ସେଲ୍ଫି ଉଠାଇବା ହେଲା କାଳ: ପିକନିକ ଆସି ବୁଡ଼ି ଗଲେ ଛାତ୍ର, ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମିଳିଲା ମୃତଦେହ

The Sakala Picture
Published On

ବାରିପଦା: ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ […]

ବାରିପଦା: ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭)।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ନିଶିକାନ୍ତ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର ଅଟନ୍ତି। ସ୍ଥାନୀୟ ଗ୍ରାମର ଜେନିଥ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ। ରବିବାର କୋଚିଂ ସାଙ୍ଗ ସହ ପିକନିକ କରୁଥିବାବେଳେ ସେଲ୍ଫି ନେବାବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଗତକାଲି ଠାରୁ ଜାରି ରଖିଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘଟଣା ଘଟିଥିବା ବେଳେ ସୋମବାର ସକାଳ ପ୍ରାୟ ୮ଟା ପରେ ମୃତଦେହ ପାଣି ଭିତରୁ ଉଦ୍ଧାର ହୋଇଛି। ମୃତଦେହର ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର