ମର୍ଣ୍ଣିଂ ଓ୍ବାକ ଛିନତାଇ ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ: ୫୨ ମୋବାଇଲ ଫୋନ ସମେତ ୩ ବାଇକ୍ ଜବତ

The Sakala Picture
Published On

ବାରିପଦା: ବାରିପଦା ସହରରେ ଦିନକୁ ଦିନ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଯୋଗୁଁ ସହରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରିପଦା ଟାଉନ ଥାନା ଅଞ୍ଚଳରେ ମର୍ଣିଂ ୱାକ କରୁଥିବା ସମୟରେ ସାଧାରଣତଃ ବୃଦ୍ଧ ଓ ବୃଦ୍ଧା ମାନେ ଛିନତାଇର ଶିକାର ହୋଇଥିବାର ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ କରି ବାରିପଦା ଟାଉନ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୪ତାରିଖରେ ସ୍ଥାନୀୟ ୱାର୍ଡ ନମ୍ବର ୧୧, ନହରପଦା […]

ବାରିପଦା: ବାରିପଦା ସହରରେ ଦିନକୁ ଦିନ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଯୋଗୁଁ ସହରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରିପଦା ଟାଉନ ଥାନା ଅଞ୍ଚଳରେ ମର୍ଣିଂ ୱାକ କରୁଥିବା ସମୟରେ ସାଧାରଣତଃ ବୃଦ୍ଧ ଓ ବୃଦ୍ଧା ମାନେ ଛିନତାଇର ଶିକାର ହୋଇଥିବାର ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ କରି ବାରିପଦା ଟାଉନ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୪ତାରିଖରେ ସ୍ଥାନୀୟ ୱାର୍ଡ ନମ୍ବର ୧୧, ନହରପଦା ଅଞ୍ଚଳର ବାସୁଦେବ ମହନ୍ତଙ୍କ ଦୁର୍ବୁତ୍ତ ମାନେ ଫୋନ ଛିନତାଇ କରିଥିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ନଭେମ୍ବର ୩୦ ସକାଳେ ସାଇକେଲ ଯୋଗେ ଯିବା ବେଳେ ବଡବଜାର ସ୍ଥିତ ଅମ୍ବିକା ମନ୍ଦିର ନିକଟରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ମୋବାଇଲ ଫୋନକୁ ଛଡାଇ ପକାଇଥିଲେ। ଏହି ଅଭିଯୋଗକୁ ଆଧାର କରି ଟାଉନ ଥାନାରେ କେଶ ନମ୍ବର ୭୫୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ଓ ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଦୁଇ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଜଣକୁ ଷ୍ଟେସନ ବଜାର ଅଞ୍ଚଳରୁ ଧରିବାରେ ପୁଲିସ ସଫଳ ହୋଇଥିଲେ। ତଦନ୍ତ ସମୟରେ ବାରିପଦା ସହର ଓ ଆଖପାଖ ଅଞ୍ଚଳରୁ ଲୁଟ ହୋଇଥିବା ମୋବାଇଲ ଓ ସୁନା ଚେନ ଛିନତାଇ ମାମଲାରେ ଉକ୍ତ ଗ୍ୟାଙ୍ଗର ୫ଜଣ ସଦସ୍ୟ ସାମିଲ ଥିବାର ଜଣା ପଡିଥିଲା। ଏଥିପରେ ଚଢାଉ କରି ଆଉ ୩ଜଣଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାର ସୂଚନା ରହିଛି। ତେବେ ଅନ୍ୟ ଦୁଇ ଜଣ ଖସି ପଳେଇ ଯିବାରେ ସକ୍ଷମ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସେମାନଙ୍କୁ ପାଖରୁ ସମୁଦାୟ ୫୨ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନେ ଛିନତାଇରେ ବ୍ୟବହାର କରିଥିବା ୩ଟି ବାଇକ ମଧ୍ୟ ଜବତ କରାଯାଇଛି। ଏହି ୫୨ ଗୋଟିମୋବାଇଲ ମଧ୍ୟରୁ ବାରିପଦା ସହରରୁ ୬ ଗୋଟି ବେଳେ ଶଙ୍ଖାଭଙ୍ଗା ଅଞ୍ଚଳରୁ ଗୋଟିଏ, ଭଞ୍ଜପୁର ଅଞ୍ଚଳରୁ ଗୋଟିଏ , ଆହୁରିଅନେକ ସ୍ଥାନରୁ ଛିନତାଇ କରିଥିବାର ଆସାମୀ ମାନେ ସ୍ୱୀକାର କରୁଛନ୍ତି। ବୁଧବାର ୩ଜଣଙ୍କୁ ଗିରଫ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଅପରାଧୀକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଏହି ଜବତ ହୋଇଥିବା ଗାଡି ଓ ମୋବାଇଲର ମାଲିକ ମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଫେରାର ଥିବା ଆସାମୀ ମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର