କରୋନା ଚଡକରେ ଭୟଭୀତ ଲାଲ ସେନା, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

The Sakala Picture
Published On

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲବାହିନୀରେ ଆତଙ୍କ ସୃଷ୍ଟି କରିଛି । ଆଜି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ […]

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲବାହିନୀରେ ଆତଙ୍କ ସୃଷ୍ଟି କରିଛି । ଆଜି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ କୋଭିଡ ପଜିଟିଭ ଥିବା ଜଣାପଡିଛି । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା । ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର