କମୁଛି ସଂକ୍ରମଣ, ଜୁନ ୧୭ ପରେ ରାଜ୍ଯରେ ହୋଇପାରେ ଅନଲକ୍ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର […]

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଏହାପରେ ସ୍ଥିତିରେ ସୁଧାର ଆସିବ । ଏହି ସ୍ଥିତିରେ ଲକଡାଉନ ନୁହେଁ କେବଳ କିଛି କଟକଣା ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଉପଲବଧ୍ ନଥିଲେ, କୋଭିସିଲ୍ଡ ଟିକା ଲୋକଙ୍କୁ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆନଯାଉ କହିଛନ୍ତେ ସେ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେଦ୍ବିତୀୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ରହିଛି । କୋଭିଡ ସମୁଦାୟ ଭାବେ ହଟିନି ତଥାପି ଆମକୁ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ । କିନ୍ତୁ ଆଗକୁ ଅର୍ଥାତ ଜୁନ ୧୭ ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିବ । ସେହି ସ୍ଥିତିରେ ଆଉ ଲକଡାଉନ ନୁହେଁ ବଂର ଅନଲକ ହୋଇଯିବ ବୋଲି ଆକଳନ କରିଛନ୍ତି ନିରୋଜ ମିଶ୍ର ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

05 Jun 2021 By The Sakala

କମୁଛି ସଂକ୍ରମଣ, ଜୁନ ୧୭ ପରେ ରାଜ୍ଯରେ ହୋଇପାରେ ଅନଲକ୍ ପ୍ରକ୍ରିୟା

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।

ଏହାପରେ ସ୍ଥିତିରେ ସୁଧାର ଆସିବ । ଏହି ସ୍ଥିତିରେ ଲକଡାଉନ ନୁହେଁ କେବଳ କିଛି କଟକଣା ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଉପଲବଧ୍ ନଥିଲେ, କୋଭିସିଲ୍ଡ ଟିକା ଲୋକଙ୍କୁ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆନଯାଉ କହିଛନ୍ତେ ସେ ।

ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେଦ୍ବିତୀୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ରହିଛି । କୋଭିଡ ସମୁଦାୟ ଭାବେ ହଟିନି ତଥାପି ଆମକୁ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ । କିନ୍ତୁ ଆଗକୁ ଅର୍ଥାତ ଜୁନ ୧୭ ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିବ । ସେହି ସ୍ଥିତିରେ ଆଉ ଲକଡାଉନ ନୁହେଁ ବଂର ଅନଲକ ହୋଇଯିବ ବୋଲି ଆକଳନ କରିଛନ୍ତି ନିରୋଜ ମିଶ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର