୧୨ଘଣ୍ଟା ଜଳବନ୍ଦୀ ପରେ ଉଦ୍ଧାର ହେଲେ ପୋଲ ନିର୍ମାଣକାରୀ ସଂସ୍ଥାର ୪କର୍ମଚାରୀ

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଉରାଚନ୍ଦାବିଲା-ପ୍ରତାପପୁର ମଧ୍ୟରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ଯରେ ନିୟୋଜିତ ୪ଜଣ କର୍ମଚାରୀ ନଦୀ ଟାପୁରେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲାପ୍ରଶାସନର ହସ୍ତକ୍ଷେପ ପରେ ଅଗ୍ନିଶମ ବାହିନୀ ମିଳିତ ଭାବେ ୪ଜଣ କର୍ମଚାରୀଙ୍କୁ ଦୀର୍ଘଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଉରାଚନ୍ଦାବିଲା -ପ୍ରତାପପୁର ମଧ୍ୟରେ ବିଜୁସେତୁ କାର୍ଯ୍ଯ ଚାଲିଥିବାବେଳେ ଦାୟିତ୍ୱରେ ଥିବା ନିର୍ମାଣକାରୀ ସଂସ୍ଥାର ୪ଜଣ କର୍ମଚାରି ନଦୀ ଟାପୁରେ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଉରାଚନ୍ଦାବିଲା-ପ୍ରତାପପୁର ମଧ୍ୟରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ଯରେ ନିୟୋଜିତ ୪ଜଣ କର୍ମଚାରୀ ନଦୀ ଟାପୁରେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲାପ୍ରଶାସନର ହସ୍ତକ୍ଷେପ ପରେ ଅଗ୍ନିଶମ ବାହିନୀ ମିଳିତ ଭାବେ ୪ଜଣ କର୍ମଚାରୀଙ୍କୁ ଦୀର୍ଘଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ, ଉରାଚନ୍ଦାବିଲା -ପ୍ରତାପପୁର ମଧ୍ୟରେ ବିଜୁସେତୁ କାର୍ଯ୍ଯ ଚାଲିଥିବାବେଳେ ଦାୟିତ୍ୱରେ ଥିବା ନିର୍ମାଣକାରୀ ସଂସ୍ଥାର ୪ଜଣ କର୍ମଚାରି ନଦୀ ଟାପୁରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପରେ ସବୁଦିନ ଭଳି ମଙ୍ଗଳବାର ରାତିରେ ରହିଯାଇଥିଲେ । ତେବେ ଲଗାଣ ବର୍ଷାରେ ଜଳସ୍ତର ବଢ଼ିଯିବାପରେ ୪ଜଣ କର୍ମଚାରୀ କୂଳକୁ ଫେରିନ  ପାରି ଫସି ରହି ଯାଇଥିଲେ।ବୁଧବାର ସକାଳେ ଖବର ପାଇ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ସଦର ବିଡ଼ିଓ ଆକୁଳ ନାଏକ, ଏବିଡ଼ିଓ ଗଗନ ବିହାରୀ ବେହେରା ଓ ଜିଆରଏସ କରମାନନ୍ଦ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ସମସ୍ତଙ୍କ ଉପସ୍ଥିତିରେ ବାରିପଦା ଓ ବେତନଟୀ ଅଗ୍ନିଶମ ବିଭାଗର ଦୁଇଟି ଟିମ ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଥିଲେ। ତେବେ ନଦୀର ପ୍ରଖୋରସ୍ରୋତ ପାଇଁ ଅଗ୍ନିଶମ ବିଭାଗର ବୋଟ ତଳକୁ ଭାସିଯିବାରୁ ଉଦ୍ଧାରକାର୍ଯ୍ଯରେ ସମସ୍ୟା ଦେଖାଦେଇଥିଲା। ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ପୋଲ ନିର୍ମାଣକାରୀ ସଂସ୍ଥାର ରଥ ମାର୍ଣ୍ଡି, ମହେଶ୍ୱର ସୋରେନ, ଗୋରା ଟୁଡୁ ଓ ସଦାଶିବ ହାଁସଦା ପ୍ରମୁଖଙ୍କୁ ଉଦ୍ଧାରକାରୀଦଳ ବୋଟ ଯୋଗେ କୂଳକୁ ଆଣିଥିଲେ। ଦୀର୍ଘ ୧୨ଘଣ୍ଟାରୁ ଉର୍ଦ୍ଧ୍ୱ ସମୟଧରି ଜଳବନ୍ଦୀ ଅବସ୍ଥାରେ ଥିବା ୪ଜଣ କର୍ମଚାରୀ କୂଳରେ ପହଞ୍ଚିବାପରେ ଆଶ୍ୱସ୍ତି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର