ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମପୂରଣ, ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

Madhusudan Das Picture
Published On

କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ୨୦୨୬ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୮ରୁ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ। 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ସେହିଭଳି ପତ୍ରମାଧ୍ୟମ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନ୍‌ରେ ଫର୍ମପୂରଣ କରାଇବେ ବୋଲି କୁହାଯାଇଛି। ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ଉପରୋକ୍ତ ଅବଧିରେ ଜିଲ୍ଲା ଓ ବ୍ଲକ୍‌ ଷ୍ଟଡିସେଣ୍ଟର୍‌ର ମୁଖ୍ୟଙ୍କ ଦ୍ୱାରା ସମ୍ପାଦନ କରାଯିବ। ମଧ୍ୟମା ପରୀକ୍ଷା ପାଇଁ ସଂସ୍କୃତ ଟୋଲ୍‌ର ମୁଖ୍ୟମାନେ ଆସନ୍ତା ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ କରିବେ ବୋଲି ବୋର୍ଡ କହିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର