରେ କାରଟି ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭଉଣୀ ସୋମ୍ୟ ରଞ୍ଜିତା ମାହାଲାଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର