ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ଜଣ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ) ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର ମୋଟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ୩୧୪ଟି […]
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ) ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର ମୋଟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ୩୧୪ଟି ନୋଡାଲ କେନ୍ଦ୍ରରୁ ଆଜି ସକାଳ ୭ଟା୩୦ରୁ ୮ଟା୩୦ ମଧ୍ୟରେ ପ୍ରଥମ ଦିନର ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯାଇଥିଲା। ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହୋଇଛି। ସାଢେ ୧୧ଟାରେ ଶେଷ ହେବ।
ପରୀକ୍ଷାର ସୁପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ ପ୍ରାୟ ୬୦୦ କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ(ସିଧାପ୍ରସାରଣ)ର ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଏଥର ଚାରିସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଏଥର ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା ସହ ପ୍ରତି ପ୍ରଶ୍ନ ପାର୍ଶ୍ବରେ ପ୍ରଶ୍ନପତ୍ରର କ୍ରମିକ ନମ୍ବର ରହିଛି। ଫଳରେ କେଉଁ ପରୀକ୍ଷା କେନ୍ଦ୍ରରୁ ଓ କେଉଁ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଭାଇରାଲ ହେଲା, ତାହା ଜଣାପଡ଼ିଯିବ।