ଏକାଧିକ ଥର ବିବାହ କରିଥିଲେ ଖୋଲିବ ଗୁମର: ‘ଆଧାର’ ସହ ଯୋଡ଼ାହେବ ବିବାହ ପ୍ରମାଣପତ୍ର

The Sakala Picture
Published On

ଭୁବନେଶ୍ୱର: ମିଠା ମିଠା କଥା କହି ଫସାଉଛନ୍ତି; ବାହା ବି ହେଉଛନ୍ତି। ବାହା ହେବା ପରେ ଜଣା ପଡୁଛି ପୂର୍ବ ବିବାହ କଥା। ଏମିତି ଏକାଧିକ ମାମଲା ରାଜ୍ୟ ମହିଳା କମିସନଙ୍କ ନିକଟରେ ପହଞ୍ଚିବା ପରେ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ସହ ବିବାହ ପ୍ରମାଣପତ୍ରକୁ ଆଧାର ପ୍ରମାଣପତ୍ର ସହ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏ ନେଇ ରାଜ୍ୟ ମହିଳା କମିସନ ପ୍ରସ୍ତାବ ଦେବା ପରେ ଜାତୀୟ ମହିଳା କମିସନ ଏହାକୁ ସ୍ବାଗତ କରିଛନ୍ତି। ଯଦି […]

ଭୁବନେଶ୍ୱର: ମିଠା ମିଠା କଥା କହି ଫସାଉଛନ୍ତି; ବାହା ବି ହେଉଛନ୍ତି। ବାହା ହେବା ପରେ ଜଣା ପଡୁଛି ପୂର୍ବ ବିବାହ କଥା। ଏମିତି ଏକାଧିକ ମାମଲା ରାଜ୍ୟ ମହିଳା କମିସନଙ୍କ ନିକଟରେ ପହଞ୍ଚିବା ପରେ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ସହ ବିବାହ ପ୍ରମାଣପତ୍ରକୁ ଆଧାର ପ୍ରମାଣପତ୍ର ସହ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏ ନେଇ ରାଜ୍ୟ ମହିଳା କମିସନ ପ୍ରସ୍ତାବ ଦେବା ପରେ ଜାତୀୟ ମହିଳା କମିସନ ଏହାକୁ ସ୍ବାଗତ କରିଛନ୍ତି। ଯଦି ଓଡ଼ିଶାର ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବ। ବିବାହ ପୂର୍ବରୁ ଝିଅ କିମ୍ବା ପୁଅ ସମ୍ପର୍କରେ ତଥ୍ୟ ମିଳିଲେ ଏକାଧିକ ଥର ବିବାହକୁ ରୋକାଯାଇପାରିବ ବୋଲି ମହିଳା କମିସନ ଦୃଢ଼ ଆଶାବାଦୀ ଅଛନ୍ତି। ପ୍ରସ୍ତାବ ଅନୁସାରେ ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବ ବୋଲି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପ୍ରସ୍ତାବ କେମିତି କାର୍ଯ୍ୟକାରୀ ହେବ ସେ ନେଇ ପୂରା ନକ୍ସା ପ୍ରସ୍ତୁତ ହୋଇଛି। ରାଜ୍ୟର ପ୍ରସ୍ତାବ ଅନୁସାରେ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ସମସ୍ତଙ୍କ ପାଖରେ ବିବାହ ପଞ୍ଜୀକରଣ ପ୍ରମାଣ ପତ୍ର ରହିବ। ଏହି ଡୋମେନରେ ସମସ୍ତଙ୍କ ବିବାହ ସମ୍ପର୍କିତ ତଥ୍ୟ ରହିଲେ ଯାଞ୍ଚ୍ ବେଳେ ବିବାହ ସମ୍ପର୍କିତ ତଥ୍ୟ ଜଣାପଡ଼ିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେଲ୍‌ ଖୋଲି ବିବାହ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏହାଦ୍ୱାରା କିଏ କେଉଁଠି ବିବାହ କରିଛନ୍ତି, ତାହାର ସମସ୍ତ ସୂଚନା ଗୋଟେ କ୍ଲିକ୍‍ରେ ଜାଣିହେବ। ଯାହାର ଆଧାରରେ ପ୍ରତି ଜିଲ୍ଲାପାଳଙ୍କ ଅଫିସରେ ଏକ ମ୍ୟାରେଜ୍‍ ରେଜିଷ୍ଟ୍ରେସନ୍‍ ସାର୍ଟିଫିକେଟ୍‍ ଅଫିସ୍‍ କରାଯିବ। ଯେଉଁଠି ଦମ୍ପତ୍ତିମାନେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‍ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‍କୁ ଏକାଠି ଲିଙ୍କ କରି ଗୋଟିଏ ପ୍ଲାଟ୍‍ଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ବୈବାହିକ ସ୍ଥିତି ସମ୍ପର୍କରେ ତଥ୍ୟ ନ ଜାଣି ସମ୍ପର୍କ ଆଗକୁ ଯାଉଛି। ଏହି ସମ୍ପର୍କ ଆଗକୁ ଯାଇ ଅପରାଧରେ ପହଞ୍ଚୁଛି। ପରକୀୟା ପ୍ରୀତିକୁ ନେଇ ନିକଟରେ ଗ୍ଲିଡେନ୍‍ (ଡେଟିଂ ଆପ୍‍) ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ପରକୀୟାର ସଂଖ୍ୟା ଦିନକୁ ଦିନ ବଢୁଛି। ମେଟ୍ରୋସିଟି ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ମାମଲା ସାମ୍ନାକୁ ଆସିଛି। ବୈବାହିକ ସ୍ଥିତି ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଅନେକ ସମୟରେ ମହିଳାମାନେ ଫସିଯାଉଛନ୍ତି। ରାଜ୍ୟ ବାହାରୁ ପ୍ରସ୍ତାବ ଆସିଲେ କିମ୍ବା ନିଜ ଅଞ୍ଚଳ ବାହାରୁ ପ୍ରସ୍ତାବ ଆସିଲେ ବିବାହକୁ ନେଇ ସବୁ ତଥ୍ୟ ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟ ବାହାରେ ବିବାହ କରି ଅନେକ ଝିଅ ହଇରାଣ ହେଉଥିବା ମାମଲା ସାମ୍ନାକୁ ଆସୁଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ମହିଳା ହିଂସା ବଢ଼ିଛି ବୋଲି କହିବା କଷ୍ଟକର। କିନ୍ତୁ ସଚେତନତା ବଢୁଥିବାରୁ ଅନେକ ଅଭିଯୋଗ ଆସୁଛି। ନିର୍ଯାତିତ ମହିଳା ପୁଲିସ, ମହିଳା କମିସନ, କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ବିବାହକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ମହିଳା କମିସନଙ୍କ ପ୍ରସ୍ତାବକୁ ଜାତୀୟ ମହିଳା କମିସନ ସ୍ବାଗତ କରିଥିବାରୁ ଏ ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର