ଆଜିଠୁ ମାଟ୍ରିକ୍‌‌ ସମ୍ମେଟିଭ-୨ ପରୀକ୍ଷା, ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ

The Sakala Picture
Published On

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ସମ୍ମେଟିଭ୍‌‌-୨ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି। ଏକ ସଙ୍ଗରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୪୧ ହଜାର ୨୪୭। ମୋଟ୍‌‌ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ପ୍ରଶ୍ନପତ୍ର ମହଜୁଦ ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର ଭାବେ […]

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌‌ ସମ୍ମେଟିଭ୍‌‌-୨ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି। ଏକ ସଙ୍ଗରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୪୧ ହଜାର ୨୪୭। ମୋଟ୍‌‌ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ପ୍ରଶ୍ନପତ୍ର ମହଜୁଦ ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ବ୍ୟବହାର କରାଯିବ। ଏହି ପରିପ୍ରେକ୍ଷୀରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନା ନୋଡାଲ ସେଣ୍ଟର ହୋଇଛି। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ଶୁକ୍ରବାର ପ୍ରଥମ ଭାଷା ଅର୍ଥାତ ଓଡ଼ିଆ ବିଷୟ ପରୀକ୍ଷା ରହିଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନଙ୍କୁ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହିତ ଭର୍ଚୁଆଲ ପ୍ଲାଟ୍‌‌ଫର୍ମରେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ପ୍ରଶ୍ନପତ୍ର ଲିକ୍‌‌ ଏବଂ କପି ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। କିଛି ସମ୍ବେଦନଶୀଳ କେନ୍ଦ୍ର ଚିହ୍ନଟ ହୋଇଥିବାବେଳେ ଏଠାରେ ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବୋର୍ଡ ପକ୍ଷରୁ ୩୬ଟି ସ୍କ୍ୱାଡ୍‌‌କୁ ମିଶାଇ ମୋଟ୍‌‌ ୭୪ଟି ସ୍କ୍ୱାଡ୍‌‌ ଗଠନ ହୋଇଛି ବୋଲି ସେ ଜଣାଇଛନ୍ତି। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପରୀକ୍ଷା ସକାଳ ୮ଟାରେ ଆରମ୍ଭ ହେବ। ହେଲେ ସକାଳ ୬ଟାରୁ ୭ଟା ମଧ୍ୟରେ କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଅଣାଯିବ। ପ୍ରଶ୍ନପତ୍ର ନେଇ ଆସୁଥିବା ଗାଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ରରେ ନିୟୋଜିତ ସମସ୍ତ ଶିକ୍ଷକ କିମ୍ବା ଅଧିକାରୀମାନଙ୍କ ମୋବାଇଲ୍‌‌ ବ୍ୟବହାର ଉପରେ କଟକଣା ଲଗାଯିବ ବୋଲି ଉପସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପ୍ରଶ୍ନପତ୍ର ଓ ଉତ୍ତରଖାତା ରହୁଥିବା ଷ୍ଟ୍ରଙ୍ଗ୍‌‌ ରୁମ୍‌‌ରେ ୨୪ ଘଣ୍ଟିଆ କଡ଼ା ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ, ବିଦ୍ୟୁତ୍‌‌ ଏବଂ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୯୧୪ ଜଣ ମଧ୍ୟମା ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର