ଆଜି ‘ମାଟ୍ରିକ୍‌‌ ଉତ୍କର୍ଷ ସମ୍ମାନ-୨୦୨୩’: ସକାଳ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ କରାଯିବ ସମ୍ବର୍ଦ୍ଧିତ

The Sakala Picture
Published On

ଭୁବନେଶ୍ୱର: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌‌ ଉତ୍କର୍ଷ ସମ୍ମାନ-୨୦୨୩’। ରାଜ୍ୟ ମାଧ୍ୟମିକ ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖି ମାଟ୍ରିକ୍‌‌ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, […]

ଭୁବନେଶ୍ୱର: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌‌ ଉତ୍କର୍ଷ ସମ୍ମାନ-୨୦୨୩’। ରାଜ୍ୟ ମାଧ୍ୟମିକ ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖି ମାଟ୍ରିକ୍‌‌ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ମେଧାବୀଙ୍କୁ ସମ୍ମାନିତ କରିବାଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାବେଳେ ଭୁବନେଶ୍ୱରର ଜୟଦେବ ଭବନରେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବେ। ବାଲେଶ୍ୱରର ଷ୍ଟେସନ କ୍ଲବ୍‌‌ ପଞ୍ଚଜନ୍ୟ ହୋଟେଲରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ସମ୍ବଲପୁର ଏମସ୍‌‌ କଲେଜ ପରଧିଆପାଲୀରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ସାମିଲ୍‌‌ ହେବେ। ବ୍ରହ୍ମପୁରର ସରକାରୀ ଆଇଟିଆଇ ଅଡିଟୋରିୟମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ମେଧାବୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଅନୁରୂପ ଭାବେ ଜୟପୁରର ବିଦ୍ୱାନ କନିଷ୍ଠ ମହାବିଦ୍ୟାଳୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରିର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୦ ଜିଲ୍ଲାର ଛାତ୍ରଛାତ୍ରୀ ଓ ଶିକ୍ଷକ ସାମିଲ୍‌‌ ହେବେ। ପୂର୍ବାହ୍ନ ୧୦ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହିତ ସମ୍ପୃକ୍ତ ଜିଲ୍ଲାର ଆଦର୍ଶ ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଅଶୋକ ପଣ୍ଡା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର