ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବଣକାଟି ପଞ୍ଚାୟତର ଜାମଦାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗ୍ରାମର ରାମ ବେହେରାଙ୍କ ପୁଅ ରଥ ହେରା (୩୦)। ସୂଚନାନୁଯାୟୀ, ଶୁକ୍ରବାର ସକାଳ ସମୟରେ ଜାମଦାପାଳ ଗ୍ରାମ ନିକଟରେ ଥିବା ବୁଢାବଳଙ୍ଗ ନଦୀକୁ ରଥ ବେହେରା ଶୌଚ ହେବାପାଇଁ ଯିବା ସମୟରେ ଦନ୍ତାହାତୀ ଆକ୍ରମଣ କରିଥିଲା  ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ହାତୀକୁ ଘଉଡାଇବା ସହ ରଥଙ୍କୁଗୁରୁତର ଅବସ୍ଥାରେ ଉଦ୍ଧାର […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବଣକାଟି ପଞ୍ଚାୟତର ଜାମଦାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗ୍ରାମର ରାମ ବେହେରାଙ୍କ ପୁଅ ରଥ ହେରା (୩୦)।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ସୂଚନାନୁଯାୟୀ, ଶୁକ୍ରବାର ସକାଳ ସମୟରେ ଜାମଦାପାଳ ଗ୍ରାମ ନିକଟରେ ଥିବା ବୁଢାବଳଙ୍ଗ ନଦୀକୁ ରଥ ବେହେରା ଶୌଚ ହେବାପାଇଁ ଯିବା ସମୟରେ ଦନ୍ତାହାତୀ ଆକ୍ରମଣ କରିଥିଲା  ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ହାତୀକୁ ଘଉଡାଇବା ସହ ରଥଙ୍କୁଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ରଥ ବେହେରାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର