ମାର୍କେଟ୍ ବିଲ୍ଡିଂ : ଏକାଧିକ ମଲ୍ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା
ଭୁବନେଶ୍ୱର : ମାର୍କେଟ୍ ବିଲ୍ଡିଂରେ ଗତ ଦୁଇ ମାସରେ ୩ଟି ଶୋ’ରୁମ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଲାଣି। ନା ମଲ୍ କର୍ତ୍ତୃପକ୍ଷ ଚେତୁଛନ୍ତି, ନା ଅଗ୍ନିଶମ ବିଭାଗ। ଯାହାଫଳରେ ମଲ୍କୁ ଯାଉଥିବା ହଜାର ହଜାର ଗ୍ରାହକଙ୍କ ଜୀବନ ବିପଦରେ ପକାଉଛନ୍ତି ମଲ୍ ମାଲିକ। ଯଦି ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି, ସେତେବେଳେ ଅଗ୍ନିଶମ ବିଭାଗର ଯାଞ୍ଚ କଥା ମନେ ପଡୁଛି। ନ ହେଲେ ଅଗ୍ନିମଶ ବିଭାଗ ନିଜର ହାତ ଧୋଇଦେଇ ବସି ପଡୁଛି। ଗୁରୁବାର ମାର୍କେଟ୍ ବିଲ୍ଡିଂରେ […]
ଭୁବନେଶ୍ୱର : ମାର୍କେଟ୍ ବିଲ୍ଡିଂରେ ଗତ ଦୁଇ ମାସରେ ୩ଟି ଶୋ’ରୁମ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଲାଣି। ନା ମଲ୍ କର୍ତ୍ତୃପକ୍ଷ ଚେତୁଛନ୍ତି, ନା ଅଗ୍ନିଶମ ବିଭାଗ। ଯାହାଫଳରେ ମଲ୍କୁ ଯାଉଥିବା ହଜାର ହଜାର ଗ୍ରାହକଙ୍କ ଜୀବନ ବିପଦରେ ପକାଉଛନ୍ତି ମଲ୍ ମାଲିକ। ଯଦି ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି, ସେତେବେଳେ ଅଗ୍ନିଶମ ବିଭାଗର ଯାଞ୍ଚ କଥା ମନେ ପଡୁଛି। ନ ହେଲେ ଅଗ୍ନିମଶ ବିଭାଗ ନିଜର ହାତ ଧୋଇଦେଇ ବସି ପଡୁଛି। ଗୁରୁବାର ମାର୍କେଟ୍ ବିଲ୍ଡିଂରେ ଥିବା ଉଷା ଉଲେକ୍ଟ୍ରୋନିକ୍ସ ଶୋ’ରୁମ୍ରେ ନିଅାଁ ଲାଗିବା ପରେ ଚେତିଛି ଅଗ୍ନିଶମ ବିଭାଗ। ସେ ଖୁବ୍ଶୀଘ୍ର ମାର୍କେଟ୍ ବିଲ୍ଡିଂରେ ବଡ଼ ଧରଣର ଚଢ଼ଉ କରି ମଲ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବେ। ଏଥିଲାଗି ଅଗ୍ନିଶମ ବିଭାଗର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ୧୦ଟି ଟିମ୍ ଗଠନ କରାଯାଇଛି।
ଏହି ଟିମ୍ କିଭଳି ମଲ୍ ଏବଂ ଶୋ’ରୁମ୍ରେ ଚଢ଼ଉ କରାଯିବ ସେନେଇ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦୁଇ ଦିନ ଭିତରେ ଏହି ଟିମ୍ ଆକ୍ସନ୍ମୁଡ୍କୁ ଆସିବ ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ମାର୍କେଟ୍ ବିଲ୍ଡିଂରେ ଥିବା ଅଧାରୁ ଅଧିକ ମଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ନିୟମ ଅନୁସାରେ ମଲ୍ ବାହାରେ ବାଲି ଏବଂ ପାଣି ବାଲ୍ଟି ରହିଥିବା କଥା; କିନ୍ତୁ କୌଣସି ମଲ୍ରେ ତାହା ଦେଖିବାକୁ ମିଳୁନାହିଁ। ସେହିପରି ମଲ୍ରେ ନିଆଁ ଲିଭାଇବା ସିଲିଣ୍ଡର ଥିଲେ ମଧ୍ୟ ତାହା ଠିକ୍ଭାବେ କାମ କରୁନି। ଅନେକ ସ୍ଥାନରେ ଏହି ସିଲିଣ୍ଡର କାମ କରୁଥିଲେ ମଧ୍ୟ ମଲ୍ରେ ଥିବା କର୍ମଚାରୀ ତାହାକୁ ଚଳାଇବା ଜାଣିନାହାନ୍ତି। ତେଣୁ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଲେ ମଧ୍ୟ ସେମାନେ ଲିଭାଇ ପାରୁନାହାନ୍ତି।
ଯାହାଫଳରେ ଛୋଟରୁ ତାହା ବଡ଼ ଧରଣର ଅଗ୍ନିକାଣ୍ଡରେ ପରିଣତ ହେଉଛି। ଆହୁରି ମଧ୍ୟ ବିଦ୍ୟୁତ୍ ତାର ଥିବା ସ୍ଥାନରେ ଏକାଧିକ ଦହନଶୀଳ ସାମଗ୍ରୀ ଗଦା କରୁଛନ୍ତି। ଏଥିସହ ଅଗ୍ନିକାଣ୍ଡ ଘଟିଲେ ଗ୍ରାହକମାନେ ଯିବାପାଇଁ ଜରୁରିକାଳୀନ ବାଟ ରହିବା କଥା। କିନ୍ତୁ ଏକାଧିକ ମଲ୍ରେ ତାହା କରାଯାଇନାହିଁ। ଯଦି କେଉଁଠି କରାଯାଇଛି ସେଠାରେ ଗ୍ରାହକ ଯିବା ପାଇଁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଅଗ୍ନିଶମ ବିଭାଗର ଅଧିକାରୀ ମଲ୍ରେ ଚଢ଼ଉ କରି ଏହି ସବୁ ଦିଗକୁ ଯାଞ୍ଚ କରିବେ। ଯେଉଁ ମଲ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଗୁରୁବାର ଉଷା ଇଲେକ୍ଟ୍ରୋନିକ୍ସ ମଲ୍ରେ ଅଗ୍ନିକାଣ୍ଡ ପରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। କିଭଳି ଉକ୍ତ ମଲ୍ରେ ଅଗ୍ନିକାଣ୍ଡ ଘଟିଲା ତାହାର ଖୋଳତାଡ଼ କରୁଛି ଅଗ୍ନିଶମ ବିଭାଗ। ଏକ ଟିମ୍ ସେଠାକୁ ଯାଇ ଯାଞ୍ଚ କରିଛନ୍ତି। ଯାଞ୍ଚ ପରେ ସର୍ଟସର୍କିଟ୍ରେ ଅଗ୍ନିକାଣ୍ଡ ହୋଇଥିବା ସେମାନେ ସ୍ପଷ୍ଟ ହୋଇଛନ୍ତି। ତେଣୁ ମଲ୍ରେ ହେଉଥିବା ସର୍ଟସର୍କିଟ୍କୁ କିଭଳି ରୋକାଯାଇ ପାରିବ ସେନେଇ ଗୁରୁତ୍ୱ ଦେଉଛନ୍ତି। ଏପରିକି ମଲ୍ ଭିତରେ ଲାଗୁଥିବା ଛୋଟ ଛୋଟ ଅଗ୍ନିକାଣ୍ଡକୁ କିଭଳି ଲିଭାଯାଇ ପାରିବ, ସେନେଇ ମଲ୍ର କର୍ମଚାରୀଙ୍କୁ ମକ୍ଡ୍ରିଲ୍ ମାଧ୍ୟମରେ ଶିକ୍ଷା ଦିଆଯିବ ବୋଲି ଜଣାପଡ଼ିଛି।