ଡିସେମ୍ବର ୯ରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା, ୧୦ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା । ୧୦ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଖାତା ଦେଖାରେ ନିୟୋଜିତ ହେବେ ୧୨୪୫୦ ଜଣ ଶିକ୍ଷକ । ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଖାତା ଦେଖା । ଏ ନେଇ ସୂଚନା […]

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା । ୧୦ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଖାତା ଦେଖାରେ ନିୟୋଜିତ ହେବେ ୧୨୪୫୦ ଜଣ ଶିକ୍ଷକ । ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଖାତା ଦେଖା । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଚଳିତଥର ସମ୍ମେଟିଭ-ଓ୍ୱାନ୍ ଓ ସମ୍ମେଟିଭ-ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ। ତେଣୁ ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର